ରଘୁନାଥପାଲ୍ଲୀରେ ଛିଡୁନି ବିଜେଡି ଅଙ୍କ, ଆଶା ଆଶଙ୍କାରେ ନେତା ଓ କର୍ମୀ - Raghunathpali Assembly Constituency

By ETV Bharat Odisha Team

Published : Apr 16, 2024, 6:15 PM IST

thumbnail

DELAY IN BJD MLA CANDICATE ANNOUNCEMENT: ରାଉରକେଲା: ପ୍ରାର୍ଥୀ ନୋମିନେସନକୁ ମାତ୍ର ଆଉ ଦୁଇ ସପ୍ତାହ ସମୟ ବାକି ରହିଥିବା ବେଳେ ଏଯାଏଁ ସୁନ୍ଦରଗଡ଼ ଜିଲ୍ଲା ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ହୋଇନାହିଁ । ବିଜେଡି ଦଳ ଜିଲ୍ଲାରେ ସମସ୍ତ 7 ଟି ନିର୍ବାଚନ ମଣ୍ଡଳୀରୁ 6 ଟି ରେ ପ୍ରାର୍ଥୀ ଘୋଷଣା କରିଛି । କିନ୍ତୁ ରଘୁନାଥପାଲ୍ଲୀରେ ଏକାଧିକ ଦାବିଦାର ଥିବାରୁ ବର୍ତ୍ତମାନ ମଧ୍ୟ ଘୋଷଣା ହୋଇ ପାରିନାହିଁ ପ୍ରାର୍ଥୀ ।

ତେବେ ଏନେଇ ଆଜି ବରିଷ୍ଠ ସାମ୍ବାଦିକ ସତ୍ୟାନନ୍ଦ ବେହେରା କହିଛନ୍ତି ଯେ, ବିଜେଡି ଦଳ ହୁଏତ ବିଧାୟକ ଙ୍କ ବଦଳରେ ଆଉ କାହାକୁ ପ୍ରାର୍ଥୀ କରିବାକୁ ଚାହୁଁଛି ନଚେତ ଆଜି ପର୍ଯ୍ୟନ୍ତ କାହିଁକି ଛିଣ୍ଡି ପାରୁନାହିଁ  । ବିଜେଡି ବିଧାୟକ ସୁବ୍ରତ ତରାଇଙ୍କୁ ଦଳ ରିପିଟ କରିବ କି ନିକଟରେ ପୂର୍ବତନ କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ ସୁନାନୀ ବର୍ତ୍ତମାନ ବିଜେଡି ରେ ସାମିଲ ହେବା ପରେ ତାଙ୍କୁ ଟିକେଟ ଦେବ ଦଳ ଏନେଇ ମଧ୍ୟ ଲାଗି ରହିଛି ଚର୍ଚ୍ଚା  । ଷ୍ଟାଣ୍ଡିଂ ବିଧାୟକ ହୋଇଥିବାରୁ ସୁବ୍ରତ ଏ କ୍ଷେତ୍ରରେ ଆଗୁଆ ରହିଛନ୍ତି ।  

ଏହା ମଧ୍ୟ ପଢନ୍ତୁ... ତୁଟିଲା ପୁରୀ ବିଜେଡି କନ୍ଦଳ ! ଗୋଟିଏ ମଞ୍ଚରେ ଏକାଠି ଦୁଇ ବିରୋଧୀ ଯୁବନେତା ଶୁଭାଶିଷ ଓ ସୁନିଲ - Puri BJD

ତେବେ ସେ କହିଛନ୍ତି ଯେ ଯେତେବେଳେ ଦୁଇ ଦଳ ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ସାରିଛି ରଘୁନାଥପାଲ୍ଲୀ ପାଇଁ ସେତେବେଳେ ବିଜେଡି ପଛୁଆ ରହିଥିବା ବେଳେ ବର୍ତ୍ତମାନ ସମର୍ଥକଙ୍କ ମଧ୍ୟରେ ମଧ୍ୟ ଆଶଙ୍କା ଏବଂ ଅସନ୍ତୋଷ ଦେଖାଦେଇଛି ।ତେବେ ବର୍ତ୍ତମାନ ଯାଏ ଏହି ଟିକେଟ ଘୋଷଣା ନହେବା ଏବଂ ଟିକେଟ ନେଇ ପ୍ରତିଯୋଗିତା ଲାଗି ଥିବାରୁ ବର୍ତ୍ତମାନ ମଧ୍ୟ ଲାଗି ରହିଛି  । ଦଳ ଯଦି ବିଳମ୍ବ କରିବ ତେବେ ପ୍ରାର୍ଥୀ ଙ୍କୁ ବର୍ତ୍ତମାନ ଆସି ନିଜର ସଂଗଠନ ଏବ କର୍ମୀଙ୍କୁ ପୁଣି ଏକାଠି କରି ସମର୍ଥକଙ୍କ ସହ ପ୍ରଚାର କରି ନିର୍ବାଚନ ଲଢ଼ିବା କଷ୍ଟକର ହେବ। ତେବେ ବର୍ତ୍ତମାନ ପ୍ରାର୍ଥୀ ଯଥା ସମ୍ଭବ ଘୋଷଣା ହେବ ବୋଲି ଅନୁମାନ କରାଯାଉଛି ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ସତ୍ୟାନନ୍ଦ ବେହେରା । 

ଇଟିଭି ଭାରତ, ରାଉରକେଲା 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.