ରୁକୁଣା ରଥରେ ମହାପ୍ରଭୁ ଲିଙ୍ଗରାଜ, ଭାବବିହ୍ବଳ ଭକ୍ତ - Rukuna Rath Yatra

By ETV Bharat Odisha Team

Published : Apr 16, 2024, 11:10 PM IST

thumbnail

Rukuna Rath Yatra: ଭୁବନେଶ୍ବର: ଆଜି ପବିତ୍ର ଅଶୋକାଷ୍ଟମୀ ଅବସରରେ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଯେଉଁଥିପାଇଁ ଚଳଚଞ୍ଚଳ ହୋଇଉଠିଛି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଏକାମ୍ର କ୍ଷେତ୍ର । ରଥଯାତ୍ରା ପାଇଁ ସୋମବାର ରାତିରେ ରଥ ପ୍ରତିଷ୍ଠା କରାଯାଇଥିଲା । ସକାଳ 5ଟାରୁ ଲିଙ୍ଗରାଜଙ୍କ ସ୍ବତନ୍ତ୍ର ନୀତିକାନ୍ତି ଓ ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଥିଲା । ଭୋର 5ଟାରୁ ମଙ୍ଗଳ ଆଳତୀ ଓ ଅବକାଶ ନୀତିରୁ ରୁକୁଣାରଥ ଯାତ୍ରାର ନୀତିକାନ୍ତି ଆରମ୍ଭ ହୋଇଥିଲା । ପରେ ସାହାଣମେଲା ଦର୍ଶନ, ଛାମୁ ପରିଷ୍କାର, ମହାସ୍ନାନ, ବେଶ ସୂର୍ଯ୍ୟପୂଜା ସକାଳଧୂପ ନୀତିାକାନ୍ତି କରାଯାଇଥିଲା । ଏହାପରେ ୧୨ଟା ୪୦ରେ ପହଣ୍ଡି ହୋଇଥିବାବେଳେ ଲିଙ୍ଗରାଜ, ଦୋଳଗୋବିନ୍ଦ ଓ ରୁକ୍ମିଣୀ ତିନି ଠାକୁରଙ୍କ ରଥାରୁଢ଼ ପୂଜାର୍ଚ୍ଚନା କରିବା ପରେ ରଥ ଗଡ଼ିଥିଲା । ଭକ୍ତଙ୍କ ହରିବୋଲ ଧ୍ବନୀରେ ପ୍ରକମ୍ପିତ ହୋଇଥିଲା ଏକାମ୍ର କ୍ଷେତ୍ର । ତେବେ ଆଜି ପାପନାଶିନୀ ଛକରେ ଅଟକିଲା ରୁକୁଣା ରଥ । ୫ଟାରେ ରଥଟଣା ଆରମ୍ଭ ହୋଇଥିବାବେଳେ ସୂର୍ଯ୍ୟାସ୍ତ ପରେ ଆଜି(ମଙ୍ଗଳବାର) ପାଇଁ ରଥଟଣା ଶେଷ ହୋଇଛି । ରଥ ରହିବା ପରେ ଭକ୍ତମାନ ରଥରେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି । ରଥର ସ୍ପର୍ଶ ଓ ତିନି ବିଗ୍ରହଙ୍କ ଦର୍ଶନ ସହ ପରମାନନ୍ଦ ଲାଭ କରିଛନ୍ତି । ପୁଣି ଆସନ୍ତାକାଲି ରଥାରୁଢ଼ ତ୍ରିମୁର୍ତ୍ତିଙ୍କର ନୀତିକାନ୍ତି ଶେଷ ହେବାପରେ ଦିନ ୨ଟା ପରେ ରଥ ଗଡିବ । ଆଉ ରାମେଶ୍ବର ମନ୍ଦିରରରେ ପହଞ୍ଚି ୫ ଦିନର ଲୀଳାଖେଳା ପରେ ଶନିବାର ଅର୍ଥାତ ୨୦ ତାରିଖରେ ଲୀଳାକ୍ଷେତ୍ରକୁ ବାହୁଡ଼ିବେ ଲିଙ୍ଗରାଜ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.