ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାକୁ ଗୁରୁତ୍ୱ ଦେବି: ଫକୀର ନାଏକ - Telkoi Assembly constituency

By ETV Bharat Odisha Team

Published : Apr 28, 2024, 8:18 AM IST

thumbnail

Telkoi BJP MLA Candidate: କେନ୍ଦୁଝର: ରାଜ୍ୟ ବିଜେପି ପକ୍ଷରୁ ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଟିକଟ ଘୋଷଣା କରାଯାଇଛି । ଏଥିରେ ବିଜେପି ଆଠ ଜଣଙ୍କୁ ଟିକଟ ଦେଇଛି । ଏଥିମଧ୍ୟରେ କେନ୍ଦୁଝର ଜିଲ୍ଲାର ବହୁ ପ୍ରତିକ୍ଷୀତ ତେଲକୋଇ ଓ ଚମ୍ପୁଆ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ତେଲକୋଇ ନିର୍ବାଚନ ମଣ୍ଡଳୀ ପାଇଁ ଡାକ୍ତର ଫକିର ମୋହନ ନାଏକ ଓ ଚମ୍ପୁଆ ନିର୍ବାଚନ ମଣ୍ଡଳୀ ପାଇଁ ଡ଼ଃ ମୁରଲୀ ମନୋହର ଶର୍ମାଙ୍କୁ ଟିକଟ ଦେଇଛି ଦଳ । ତେବେ ପ୍ରାର୍ଥିତ୍ୱ ପାଇବା ପରେ ଆଗକୁ ଫକିର ନାଏକଙ୍କ କ'ଣ ପ୍ଲାନ ଅଛି ସେନେଇ ସେ ପ୍ରତିକ୍ରିୟା ରଖିଛନ୍ତି ।  

ଏହା ମଧ୍ୟ ପଡ଼ନ୍ତୁ... ଡିଫାଇନ କଳାହାଣ୍ଡିକୁ ରାଜନୀତିକରଣ କରନ୍ତୁ ନାହିଁ: ମଧୁ ମହାନ୍ତି - Kalahandi Define Organization

ଡାକ୍ତର ଫକିର ମୋହନ ନାଏକ ଡାକ୍ତରୀ ଚାକିରି ଛାଡି ସମାଜସେବା କ୍ଷେତ୍ରରେ ପାଦ ଥାପିଛନ୍ତି । ତେଲକୋଇ ନିର୍ବାଚନ ମଣ୍ଡଳୀ ଭଳି ଉପାନ୍ତ ଅଞ୍ଚଳରେ ସେ ସମାଜସେବାକୁ ଆଦରି ନେଇଥିବା ବେଳେ ରାଷ୍ଟ୍ରୀୟ ଭାବନା ନେଇ ବିଜେପି ଦଳରେ ଯୋଗ ଦେଇଥିଲେ । ଦୀର୍ଘ ଦିନ ଧରି ତେଲକୋଇ ନିର୍ବାଚନ ମଣ୍ଡଳୀରେ ସମାଜ ସେବା ଦ୍ଵାରା ଲୋକଙ୍କ ନିକଟତର ହୋଇଥିଲେ । ଶନିବାର ଡାକ୍ତର ଫକିର ମୋହନଙ୍କ ପ୍ରାର୍ଥିତ୍ୱ ନେଇ ଦଳ ପକ୍ଷରୁ ମୋହର ବାଜିବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ପ୍ରକାଶଯୋଗ୍ୟ ଯେ, ଡାକ୍ତର ଫକିର ନାଏକ ପୂର୍ବରୁ ୨୦୦୯ ମସିହାରେ ଲୋକସଭା ଆସନରେ ସ୍ୱାଧିନ ଭାବେ ପ୍ରାର୍ଥୀ ହୋଇଥିବା ବେଳେ ୨୦୧୯ରେ କଂଗ୍ରେସ ଦଳ ତାଙ୍କୁ ଟିକଟ ଦେଇଥିଲା । ହେଲେ ସେ ଏହାକୁ ପ୍ରତ୍ୟାଖାନ କରି ବିଜେପି ଦଳ ପାଇଁ କାର୍ଯ୍ୟ ଜାରି ରଖିଥିଲେ । ତାଙ୍କର ସାଧାରଣ ଲୋକଙ୍କ ପ୍ରତି ସେବା ଓ ଲୋକସମ୍ପର୍କକୁ ଆଧାର କରି ବିଜେପି ତାଙ୍କୁ ପ୍ରାର୍ଥୀ କରିଛି । ସେ ଟିକଟ ପାଇବା ପରେ ତେଲକୋଇ ନିର୍ବାଚନ ମଣ୍ଡଳୀରେ ଥିବା ଉପାନ୍ତ ଅଞ୍ଚଳରେ ତାଙ୍କର ସେବା ପୂର୍ବପରି ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି । 

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.