‘ଅମରେନ୍ଦ୍ର ଦାସ କୌଣସି ଫାଇଦା ନେବା ପାଇଁ ରାଜନୀତିକୁ ଆସି ନାହାନ୍ତି’ - Amarendra Das

By ETV Bharat Odisha Team

Published : Apr 16, 2024, 11:00 PM IST

thumbnail

BJP MLA candidate Amarendra Das : ଜଗତସିଂହପୁର: ପ୍ରକାଶ ପାଇଲା ଜଗତସିଂହପୁର ଜିଲ୍ଲା ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ତାଲିକା। ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ କାଜୁ ନିଗମ ଅଧକ୍ଷ ଅମରେନ୍ଦ୍ର ଦାସଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ପାଇଁ ସତ୍ୟ ସାରଥୀ ମହାନ୍ତିଙ୍କୁ ଦଳ ଟିକେଟ ଦେବାକୁ ଘୋଷଣା କରିଛି। ଯାହାକୁ ନେଇ ଜଗତସିଂହପୁର ଜିଲ୍ଲାର ରାଜନୈତିକ ବାତାବରଣ ସରଗରମ ହୋଇଛି।  

ଏହା ମଧ୍ୟ ପଡ଼ନ୍ତୁ... ଭୁବନ 3 ନମ୍ବର ଜୋନରେ କର୍ମୀ ସମ୍ମିଳନୀ କରି ଶକ୍ତି ପ୍ରଦର୍ଶନ କଲା ବିଜେଡି - Dhenkanal BJD

ଆଜି ମଧ୍ୟାହ୍ନରେ ବିଜେପି ଟିକେଟ ଘୋଷଣା ପରେ ଅମରେନ୍ଦ୍ର ଦାସଙ୍କ ସମର୍ଥକ ସ୍ଥାନୀୟ ଥାନା ଛକରେ ବାଣ ଫୁଟାଇ ଉତ୍ସବ ମନାଇଛନ୍ତି। ଅପର ପକ୍ଷରେ ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର ଟିକେଟ ଆଶାୟୀ ଥିବା ବେଳେ ଦଳ ତାଙ୍କୁ ଟିକେଟ ଦେଇ ନଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଟିକେଟ ମିଳିନଥିବାରୁ ଏହାର ବିରୋଧରେ ଦିନେ ଦୁଇଦିନ ମଧ୍ୟରେ କିଛି ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲା ବିଜେପି ମିଡିଆ ସେଲ ସଭାପତି ଗଣେଶ ପ୍ରସାଦ ମହାନ୍ତି ପ୍ରକାଶ କରିଛନ୍ତି।    

ଇଟିଭି ଭାରତ, ଜଗତସିଂପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.