ଆପଣ ଖାଉ ନାହାନ୍ତି ତ ନକଲି ସସ୍‌, ରାଉରକେଲାରେ ଠାବ ହେଲା କାରଖାନା

By ETV Bharat Odisha Team

Published : Feb 8, 2024, 10:37 PM IST

thumbnail

Raid On Duplicate Sauce Factory: ରାଉରକେଲା: ନକଲି ଜିନିଷର ପେଣ୍ଠସ୍ଥଳୀ ପାଲଟିଛି ଷ୍ଟିଲ ସିଟି ରାଉରକେଲା । ସହରରେ ଠାବ ହେଲା ନକଲି ସସ୍ କାରଖାନା । ବିପୁଳ ପରିମାଣର ନକଲି ସସ୍ ସହ ପଚା କଖାରୁ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିବା ସହ କାରଖାନା ସିଲ କରିଛି ଖାଦ୍ୟ ସୁରକ୍ଷା ବିଭାଗ । ଏକ ଗୋଦାମରେ ନକଲି ଟମାଟୋ, ଚିଲି ସସ୍ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଥିଲା । ଏନେଇ ଖାଦ୍ୟ ସୁରକ୍ଷା ବିଭାଗ ପହଞ୍ଚି ଯାଞ୍ଚ କରିବାରୁ ସମ୍ପୂର୍ଣ୍ଣ କାରଖାନା ନକଲି ହୋଇଥିବା ଜଣା ପଡ଼ିଥିଲା । ସେହିପରି ବିଭାଗ ସମ୍ପୂର୍ଣ୍ଣ କାରଖାନାକୁ ସିଜ୍ କରିବା ସହ ପେଟି ପେଟି ନକଲି ସସ୍ ଜବତ କରିଛି । ଏହି ଘଟଣାରେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ତେବେ ସହରର ଜଗଦା ନିକଟରେ ଥିବା ଟୁଙ୍ଗୁରିଟୋଲା ନିକଟରେ ଏହି ନକଲି ସାମଗ୍ରୀ ସବୁ ବିନା ଲାଇସେନ୍ସରେ ବିକ୍ରୟ କରାଯାଉଥିଲା । କେବେ ଠାରୁ ଏହା ବିକ୍ରୟ ହେଉଥିଲା ତାହାର ତଦନ୍ତ କରୁଛି ପୋଲିସ । ତେବେ ତୁଳସୀ ଦାସ ନାମରେ କାରଖାନା ଚାଲୁଥିଲା ଜଣାପଡ଼ିଛି । ତାଙ୍କୁ ବର୍ତ୍ତମାନ କୋର୍ଟ ଚାଲାଣ କରାଯାଇଛି । ଜବତ ସସ୍ ଗୁଡିକରେ ବିଭିନ୍ନ ରସାୟନିକ ପଦାର୍ଥ ମିଶୁଥିବା ଜଣାପଡିଛି । ଘଟଣାର ତଦନ୍ତ ଜାରି ରଖିଛି ଫୁଡ଼ ବିଭାଗ ଏବଂ ପୋଲିସ । ସସ୍ ଗୁଡିକ ବିଭିନ୍ନ ଉଠା ଦୋକାନୀ ଓ ଫାଷ୍ଟଫୁଡ ଦୋକାନରେ ବ୍ୟବହାର କରାଯାଉଥିଲା । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.