ବସ ଟ୍ରାଜେଡି: ଭଗବାନ ବଞ୍ଚାଇଦେଲେ; ଲୋମ ଟାଙ୍କରା ଦୃଶ୍ୟ ବର୍ଣ୍ଣନା କଲେ ଯାତ୍ରୀ - Jajpur Bus Accident

By ETV Bharat Odisha Team

Published : Apr 16, 2024, 8:03 PM IST

thumbnail

Jajpur Bus Accident: କଟକ: ଯାଜପୁର ବାରବାଟି ଠାରେ ଘଟିଥିବା ବସ ଦୁର୍ଘଟଣା ମାମଲା। ଦୁର୍ଘଟଣାରେ ମୋଟ ୫ ଜଣଙ୍କ ମୃତ୍ୟ ଘଟିଥିବା ବେଳେ ୨୦ ଜଣ ଗୁରୁତର ଆହତ ହୋଇ ଏବେ ମଧ୍ୟ ଏସସିବିରେ ଚିକିତ୍ସିତ ହେଉଛନ୍ତି । ଏହା ସହିତ ଦୁର୍ଘଟଣାରେ ସାମାନ୍ୟ ଆଘାତ ପାଇଥିବା ୨୬ ଜଣ ଯାତ୍ରୀଙ୍କୁ ଆଜି ଡିସଚାର୍ଯ୍ୟ କରି ଦିଆଯାଇଛି। ସମସ୍ତ ମୃତକ ପଶ୍ଚିମବଙ୍ଗ ବାସିନ୍ଦା ବୋଲି ସ୍ପଷ୍ଟ ହୋଇ ସାରିଛି ।  

ଏହା ମଧ୍ୟ ପଢ଼ନ୍ତୁ... ବସ ଦୁର୍ଘଟଣାରେ ମୃତ 5ଜଣଙ୍କ ମଧ୍ୟରୁ 4ଜଣଙ୍କ ମିଳିଲା ପରିଚୟ, ଘଟଣାର ତଦନ୍ତ ଆରମ୍ଭ - Jajpur Bus Accident

ସେପଟେ ବସ ଦୃଘଟଣା ଯୋଗୁଁ ଆହତ ହୋଇଥିବା ସମସ୍ତ ୪୬ ଜଣ ଆହତଙ୍କ ମଧ୍ୟରୁ କେବଳ ୧୦ ଜଣଙ୍କୁ ବାଦ ଦେଲେ ଅନ୍ୟ ସମସ୍ତେ ପଞ୍ଚିମବଙ୍ଗ ବାସିନ୍ଦା ।ଡିସଚାର୍ଯ୍ୟ ହୋଇଥିବା ଲୋକମାନଙ୍କୁ ସେମାନଙ୍କ ଘରକୁ ନେବା ପାଇଁ ପଶ୍ଚିମବଙ୍ଗରୁ ୭ଟି ଆମ୍ବୁଲାନ୍ସ ଏସସିବିରେ ପହଞ୍ଚି ଥିଲା । ବାକି ଥିବା ୨୦ ଜଣ ଏବେ ମଧ୍ୟ ବିଭିନ୍ନ ଓ୍ବାର୍ଡରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣ ଆଇସିୟୁରେ ଅଛନ୍ତି । ତେବେ ଏହି ଦୁର୍ଘଟଣାରେ କିଏ ନିଜ ସମ୍ପର୍କିୟଙ୍କୁ ହରାଇଛି ତ ଆଉ କେହି ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ।ସେହି ବସରେ ରହି ଏହି ଲୋମ ଟାଙ୍କୁରା ଦୃଶ୍ୟକୁ ଦେଖିଥିବା କଥା ବର୍ଣ୍ଣନା କରିଛନ୍ତି ଯାତ୍ରୀ।  

ଇଟିଭି ଭାରତ, କଟକ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.