ନର୍ଲା ବିଜେଡି ବିଧାୟକ ପ୍ରାର୍ଥୀ ଓ ଲାଞ୍ଜିଗଡ ବିଜେପି ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ - Odisha Assembly Election 2024

By ETV Bharat Odisha Team

Published : Apr 23, 2024, 11:10 PM IST

thumbnail
()

Nomination file in Kalahandi: ଭବାନୀପାଟଣା: ନାମାଙ୍କନ ପତ୍ର ଦାଖଲ କଲେ ନର୍ଲା ଓ ଲାଞ୍ଜିଗଡ ବିଧାୟକ ପ୍ରାର୍ଥୀ। କଳାହାଣ୍ଡି ସାଧାରଣ ନିର୍ବାଚନର ଷଷ୍ଟ ଦିନରେ ବିଜେପି ଓ ବିଜେଡି ଦଳର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଦୁଇ ଦଳ କଳାହାଣ୍ଡି ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀ ଆଶୀର୍ବାଦ ଭିକ୍ଷା କରି ନିଜର ସମର୍ଥକଙ୍କ ସହ ଶକ୍ତି ପ୍ରଦର୍ଶନ କରିଥିଲେ।  ଆଜି କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ମନୋରମା ମହାନ୍ତି ନିଜର ହଜାର ହଜାର ସମର୍ଥକଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିବା ସହ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେପଟେ ଲାଞ୍ଜିଗଡ ବିଜେପି ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ମାଝୀ ମଧ୍ୟ ନିଜର ସମର୍ଥକ ମାନଙ୍କ ସହ ନାମାଙ୍କନ ପାତ୍ର ଦାଖଲ କରିଛନ୍ତି । 

ମନୋରମା ମହାନ୍ତି ଭବାନୀପାଟଣା କଲେଜ ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ମାଣିକେଶ୍ବରୀଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ସହ ମା’ଙ୍କ ଆଶିଷ ଭିକ୍ଷା କରିବା ପରେ ପୁଣି ଶୋଭାଯାତ୍ରାରେ ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେପଟେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନୋରମା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନର୍ଲା ନିର୍ବାଚନ ମଣ୍ଡଳୀରେ ଅନେକ ବିକାଶ ମୂଳକ କାର୍ଯ୍ୟ କରିଛନ୍ତି। ଶିକ୍ଷା ସ୍ବାସ୍ଥ୍ୟ ଗମନାଗମନ, ପାନୀୟ ଜଳ ଭଳି ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିଛନ୍ତି ଯାହାକୁ ନେଇ ସେ ଲୋକଙ୍କ ନିକଟକୁ ଯାଇ ଭୋଟ ଭିକ୍ଷା କରିବେ  ।

ଏହା ମଧ୍ୟ ପଢ଼ନ୍ତୁ... ନାମାଙ୍କନ ଭରିଲେ ପାରଳାଖେମୁଣ୍ଡି ବିଜେଡି ପ୍ରାର୍ଥୀ ରୂପେଶ ପାଣିଗ୍ରାହୀ - Odisha Assembly Election 2024

ଅନ୍ୟପଟେ ବିଜେପି ପ୍ରାର୍ଥୀ ରମେଶ ଚନ୍ଦ୍ର ମାଝୀ ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କ ମନ୍ଦିରରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ପରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପାତ୍ର ଦାଖଲ କରିଛନ୍ତି। ଏନେଇ ରମେଶ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ବିକାଶ ମୂଳକ କାର୍ଯ୍ୟ ଓ ମୋଦୀ ଗ୍ୟାରେଣ୍ଟି ସହ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଲୋକଙ୍କ ନିକଟକୁ ଯାଇ ଭୋଟ ଭିକ୍ଷା କରିବେ ବୋଲି ସୂଚନା ଦେଇଛନ୍ତି।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.