ଚତୁର୍ଥ ପର୍ଯ୍ୟାୟ ବିଜ୍ଞପ୍ତି ପ୍ରକାଶ, ପ୍ରଥମ ଦିନରେ ପ୍ରାର୍ଥୀପତ୍ର ଦାଖଲ କଲେ ବିଜେଡ଼ି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ - Rajashree Mallik files nomination

By ETV Bharat Odisha Team

Published : May 7, 2024, 9:24 PM IST

thumbnail
Rajashree Mallik files nomination (ETV Bharat Odisha)

Rajashree Mallik files nomination: ଜଗତସିଂହପୁର: ରାଜ୍ୟର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜି ଚତୁର୍ଥ ପର୍ଯ୍ୟାୟର ପ୍ରଥମ ଦିନରେ ନାମାଙ୍କନ ଦାଖଲ କରିଛନ୍ତି ଜଗତସିଂହପୁର ଲୋକସଭା ଆସନ ପାଇଁ ବିଜୁ ଜନତାଦଳର ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ । ରାଜଶ୍ରୀ ନିଜ ସମର୍ଥକ ମାନଙ୍କ ସହ ଝଙ୍କଡ଼ ସ୍ଥିତ ମା’ ଶାରଳାଙ୍କ ମନ୍ଦିରରେ ଦର୍ଶନ କରି ଏକ ବିରାଟ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ ।  

ଏହା ମଧ୍ୟ ପଢ଼ନ୍ତୁ.. ନିର୍ବାଚନୀ ମୈଦାନରେ ଆଇନଜୀବୀ ବ୍ୟୋମକେଶ, 'ପୁରୁଷଙ୍କ ଅଧିକାର'କୁ କରିଛନ୍ତି ମୁଦ୍ଦା - Byomkesh Tripathy File Nomination

ଶୋଭାଯାତ୍ରାରେ ରାଜଶ୍ରୀ ବାହାରିବା ବେଳ ବିଭିନ୍ନ ସ୍ଥାନରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଦିନ ସାଢ଼େ 1ଟା ସମୟରେ ସେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ରିଟର୍ଣ୍ଣିଂ ଅଫିସର ଅନୁପମ ସାହାଙ୍କ ନିକଟରେ ରାଜଶ୍ରୀ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଆଜି ନାମାଙ୍କନ ପତ୍ର ଦାଖଲ ସମୟରେ ରାଜଶ୍ରୀଙ୍କ ବିଭିନ୍ନ କାଗଜ ପତ୍ରରେ ତ୍ରୁଟି ଥିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟରେ ୩ଘଣ୍ଟାରୁ ଅଧିକ ସମୟ ବସିବାକୁ ପଡିଥିଲା । ରାଜଶ୍ରୀ ମଲ୍ଲିକ ତ୍ରିତଲ ବିଧାୟିକା ଭାବରେ 2014 ନିର୍ବାଚନରେ ଲଢ଼ି ବିଜୟୀ ହୋଇଥିଲେ । ଜଗତସିଂହପୁର ସାଂସଦ ଭାବରେ ସେ ବିଜେଡିରୁ 2019 ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ଜଣେ ଅଭିଜ୍ଞ ରାଜନେତା ହିସାବରେ ରାଜଶ୍ରୀଙ୍କର ଦକ୍ଷତା ରହିଛି ।  

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.