ଦୂର ହେବ କନ୍ଧମାଳର ଯାତାୟତ ସମସ୍ୟା, ଜିଲ୍ଲାରେ ଗଡ଼ିଲା ଲକ୍ଷ୍ମୀ ବସ

By ETV Bharat Odisha Team

Published : Feb 19, 2024, 5:21 PM IST

thumbnail

Laccmi Bus Service Inaugurated In Jharsuguda:ପୁଲବାଣୀ: କନ୍ଧମାଳ ଜିଲ୍ଲାର ପ୍ରତି ଗାଁକୁ ଗଡ଼ିବ ଲଷ୍ମୀ ବସ । ଲଷ୍ମୀ ବସ ମାଧ୍ୟମରେ ପ୍ରତି ଘରୁ ଆସିବେ ଲଷ୍ମୀ । ପ୍ରତ୍ୟେକ ପଞ୍ଚାୟତରୁ ମହିଳା , ଛାତ୍ରଛାତ୍ରୀମାନେ ଏବଂ ବୟସ୍କ ବ୍ୟକ୍ତି ମାତ୍ର ପାଞ୍ଚ ଟଙ୍କାରେ ବ୍ଲକ ମୁଖ୍ୟଳୟକୁ ଆସିପାରିବେ । ଏହି ଲଷ୍ମୀ ବସ ଯୋଜନାକୁ ଆଜି କନ୍ଧମାଳ ଜିଲ୍ଲାରେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ  । କନ୍ଧମାଳ ଜିଲ୍ଲା ଷ୍ଟାଡିୟମ ଠାରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଲଷ୍ମୀ ବସର ଉଦଘାଟନ କରିଛନ୍ତି ।  

ଏହା ଧ୍ୟ ପଢନ୍ତୁ ......ଝାରସୁଗୁଡ଼ାରେ ଗଡ଼ିଲା ଲଷ୍ମୀ ବସ୍, ଭର୍ଚ୍ଚୁଆଲରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଏହି ଅବସରରେ ସାଂସଦ ଡଃ ଅଚ୍ୟୁତାନନ୍ଦ ସାମନ୍ତ, ଜିଲ୍ଲାର ୩ ବିଧାୟକ ଏବଂ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଯୋଗ ଦେଇଥିଲେ । କନ୍ଧମାଳ ଜିଲ୍ଲା ପାହାଡ଼ ଜଙ୍ଗଲ ଅଞ୍ଚଳ ହୋଇଥିବାରୁ ଉପାନ୍ତ ଅଞ୍ଚଳରେ ରହୁଥିବା ଗ୍ରାମବାସୀ ଏବେ ଅତି କମ୍ ଖର୍ଚ୍ଚରେ ସହରକୁ ଆସିପିରବେ । ଲଷ୍ମୀ ବସ ଯୋଜନା ଜିଲ୍ଲାର ଗମନାଗମନ କ୍ଷେତ୍ରେ ନୂତନ ଇତିହାସ ଲେଖିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଧନ୍ୟବାଦ ଦେଇଛନ୍ତି କନ୍ଧମାଳବାସୀ ।

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.