ETV Bharat / state

ଝାରସୁଗୁଡ଼ାରେ ଗଡ଼ିଲା ଲଷ୍ମୀ ବସ୍, ଭର୍ଚ୍ଚୁଆଲରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Feb 19, 2024, 3:47 PM IST

ଝାରସୁଗୁଡାରେ ଗଡ଼ିଲା ଲଷ୍ମୀ ବସ, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଝାରସୁଗୁଡାରେ ଗଡ଼ିଲା ଲଷ୍ମୀ ବସ, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Laccmi Bus Service Inaugurated In Jharsuguda: ଭିଡିଓ କନଫରେନ୍ସିଂ ମାଧ୍ୟମରେ ଝାରସୁଗୁଡ଼ା ଜିଲ୍ଲାରେ ଲଷ୍ମୀ ବସ୍ ସେବା ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାରରେ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବ ଲଷ୍ମୀ ବସ୍ । ଅଧିକ ପଢନ୍ତୁ,

ଝାରସୁଗୁଡାରେ ଗଡ଼ିଲା ଲଷ୍ମୀ ବସ, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡା: ଜିଲ୍ଲାରେ ଆଜିଠୁ ଗଡ଼ିଛି ଲଷ୍ମୀ ବସ୍ , ଯୋଡ଼ି ହୋଇଛି ଗାଁଠୁ ସହର । ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯ଟି ଲଷ୍ମୀ ବସ୍ ଶୁଭ ଉଦଘାଟନ କରିଛନ୍ତି । ଗ୍ରାମାଞ୍ଚଳକୁ ସହର ସାହିତ ଯୋଡ଼ିବା ଦିଗରେ ଲଷ୍ମୀ ବସ ବେଶ ସହାୟକ ହେବ । ଏହି ବସରେ ଲୋକେ ସୁଲଭ ମୂଲ୍ୟରେ ଯାତାୟାତ କରିପାରିବେ । ଝାରସୁଗୁଡା ଜିଲ୍ଲାର ଲଖନପୁର, ଲାଇକେରା, କୋଲାବିରା, କିର୍ମିରା, ଝାରସୁଗୁଡ଼ାର ବ୍ଲକର ଗ୍ରାମାଞ୍ଚଳରୁ ବ୍ଲକ ମୁଖ୍ୟାଳୟ ଏବଂ ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟ ତଥା ଝାରସୁଗୁଡା ସହର, ବେଲପାହାଡ ସହର ବ୍ରଜରାଜନଗର ସହରକୁ ଏହି ଲଷ୍ମୀବସ ଯାତାୟାତ କରିବ । ଯାହାଦ୍ୱାରା ଲୋକେ ଗାଁରୁ ବ୍ଲକ ହେଡ଼କ୍ଵାଟର, ଜିଲ୍ଲା ମୁଖ୍ୟାଳୟ, ଚିକିତ୍ସାଳୟ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ତଥା ନିଜ ଗନ୍ତବ୍ୟ ସ୍ଥଳକୁ ସୁଳଭ ମୂଲ୍ୟରେ ଅତି ଆରମରେ ଯାତାୟାତ କରି ପରିବେ ।

ସେହିପରି ଛାତ୍ରଛାତ୍ରୀମାନେ ସୁବିଧାରେ ନିଜ ନିଜ କଲେଜକୁ ଯାଇ ପାରିବେ । ମହିଳାମାନେ ମାତ୍ର ୫ଟଙ୍କାରେ ଲଷ୍ମୀ ବସରେ ଯାତାୟାତ କରିବେ । ଏହା କୃଷି ଏବଂ ଅନ୍ୟାନ୍ୟ ଉତ୍ପାଦନକୁ ବଜାରକୁ ନେବା ପାଇଁ ବେଶ ସହାୟକ ହେବ । ଲଷ୍ମୀ ବସ ଚଳାଚଳ ଯୋଗୁଁ ଜିଲ୍ଲାର ସାମାଜିକ ଏବଂ ଆର୍ଥିକ ଅଭିବୃଦ୍ଧି ହେବ ବୋଲି ଆଶା କରାଯାଇଛି । ପରିବହନ ସୁବିଧାକୁ ଲଷ୍ମୀବସ ସୁଦୃଢ଼ କରିବ, ଯାହା ଦ୍ୱାରା ଜିଲ୍ଲାବାସୀ ଉପକୃତ ହେବା । ଏନେଇ ମୁଖ୍ୟମନ୍ତ୍ରୀ ଏବଂ ୫ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଦେଇଛନ୍ତି ଜିଲ୍ଲାବାସୀ ।

ପଞ୍ଚାୟତକୁ ବିକାଶର କେନ୍ଦ୍ର କରିବା ଓ ଗାଁର ଅର୍ଥନୀତିକୁ ମଜବୁତ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି । ଲକ୍ଷ୍ମୀ ବସ ଏଥିରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିବ । ସେହପରି ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ବସ ସେବା ବିଷୟରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ,"ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଭବ ନେବା ପାଇଁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ବସ୍ ସେବା ଆରମ୍ଭ କରାଯାଇଛି । ଏଥିରେ ମାଆଙ୍କ ପାଇଁ ବସ୍ ଟିକେଟ ମୂଲ୍ୟ ଅଧା କରାଯାଇଛି । ଲକ୍ଷ୍ମୀବସ ସେବା ଲୋକାର୍ପିତ ଯୋଗୁଁ ଗରିବ ଲୋକେ ଅନେକ ସୁବିଧା ସୁଯୋଗ ପାଇବା ସଙ୍ଗେ ସଙ୍ଗେ ବହୁ ସମୟରେ ଜନସାଧାରଣ ହେଉଥିବା ଅସୁବିଧାର ସମ୍ମୁଖିନରୁ ମୁକ୍ତିପାଇବେ ।"

ଏହା ମଧ୍ୟ ପଢନ୍ତୁ.....ପୁରୀରେ ଗଡ଼ିଲା ଲକ୍ଷ୍ମୀ ବସ, 5 ଟଙ୍କାରେ ଯାତ୍ରା କରିବେ ମହିଳା ଏବଂ ଛାତ୍ରଛାତ୍ରୀ

ସେପଟେ ଗାଁର ରୂପାନ୍ତରଣ ପାଇଁ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଜାରି ରହିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ମାଆମାନେ ଓ ଛାତ୍ରଛାତ୍ରୀମାନେ ମାତ୍ର ୫ ଟଙ୍କା ମୂଲ୍ୟରେ ଲକ୍ଷ୍ମୀ ବସରେ ଯିବା ଆସିବା କରିପାରିବେ । ପ୍ରଥମ ପର୍ଯ୍ୟାୟରେ ୧୫ଟି ବସ ଝାରସୁଗୁଡ଼ା ଜିଲ୍ଲାକୁ ଦେଇଛନ୍ତି ସରକାର ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.