ଅନ୍ତରୀଣ ବଜେଟ 2024 ଉପସ୍ଥାପିତ, ଏମିତି କହିଲେ ଅର୍ଥନୀତି ବିଶେଷଜ୍ଞ

By ETV Bharat Odisha Team

Published : Feb 1, 2024, 3:13 PM IST

thumbnail

Financial expert view on Interim Budget 2024: କଟକ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି (ଗୁରୁବାର) ମୋଦି ସରକାରଙ୍କ ଦ୍ବିତୀୟ ପାଳିର ଶେଷ ବଜେଟ ଉପସ୍ଥାପନ କରିଛନ୍ତି । ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଅର୍ଥନୀତି ବିଶେଷଜ୍ଞ ଡଃ ବିପ୍ଲବ ଗୁରୁ । ସେ କହିଛନ୍ତି ଯେ ଅନ୍ତରୀଣ ବଜେଟରେ ଆମକୁ ଦୁଇଟି ଦିଗ ନିର୍ଦ୍ଦେଶ କରାଗଲା । ଗୋଟିଏରେ ଜିଡିପିକୁ କୁହାଗଲା ଗଭର୍ଣ୍ଣାନ୍ସ ଡେଭଲପମେଣ୍ଟ ପରଫର୍ମାନ୍ସ ଏବଂ ଅନ୍ୟଟି ଏଫଡିଆଇକୁ କୁହାଗଲା ଫାଷ୍ଟ ଡେଭଲପମେଣ୍ଟ ଇଣ୍ଡିଆ । ଏହାର ଅର୍ଥ କେନ୍ଦ୍ର ସରକାର ଦେଶର ସର୍ବାଙ୍ଗୀନ ଉନ୍ନତି କରିବା ଦିଗରେ ବିଶେଷ ଗୁରୁତ୍ବ ଦେବେ । 

ଏହା ବି ପଢନ୍ତୁ- ବଜେଟ 2024: କୃଷି କ୍ଷେତ୍ରକୁ 1.27 ଲକ୍ଷ କୋଟି, PM-KISANରେ 11.8 କୋଟି ଚାଷୀଙ୍କୁ ଆର୍ଥିକ ସହାୟତା

ଏହା ବି ପଢନ୍ତୁ- ଗରିବଙ୍କ ପାଇଁ ବଡ଼ ଘୋଷଣା; ୫ ବର୍ଷରେ ନିର୍ମାଣ ହେବ ଆଉ ୨ କୋଟି ପକ୍କା ଘର

ଆଜି ଉପସ୍ଥାପିତ ହୋଇଥିବା ବଜେଟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 2 କୋଟି ଅଧିକ ପକ୍କା ଘର ଯୋଗାଇ ଦିଆଯିବ । ଏଯାବତ ସରକାର 3 କୋଟି ଘର ଯୋଗାଇ ସାରିଛନ୍ତି । ଏହାସହ ରୁଫ ଟପ୍‌ ସୋଲାରାଇଜେସନରେ 1 କୋଟି ଲୋକଙ୍କୁ 300 ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଉତ୍ପାଦନ କରିପାରିବେ । ବଜେଟର ମୁଖ୍ୟ ଦିଗ ଉପରେ ଅର୍ଥନୀତି ବିଶେଷଜ୍ଞ ଆଲୋଚନା କରିଛନ୍ତି । ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ    

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.