ସ୍ୱାଧୀନ ଭାବେ ନାମାଙ୍କନ ଭରିଲେ କଳାହାଣ୍ଡି ବିଜେପିର ଅସନ୍ତୁଷ୍ଟ ନେତା - Lok Sabha Election 2024

By ETV Bharat Odisha Team

Published : Apr 20, 2024, 9:53 PM IST

thumbnail

Lok Sabha Election 2024: ଭବାନୀପାଟଣା: ରାଜ୍ୟରେ ନିର୍ବାଚନୀ ଉଷ୍ମତା । ଆଜି (ଶନିବାର) କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ସ୍ଵାଧୀନ ବିଧାୟକ ପ୍ରାର୍ଥୀ ଭାବରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ରୋହିତ ଦୁର୍ଗା । ରୋହିତ ଦୁର୍ଗା ଦୀର୍ଘ ୧୨ ବର୍ଷ ଧରି ବିଜେପିରେ ଜଣେ ସକ୍ରିୟ ସଂଗଠକ ଭାବରେ ଦାୟିତ୍ୱ ତୁଲାଇ ଆସୁଥିବା ବେଳେ ଗତ ୨୦୧୯ ଓ ୨୦୨୪ ନିର୍ବାଚନରେ ବିଜେପିରୁ ବିଧାୟକ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ । ହେଲେ ଦଳ ପ୍ରଦୀପ୍ତ ନାଏକଙ୍କୁ ବିଧାୟକ ପ୍ରାର୍ଥୀ ଭାବରେ ଘୋଷଣା କରିବା ପରେ ରୋହିତ ଦୁର୍ଗା ବିଜେପିରୁ ଇସ୍ତଫା ଦେଇ ଆଜି ସ୍ଵାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ ପାତ୍ର ଦାଖଲ କରିଛନ୍ତି ।

ନିଜର ଶହ ଶହ ସମର୍ଥକମାନଙ୍କ ସହ ମାଣିକେଶ୍ୱରୀ ମନ୍ଦିରରୁ ଏକ ବିଶାଳ ଶୋଭାଯାତ୍ରା ସହ ସହର ପରିକ୍ରମା କରିବା ପରେ ଭବାନୀପାଟଣା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ରୋହିତଙ୍କ ଏହି ନିଷ୍ପତ୍ତି ପରେ ବିଜେପି ଶିବିର ପାଇଁ ଚିନ୍ତାର କାରଣ ପାଲଟିଛି ।

ଏହାମଧ୍ୟ ପଢନ୍ତୁ.. କଳାହାଣ୍ଡିରେ ଜମୁଛି ନିର୍ବାଚନୀ ପ୍ରଚାର, ଶକ୍ତି ପ୍ରଦର୍ଶନ କରୁଛନ୍ତି ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀ - Election Campaign

ସେପଟେ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ପାଇଁ ନାମାଙ୍କନ ଭରିଛନ୍ତି ନରେଶ ନିହାଲ୍ । ନରେଶ ନିହାଲ ଦୀର୍ଘ ବର୍ଷ ଧରି ବିଜେପିରେ ଜଡିତ ରହି ଅନେକ ସାଂଗଠନିକ କାର୍ଯ୍ୟ କରିଆସୁଥିବା ବେଳେ ସମାଜସେବା କ୍ଷେତ୍ରରେ ମଧ୍ୟ ତାଙ୍କ ଅବଦାନ ରହିଛି । ହେଲେ ଚଳିତ ନିର୍ବାଚନରେ ସେ ବିଜେପି ଲୋକସଭା ପ୍ରାର୍ଥୀ ପାଇଁ ଆଶାୟୀ ଥିବା ବେଳେ ବିଜେପି ରାଜପରିବାର ସଦସ୍ୟ ମାଳବିକା କେଶରୀ ଦେଓଙ୍କ ପ୍ରାର୍ଥୀ କରିଥିବା ବେଳେ ନରେଶ ନିହାଲ ସ୍ଵାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଜି ନିଜ ସମର୍ଥକଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ନାମାଙ୍କନ ଭରିଛନ୍ତି ।


ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.