ETV Bharat / state

କଳାହାଣ୍ଡିରେ ଜମୁଛି ନିର୍ବାଚନୀ ପ୍ରଚାର, ଶକ୍ତି ପ୍ରଦର୍ଶନ କରୁଛନ୍ତି ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀ - Election Campaign

author img

By ETV Bharat Odisha Team

Published : Apr 13, 2024, 12:30 PM IST

Kalahandi Election Campaign: ସାଧାରଣ ନିର୍ବାଚନକୁ ନେଇ ପ୍ରଚାରରେ କମ୍ପୁଛି କଳାହାଣ୍ଡି । ଭୋଟ ହାତେଇବାକୁ ଜନତାଙ୍କ ଶରଣରେ ନେତା । ଅଧିକ ପଢନ୍ତୁ

ELECTION CAMPAIGN
ELECTION CAMPAIGN

ELECTION CAMPAIGN

ଭବାନୀପାଟଣା: ପାଖେଇ ଆସୁଛି ଲୋକସଭା ଓ ବିଧାନସଭା ନିର୍ବାଚନ ତାରିଖ । ସରଗରମ ପ୍ରଚାର ମଇଦାନ । ଭୋଟ ହାତେଇବାକୁ ଭୋଟରଙ୍କ ପାଖରେ ପହଞ୍ଚୁଛନ୍ତି ପ୍ରାର୍ଥୀ । ଏହି କ୍ରମରେ କଳାହାଣ୍ଡି ଜିଲ୍ଲାରେ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ପ୍ରଚାରକୁ ଜୋରଦାର କରିଛନ୍ତି । ନିଜ ନିଜ ଦଳୀୟ କର୍ମୀଙ୍କୁ ନେଇ ରାଜନୀତି ମଇଦାନରେ ଦମ ଦେଖାଉଛନ୍ତି ନେତା । ଏହି ଲୋକସଭା କ୍ଷେତ୍ରରେ ସମୁଦାୟ ୧୭ ଲକ୍ଷ ୩୦ହଜାର ୧୯୩ ଜଣ ଭୋଟର ରହିଥିବା ବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଲାଗି ପଡିଛନ୍ତି ନେତା ।

ଏହା ମଧ୍ୟ ପଢନ୍ତୁ-ନିର୍ବାଚନ ଘମାସାନ ଭିିତରେ ରୋଚକ ଦୃଶ୍ୟ, ବିଜେଡି ନେତାଙ୍କ ଆର୍ଶୀବାଦ ନେଲେ ବିଜେପି ପ୍ରାର୍ଥୀ - Anil seeks blessing from BJD lader

ପ୍ରଚାରରେ ସବୁଠି ଆଗରେ ରହିଛି ବିଜେଡି । ବିଜେଡି ଲୋକସଭା ପ୍ରାର୍ଥୀ ଲମ୍ବୋଦର ନିଆଲ ନିଜ ସମର୍ଥକମାନଙ୍କୁ ନେଇ ନିର୍ବାଚନ ମାନଙ୍କୁ ଯାଇ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଭାବ ମୂର୍ତ୍ତି ଓ ବିଭିନ୍ନ ବିକାଶ ମୂଳକ ଯୋଜନାର ବାର୍ତ୍ତା ଦେଇ ଭୋଟରଙ୍କୁ ଆକୃଷ୍ଟ କରୁଛନ୍ତି । ବାଇକ୍ ଶୋଭାଯାତ୍ରାରେ କର୍ମୀଙ୍କୁ ନେଇ ନିଜର ଶକ୍ତି ପ୍ରଦର୍ଶନ କରିବାରେ ଲାଗି ପଡିଛନ୍ତି । ସେପଟେ ଏହି ଲୋକସଭା ଆସନରେ ଆଦିବାସୀ କାର୍ଡ ଖେଳିଛି ଜାତୀୟ କଂଗ୍ରେସ । ଆଦିବାସୀ ନେତ୍ରୀ ଦ୍ରୋପଦୀ ମାଝୀଙ୍କୁ ନେଇ କଂଗ୍ରେସ ନେତା ଭକ୍ତ ଦାସ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରିଥିବା ବେଳେ କଂଗ୍ରେସର ନିର୍ବାଚନ ଇସ୍ତିହାର ଓ ମହିଳା ନିର୍ଯାତନା, କୃଷି ସମସ୍ୟା ଭଳି ଅନେକ ମୁଦ୍ଦାକୁ ନେଇ ପ୍ରାର୍ଥୀ ଲୋକଙ୍କ ନିକଟକୁ ଯାଉଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ-କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀରେ କର୍ମୀ ସମ୍ମିଳନୀ କରି ପ୍ରାଚର ମୈଦାନକୁ ଓହ୍ଲାଇଲେ ମୀନୀ ମାଝୀ - Meena Majhi Election Campaign

ବିଜେପି ମଧ୍ୟ ପ୍ରଚାରରେ ନିଜର ଦମ୍ ଦେଖାଇଛି । ହଜାର ହଜାର କର୍ମୀଙ୍କୁ ନେଇ ବିଜେପି ଲୋକସଭା ପ୍ରାର୍ଥୀ ମାଲବିକା କେଶରୀ ଦେଓ ଏବଂ ଭବାନୀପାଟଣା ବିଧାୟକ ପ୍ରାର୍ଥୀ ପ୍ରଦୀପ୍ତ ନାଏକ ଭବାନୀପାଟଣା ସହର ସମେତ କେସିଙ୍ଗାରେ ବିଶାଳ ଶୋଭାଯାତ୍ରା କରିଥିଲେ । କର୍ମୀଙ୍କୁ ନେଇ ଏବେ ଗଳି କନ୍ଧିରେ ନେତାଙ୍କ ବୈଠକ ଚାଲୁଛି । ହେଲେ ରାଜନୀତି ସମୀକରଣକୁ ଅନୁମାନ କଲେ କଂଗ୍ରେସ ଆଦିବାସୀ ମହିଳାଙ୍କୁ ସାଂସଦ ପ୍ରାର୍ଥୀ କରିଥିବା ବେଳେ କଳାହାଣ୍ଡି ଲୋକସଭା କ୍ଷେତ୍ରରେ ୪ ଲକ୍ଷରୁ ଊର୍ଦ୍ଧ୍ବ ଆଦିବାସୀ ଭୋଟର ରହିଛନ୍ତି । ଯାହା କଂଗ୍ରେସ ପାଇଁ ଆଶା ସଞ୍ଚାର ହୋଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.