ETV Bharat / state

କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀରେ କର୍ମୀ ସମ୍ମିଳନୀ କରି ପ୍ରାଚର ମୈଦାନକୁ ଓହ୍ଲାଇଲେ ମୀନୀ ମାଝୀ - Meena Majhi Election Campaign

author img

By ETV Bharat Odisha Team

Published : Apr 12, 2024, 6:52 PM IST

Meena Majhi Starts Election Campaign: କର୍ମୀ ସମ୍ମିଳନୀ କରି ପ୍ରାଚର ଆରମ୍ଭ କଲେ କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀ ବିଜେଡି ବିଧାୟିକା ପ୍ରାର୍ଥିନୀ ମୀନୀ ମାଝୀ । ଅଧିକ ପଢ଼ନ୍ତୁ

କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀରେ କର୍ମୀ ସମ୍ମିଳନୀ କରି ପ୍ରାଚର ମୈଦାନକୁ ଓହ୍ଲାଇଲେ ମୀନୀ ମାଝୀ

କେନ୍ଦୁଝର: ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ପ୍ରଚାରରେ କମ୍ପିଲାଣି ରାଜନୀତି ମୈଦାନ । ପ୍ରମୁଖ ଦଳ ଗୁଡ଼ିକ ପର୍ଯ୍ୟାୟ କ୍ରମେ ସେମାନଙ୍କୁ ଯୋଦ୍ଧାମାନଙ୍କ ନାମ ଘୋଷଣା କରୁଥିବା ବେଳେ ଯୋଦ୍ଧାମାନେ ମଧ୍ୟ ନିର୍ବାଚନ ଯୁଦ୍ଧ ଲଢିବାକୁ ନିଜ ନିଜର ରଣନୀତି ପ୍ରସ୍ତୁତ ଆରମ୍ଭ କରି ସାରିଲେଣି । କିଏ ଭୋଟରଙ୍କ ଦ୍ବାରସ୍ଥ ହୋଇ ଭୋଟ ଭିକ୍ଷା କରୁଛି ତ ଆଉ କିଏ କର୍ମୀ ସମ୍ମିଳନୀ କରି ଲୋକମାନଙ୍କ ନିକଟତର ହେବାପାଇଁ ପ୍ରୟାସ ଚଲାଇଛନ୍ତି । ଏନେଇ ବିଜେଡି ପକ୍ଷରୁ କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀରେ ପ୍ରଥମ କର୍ମୀ ସମ୍ମିଳନୀ କରି ଭୋଟ ଭିକ୍ଷା କରିଛନ୍ତି ବିଧାୟିକା ପ୍ରାର୍ଥିନୀ ମୀନା ମାଝୀ ।

କେନ୍ଦୁଝର ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ପକ୍ଷରୁ ଲୋକସଭା ପ୍ରାର୍ଥୀ ଘୋଷଣା ହୋଇସାରିଥିବା ବେଳେ ଏହା ଅଧିନରେ ଥିବା ଘଷିପୁରା, ପାଟଣା, ସଦର ଓ ତେଲକୋଇ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପକ୍ଷରୁ ବିଧାୟକ ପ୍ରାର୍ଥୀ ଘୋଷଣା ହୋଇଛି । ବିଜେଡି ଘଷିପୁରା ଓ ପାଟଣା ବିଧାୟକ ପ୍ରାର୍ଥୀ ସେମାନଙ୍କ ବିଧାନସଭା କ୍ଷେତ୍ରରେ କର୍ମୀ ସମ୍ମିଳନୀ କରି ଭୋଟ ଭିକ୍ଷା କରିବା ଆରମ୍ଭ କରି ଦେଇଥିବା ବେଳେ ଆଜି ସଦର ନିର୍ବାଚନ ମଣ୍ଡଳୀ ପକ୍ଷରୁ ପ୍ରଥମ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ସଦର ନିର୍ବାଚନ ମଣ୍ଡଳୀର ପଳାସପଙ୍ଗା ଠାରେ ବିଜେଡି ବିଧାୟିକା ପ୍ରାର୍ଥିନୀ ମୀନା ମାଝୀ ପ୍ରଥମ କର୍ମୀ ସମ୍ମିଳନୀ କରି ପ୍ରଚାର ଆରମ୍ଭ କରିବା ସହ ଭୋଟ ଭିକ୍ଷା କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଝାରସୁଗୁଡାରେ ବିଜେଡିର ମିଶ୍ରଣ ପର୍ବ, ବିରୋଧୀ ଦଳ ନେତାଙ୍କୁ ଘେରିଲେ ଦୀପାଳି - BJD Joining Program In Jharsuguda

ଏହା ମଧ୍ୟ ପଢ଼ନ୍ତୁ...ଭୁବନେଶ୍ବରରେ ଟିକେଟ ବଣ୍ଟାକୁ ନେଇ ବିଜେଡିରେ ଟେନ୍‌ସନ୍‌, ବିଜୟରେ ବାଧକ ସାଜିବେ ଅସନ୍ତୁଷ୍ଟ ନେତା ! - BJD Ticket Tension

ତେବେ ବିଜୁ ଯୁବ ଜନତା ଦଳ ରାଜ୍ୟ ଉପ ସଭାପତି ସୌମ୍ୟ ଶଙ୍କର ଚକ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମୀ ସମ୍ମିଳନୀରେ ବିଧାୟିକା ପ୍ରାର୍ଥୀ ମୀନା ମାଝୀ, ଲୋକସଭା ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁଙ୍କ ପାଇଁ ଜିଲ୍ଲାର ବରିଷ୍ଠ ନେତାମାନେ କର୍ମୀଙ୍କୁ ଏକଜୁଟ ହୋଇ ଜିତାଇବା ପାଇଁ ସଂକଳ୍ପ ନେଇଥିଲେ । ରାଜ୍ୟ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟ ଓ ନବୀନ ପଟ୍ଟନାୟକଙ୍କ ଆଦର୍ଶକୁ ପାଥେୟ କରି ଏହି ନିର୍ବାଚନ ମଇଦାନକୁ ଓହ୍ଲାଇ ଲୋକଙ୍କ ପାଖକୁ ଯିବେ ବୋଲି ବିଧାୟିକା ପ୍ରାର୍ଥିନୀ ପ୍ରକାଶ କରିଛନ୍ତି । ସଦର ନିର୍ବାଚନ ମଣ୍ଡଳୀ ପାଇଁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଜିଲ୍ଲାର ବରିଷ୍ଠ ନେତାଙ୍କ ସହ ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ସମିତି ଅଧକ୍ଷ, ସଭ୍ୟଙ୍କ ସହ ପ୍ରାୟ ପାଞ୍ଚ ହଜାରରୁ ଉର୍ଦ୍ଧ୍ବ କର୍ମୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.