ଖୋର୍ଦ୍ଧାରେ ଅନ୍ତର୍ଜାତୀୟ ଯୁବ ଦୁଃସାହସିକ ଅଭିଯାନ ଓ ପରିବେଶ ସୁରକ୍ଷା ସମ୍ମିଳନୀ

By ETV Bharat Odisha Team

Published : Feb 10, 2024, 10:42 PM IST

thumbnail

ଖୋର୍ଦ୍ଧା: ଓଡିଶାରେ ଆରମ୍ଭ ହୋଇଛି ପ୍ରଥମ ଆନ୍ତର୍ଜାତୀୟ ୟୁଥ ଆଡଭେଞ୍ଚର ପ୍ରୋଗ୍ରାମ । ଖୋର୍ଦ୍ଧାର ଐତିହାସିକ ବରୁଣେଇ କରୁଣେଇ ପୀଠ ରେ ଏହି ଦୁଃସାହସିକ ଅଭିଯାନ ଶିବିର ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ପ୍ରୋଜେକ୍ଟ ପଏଣ୍ଟ ଓ ପ୍ରେରଣା ଆୟୋଜନ କରିଥିବା ବେଳେ ଏଥିରେ 14 ରୁ ଉର୍ଦ୍ଧ୍ବ ଦେଶ, 25ରୁ ଊର୍ଦ୍ଧ୍ବ ରାଜ୍ୟରୁ ପ୍ରାୟ 300 ପ୍ରତିନିଧି ସାମିଲ ହୋଇଛନ୍ତି । ପରିବେଶ ପ୍ରଦୂଷଣ, ବିଶ୍ବ ଉତ୍ତାପ ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନକୁ କିପରି ରୋକାଯାଇ ପାରିବ ସେନେଇ ସମସ୍ତଙ୍କୁ ସଚେତନ କରାଯାଇଛି । ସେହିପରି ଅନ୍ୟ ଦେଶ ଓ ରାଜ୍ୟରୁ ଆସିଥିବା ଅତିଥିମାନେ ବୀର ପାଇକର କୀର୍ତ୍ତିରାଜି, ପାଇକ ବିଦ୍ରୋହ ଓ ସମର କଳା ବିଷୟରେ ଅଧିକ ଜାଣି ପାରିବେ ।

ଏହା ମଧ୍ୟ ପଢନ୍ତୁ ...'ଓଡ଼ିଆ ଭାଷାର ପ୍ରସାର ପାଇଁ ତାଲିମପ୍ରାପ୍ତ ଓଡ଼ିଆ ଶିକ୍ଷକ ନିଯୁକ୍ତି ଜରୁରୀ'


ଏହି ଅବସରରେ ଗଛ ଲଗାଇବା ଠାରୁ ଆରମ୍ଭ କରି ପାହାଡ଼ ଚଢ଼ିବା, ଘୋଡା ଚଢ଼ିବା, ଆକାଶ ଛତାରେ ଉଡିବା ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କ୍ରମରେ ଆଜି ବରୁଣେଇ ପାହାଡ଼ ଚଢିଥିଲେ ପ୍ରତିଯୋଗୀ ମାନେ । ଏହାସହ ନିଜ ନିଜ ଦେଶର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର କେତେକ ପର୍ଯ୍ୟଟନ ସ୍ଥଳୀ ବୁଲିବା ସହ ଓଡିଆ ସଂସ୍କୃତି ସମ୍ପର୍କରେ ଜାଣିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି 3 ଦିନିଆ ଯୁବ କର୍ମଶାଳାକୁ ଆନୁଷ୍ଠାନିକ ଭାବରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଦ୍‌ଘାଟନ କରିଛନ୍ତି  । 

ଇଟିଭି ଭାରତ, ଖୋର୍ଦ୍ଧା 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.