ରାଜନୀତି ଭୁଲି ଏକାଠି ହେଲେ ନେତା, ଜୟ ଶୀରାମ ଧ୍ବନୀରେ ପ୍ରକମ୍ପିତ କୋରାପୁଟ - RAM NAVAMI

By ETV Bharat Odisha Team

Published : Apr 17, 2024, 8:53 PM IST

thumbnail

Ram Navami:କୋରାପୁଟ: ଶ୍ରୀରାମ ନବମୀ ଅବସରରେ କୋରାପୁଟ ସହରରେ ଆଜି ଏକ ବିରାଟ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ଏହି ଶୋଭାଯାତ୍ରାରେ 200ରୁ ଊର୍ଦ୍ଧ୍ବ କୀର୍ତ୍ତନ ମଣ୍ଡଳୀଙ୍କ ସମେତ କୋରାପୁଟ ଅଞ୍ଚର ହଜାର ହଜାର ରାମ ଭକ୍ତ ଯୋଗ ଦେଇଥିଲେ । ଶ୍ରୀରାମ ଧ୍ୱନିରେ କୋରାପୁଟ ସହର କମ୍ପି ଉଠିଥିଲା । ଜାତି,ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ଶୋଭାଯାତ୍ରାରେ ଯୋଗ ଦେଇଥିବା ବେଳେ କୋରାପୁଟ ନିର୍ବାଚନ ମଣ୍ଡଳୀର 3 ପ୍ରମୁଖ ଦଳର ବିଧାୟକ ପ୍ରାର୍ଥୀଙ୍କ ସମେତ ସାଂସଦ ସପ୍ତଗିରି ଉଲାକା ଯୋଗ ଦେଇ ଶ୍ରଦ୍ଧାଳୁଙ୍କୁ ଉତ୍ସାହିତ କରିଥିଲେ । 

ବିଜେଡି ବିଧାୟକ ପ୍ରାର୍ଥୀ ରଘୁରାମ ପଡ଼ାଲ, ବିଜେପି ବିଧାୟକ ପ୍ରାର୍ଥୀ ରଘୁରାମ ମାଛ, କଂଗ୍ରେସ ବିଧାୟକ ପ୍ରାର୍ଥୀ କୃଷ୍ଣ କୁଲଦୀପଙ୍କ ସମେତ ସାଂସଦ ସପ୍ତଗିରି ଉଲାକା ଯୋଗ ଦେଇଥିଲେ । ଶୋଭାଯାତ୍ରାରେ 3 ପ୍ରମୁଖ ଦଳର ପ୍ରାର୍ଥୀମାନଙ୍କୁ ପାଖରେ ପାଇ ଲୋକମାନେ ବେଶ ଉତ୍ସାହିତ ହୋଇଥିଲେ । 3 ଦଳର ପ୍ରମୁଖ ପ୍ରାର୍ଥୀ ଏକା ସାଥିରେ ଶୋଭାଯାତ୍ରାରେ ଭାଗ ନେଇ ନିଜ ନିଜ ଭିତରେ ଶ୍ରୀରାମ ନବମୀ ଉପଲକ୍ଷେ ଶୁଭେଚ୍ଛା ଜଣାଇଥିଲେ । ଦଳ ମତ ନିର୍ବିଶେଷରେ ସମସ୍ତେ କୋରାପୁଟର ସନ୍ତାନ । ଦଳ ଗୋଟେ ପଟେ ଓ କୋରାପୁଟର ପର୍ବପର୍ବାଣୀ ଭାଇଚାରା ଆଉ ଗୋଟେ ପଟେ ରହିଥିବା ଯୋଗୁଁ ଧର୍ମ କାମରେ ରାଜନୀତି ନ ପୁରାଇ ସମସ୍ତ ଦଳର କର୍ମୀ ଏକ ହୋଇ କୋରାପୁଟର ଉନ୍ନତି କରିବା ପାଇଁ 3 ପ୍ରମୁଖ ଦଳର ନେତା ଆହ୍ୱାନ ଦେଇଥିଲେ । 

ତେବେ 3 ପ୍ରମୁଖ ଦଳର ନେତାଙ୍କୁ ଗୋଟେ ସ୍ଥାନରେ ଓ ନିଜ ନିଜ ଭିତରେ ଭାଇଚାରା ସମ୍ପର୍କକୁ ନେଇ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି । କୋରାପୁଟର ଉନ୍ନତି ପାଇଁ ଭାଇଚାରା ଦେଖାଇଥିବା ଭଳି ନିର୍ବାଚନରେ ବନ୍ଧୁତ୍ବପୂର୍ଣ୍ଣ ରଣନୀତି ରହିବ ବୋଲି ନେତାମାନେ ଜଣାଇଛନ୍ତି । ଆଜି ନେତାମାନେ ଶ୍ରୀରାମଙ୍କ ଚରଣାର ବିନ୍ଦରେ ଯେଉଁଭଳି ଭାଇଚାରା ପ୍ରଦର୍ଶନ କରିଛନ୍ତି ସେହି ଧାରା ଆଗକୁ ଜାରି ରହିଲେ କୋରାପୁଟରେ ରାମ ରାଜ୍ୟର ଅନୁଭୂତି କରି ହେବ ବୋଲି କୋରାପୁଟର ଆଇନଜୀବୀ ଅଶୋକ ଷଡଙ୍ଗୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ .....ଶ୍ରୀରାମ ନବମୀରେ ବ୍ରହ୍ମପୁରରେ ବିଜେପିର ବିଶାଳ ମୋଟର ସାଇକେଲ୍ ଶୋଭାଯାତ୍ରା - BJP BIKE RALLY

ଇଟିଭି ଭାରତ,କୋରପୁଟ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.