ଶ୍ରୀରାମ ନବମୀରେ ବ୍ରହ୍ମପୁରରେ ବିଜେପିର ବିଶାଳ ମୋଟର ସାଇକେଲ୍ ଶୋଭାଯାତ୍ରା - BJP BIKE RALLY

By ETV Bharat Odisha Team

Published : Apr 17, 2024, 7:23 PM IST

thumbnail

BJP BIKE RALLY: ବ୍ରହ୍ମପୁର: ପବିତ୍ର ଶ୍ରୀରାମ ନବମୀ ଅବସରରେ ବ୍ରହ୍ମପୁରରେ ବିଜେପି ପକ୍ଷରୁ ଆୟୋଜିତ ହୋଇଛି ବିଶାଳ ମୋଟର ସାଇକେଲ୍ ଶୋଭାଯାତ୍ରା । ବ୍ରହ୍ମପୁରର ବିଜେପି ବିଧାୟକ ପ୍ରାର୍ଥୀ କେ.ଅନିଲ କୁମାରଙ୍କ ନେତୃତ୍ବରେ ଏକ ବିଶାଳ ମୋଟର ସାଇକେଲ୍ ଶୋଭାଯାତ୍ରା ବ୍ରହ୍ମପୁର ସହର ପରିକ୍ରମା କରିଛି । ଏହି ଶୋଭାଯାତ୍ରାରେ ପ୍ରାୟ ଏକହଜାରରୁ ଉର୍ଦ୍ଧ ମୋଟର ସାଇକେଲରେ ଦଳୀୟ କାର୍ଯ୍ୟକର୍ତ୍ତା ମାନଙ୍କ ଜୟ ଶ୍ରୀରାମ ଧ୍ବନିରେ ସମଗ୍ର ସହରକୁ ପ୍ରକମ୍ପିତ କରିବା ସହ ଶ୍ରୀରାମଙ୍କ ଗୈରିକ ଧ୍ବଜ ଧରି ସହର ପରିକ୍ରମା କରିଥିଲେ ।  

ଏହା ମଧ୍ୟ ପଢନ୍ତୁ .... ବାଲୁକା କଳାରେ ପବିତ୍ର ରାମ ନବମୀର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ - Ram Navami

ଦଳୀୟ କାର୍ଯ୍ୟକର୍ତ୍ତା ମାନେ ସହରର ଗାନ୍ଧୀନଗର ସ୍ଥିତ ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ କାର୍ଯ୍ୟାଳୟ ଠାରୁ ବାହାରି ଗୌତମ ସିନେମା ହଲ୍ ରୋଡ଼ ସ୍ଥିତ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରି ଦର୍ଶନ କରିବା ସହ ଏହି ଶୋଭାଯାତ୍ରା ଏସଏନଟି ରୋଡ଼,ଗିରି ମାର୍କେଟ୍ ରୁ ଆରମ୍ଭ ହୋଇ ଅନ୍ନପୂର୍ଣ୍ଣା ମାର୍କେଟ,ଗିରିଜା ଛକ ଦେଇ ରାମଲିଙ୍ଗମ ଟ୍ୟାଙ୍କ୍ ରୋଡ଼ ସ୍ଥିତ ହନୁମାନ ମନ୍ଦିର ଠାରେ ଶେଷ ହେଇଥିଲା । ଏହି ଶୋଭାଯାତ୍ରାରେ ବିଧାୟକ ପ୍ରାର୍ଥୀ କେ.ଅନିଲ କୁମାରଙ୍କ ସହିତ ବ୍ରହ୍ମପୁର ବିଧାନସଭା ସଂଯୋଜକ ପ୍ରଭାତ କିରଣ ଷଡ଼ଙ୍ଗୀ, ବିଧାନସଭା ପ୍ରଭାରୀ ରାମ ପ୍ରସାଦ ସାମଲ, ବ୍ରହ୍ମପୁର ଜୋନ୍ ମିଡ଼ିଆ ସଂଯୋଜକ ସୁନିଲ କୁମାର ସାହୁ, ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର ଆଦି ବିଜେପି ନେତା ଓ କର୍ମୀ ସାମିଲ ହୋଇଥିଲେ । ବିଜେପିର ଏହି ଶୋଭାଯାତ୍ରାରେ ତାଙ୍କ ପ୍ରତି ସହରର ସାଧାରଣ ଜନତାଙ୍କ ଅକୁଣ୍ଠ ସମର୍ଥନ ଦେଖିବାକୁ ମିଳିଥିବା ନେଇ ବିଧାୟକ ପ୍ରାର୍ଥୀ କେ.ଅନିଲ କୁମାର ଜଣାଇଛନ୍ତି । 

ଇଟିଭି ଭାରତ, ବ୍ରହ୍ମପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.