ନାମାଙ୍କନ ପତ୍ର ଦାଖଲର 5ମ ଦିନ, ବରଗଡ଼ରେ ପ୍ରାର୍ଥୀପତ୍ର ଦାଖଲ କଲେ 4 ବିଧାୟକ ପ୍ରାର୍ଥୀ - MLA candidates File Nomination

By ETV Bharat Odisha Team

Published : Apr 30, 2024, 10:10 PM IST

thumbnail

BJD and BJP candidates File Nomination: ବରଗଡ଼: ଆସନ୍ତା ମେ ମାସ 20 ତାରିଖରେ ବରଗଡ ଜିଲ୍ଲାରେ ହେବାକୁ ଯାଉଛି ମତଦାନ ପ୍ରକ୍ରିୟା । ଏଥିପାଇଁ ଗତ ୨୬ ଏପ୍ରିଲରୁ ଆରମ୍ଭ ହୋଇଯାଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ଆଜି ନାମାଙ୍କନ ପ୍ରକ୍ରିୟାର ପଞ୍ଚମ ଦିନରେ ବରଗଡ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଅଶ୍ଵିନୀ ଷଡଙ୍ଗୀ ଓ ଅତାବିରା ବିଧାନସଭା ଆସନ ପାଇଁ ବିଜେଡି ଦଳର ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଅନ୍ୟପଟେ ବିଜେପୁର ବିଧାନସଭା ଆସନ ପାଇଁ ମଧ୍ୟ ବିଜେପି ଦଳର ପ୍ରାର୍ଥୀ ସନତ ଗଡ଼ତିଆ ଆଜି ବରଗଡ DRDA ଅଫିସଠାରେ CDOଙ୍କ ନିକଟରେ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ଭଟଲି ବିଧାନସଭା ଆସନ ପାଇଁ ଆଜି ବରଗଡ ଜିଲ୍ଲାପାଳ ଅଫିସରେ ଅତିରିକ୍ତ ଜିଲ୍ଲାପାଳଙ୍କଠାରେ BSP ଦଳରୁ ପ୍ରାର୍ଥୀ ହୋଇଥିବା ନାରାୟଣ ଭେଷରା ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି  ।  

ଏହା ମଧ୍ୟ ପଢନ୍ତୁ... ରାଉରକେଲା ଏବଂ ରଘୁନାଥପାଲ୍ଲୀ ଆସନ ପାଇଁ ନାମାଙ୍କନ ଭରିଲେ କଂଗ୍ରେସ ପ୍ରାର୍ଥୀ - Rabindra And Gopal File Nomination

ବିଜେପି ଦଳର ବରଗଡ ବିଧାୟକ ପ୍ରାର୍ଥୀ ଓ ବିଜେପୁର ବିଧାୟକ ପ୍ରାର୍ଥୀ ମିଳିତ ଭାବେ ଶକ୍ତି ପ୍ରଦର୍ଶନ କରି ବରଗଡ ଲମ୍ବା ବିଲ୍ଡିଙ୍ଗଠାରୁ ଏକ ବିରାଟ ରାଲିରେ ସାମିଲ ହୋଇ ନାମାଙ୍କନ ପତ୍ର ଦାଖଲ କରିବାକୁ ହଜାକ ହଜାର ସମର୍ଥକଙ୍କ ଯାଇଥିଲେ ।  ବିଜେପି ଦଳର ଉଭୟ ବିଧାୟକ ପ୍ରାର୍ଥୀଙ୍କ ନାମାଙ୍କନ ସମୟରେ ଓ ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ ମଧ୍ୟ ଉପସ୍ଥିତ ରହିଥିଲେ | ଅନ୍ୟପଟେ ଅତାବିରା ବିଧାନସଭା ସଭା ଆସନ ପାଇଁ ବିଜେଡି ଦଳର ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ ମଧ୍ୟ ଶକ୍ତି ପ୍ରଦର୍ଶନ କରି ବରଗଡ ସହରରେ ଚର୍ଚ୍ଚାରେ ରହିଛନ୍ତି । ସ୍ନେହଙ୍ଗିଣୀ ଛୁରିଆଙ୍କ ସହିତ 10 ହଜାରରୁ ଅଧିକ ସମର୍ଥକ ଏକଜୁଟ ହୋଇ ଆଜି ବିରାଟ ରାଲିରେ ସାମିଲ ହୋଇ ବିଜେଡି ପ୍ରାର୍ଥିନୀଙ୍କ ଶକ୍ତି ପ୍ରଦର୍ଶକ ପାଲଟିଥିଲେ । ଏହି ଶକ୍ତି ପ୍ରଦର୍ଶନରେ ସ୍ନେହଙ୍ଗିନୀ ଛୁରିଆଙ୍କ ସହିତ ବରଗଡ଼ ବିଜୁ ଜନତା ଦଳର ସାଂସଦ ପ୍ରାର୍ଥିନୀ ପରିଣୀତା ମିଶ୍ର ଓ ବିଜେଡି ଜିଲ୍ଳା କାର୍ଯ୍ୟକାରୀ ସଭାପତି ସୁଶାନ୍ତ କୁମାର ମହାପାତ୍ର, ବରିଷ୍ଠ ବିଜେଡ଼ି ନେତା ଶୁଶାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ମେ ୩ ତାରିଖ ନାମାଙ୍କନ ଦାଖଲ ପ୍ରକ୍ରିୟାର ଶେଷ ଦିନ ହୋଇଥିବା ବେଳେ ମେ ୬  ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ତାରିଖ ରହିଛି ।

ଇଟିଭି ଭାରତ, ବରଗଡ଼

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.