ରାଉରକେଲାରେ ଭାରତ ବନାମ ସ୍ପେନ ମ୍ୟାଚ୍‌, ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ

By ETV Bharat Odisha Team

Published : Feb 19, 2024, 8:13 PM IST

thumbnail

India vs Spain Hockey Match: ରାଉରକେଲା: ଭୁବନେଶ୍ବରରେ ପ୍ରଥମ ପର୍ଯ୍ୟାୟ ଶେଷ ହେବାପରେ ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଆଜିଠାରୁ ଦ୍ବିତୀୟ ପର୍ଯ୍ୟାୟ ଏଫ୍‌ଆଇଏଚ୍‌ ପୁରୁଷ ପ୍ରୋ ଲିଗ୍‌ ମ୍ୟାଚ୍‌ ଖେଳାଯିବ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ରାଉରକେଲା ସହର । ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ସହରରେ ଆଜି ପୁଣି ଭାରତୀୟ ଦଳକୁ ସମର୍ଥନ କରିବା ପାଇଁ ଆଗେଇ ଆସିଛନ୍ତି ହକିପ୍ରେମୀ । କଥାରେ ଅଛି, କ୍ରାଉଡ ହେଉଛନ୍ତି ଟ୍ବେଲ୍‌ଥ୍‌ ମ୍ୟାନ । କ୍ରାଉଡ୍‌ ବା ଦର୍ଶକ ବିନା ଖେଳ ଅଧୁରା । ରାଉରକେଲା ସହରରେ ଆଜି ଭାରତ ଏବଂ ସ୍ପେନ ମଧ୍ୟରେ ମ୍ୟାଚ୍‌କୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।

ଆଜି ଭାରତୀୟ ପୁରୁଷ ହକି ଦଳ ବର୍ଷକ ପରେ ରାଉରକେଲାରେ ମୈଦାନକୁ ଓହ୍ଲାଇବ । ନିଜ ବିଜୟ ରଥକୁ ଜାରି ରଖିବାକୁ ଲଢ଼ିବ ଭାରତ । ସେଥିପାଇଁ ଖେଳାଳି ଓ ମୈଦାନ ପ୍ରସ୍ତୁତ । ନିଜ ପ୍ରିୟ ଦଳକୁ ଭରପୁର ସମର୍ଥନ ଯୋଗାଇବା ପାଇଁ ଦର୍ଶକ ବି ପ୍ରସ୍ତୁତ । ଭାରତୀୟ ପୁରୁଷ ଟିମ୍‌ ଏହି ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ବେଶ ଭାଗ୍ୟଶାଳୀ ବୋଲି ନିଜେ ମାନିଛନ୍ତି କ୍ୟାପଟେନ ହରମନପ୍ରୀତ ସିଂହ । ତେବେ ଆଜିର ଏହି ହାଇ ଭୋଲ୍ଟେଜ ମ୍ୟାଚ୍‌କୁ ଉପଭୋଗ କରିବାକୁ ହକିପ୍ରେମୀ ଚାହିଁ ବସିଥିବାବେଳେ ମ୍ୟାଚ୍‌ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗି ରହିଛି । ଲମ୍ବା ଲାଇନରେ ଛିଡା ହୋଇଛନ୍ତି ଦର୍ଶକ । କାରଣ ହେଉଛି ହକି ପାଇଁ ଭଲ ପାଇବା । ଆଜିର ହାଇ ଭୋଲ୍ଟେଜ ମ୍ୟାଚ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଭିଡ ଲାଗି ରହିଛି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.