'ମୁମ୍ବାଇ ଇଣ୍ଡିଆନ୍ସ'ର ଅଧିନାୟକ ଦାୟିତ୍ବ ସମ୍ଭାଳିବା ହାର୍ଦ୍ଦିକଙ୍କ ଲାଗି କଷ୍ଟସାଧ୍ୟ: ଇରଫାନ

By ETV Bharat Odisha Team

Published : Feb 8, 2024, 11:07 PM IST

thumbnail

Irfan Pathan Interview with ETV Bharat: ହାଇଦ୍ରାବାଦ: ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ ପଠାନଙ୍କ ମତରେ ଆଇପିଏଲର ଚମ୍ପିଆନ ଟିମ 'ମୁମ୍ବାଇ ଇଣ୍ଡିଆନ୍ସ'ର ଅଧିନାୟକ ଦାୟିତ୍ବ ସମ୍ଭାଳିବା ଷ୍ଟାର ପ୍ଲେୟାର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଲାଗି କଷ୍ଟସାଧ୍ୟ ହୋଇପାରେ । 'ଇଟିଭି ଭାରତ'ର କ୍ରୀଡା ସାମ୍ବାଦିକ ନିଖିଲ ବାପତଙ୍କ ସହିତ ଏକ ସାକ୍ଷାତକାରରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଇରଫାନ । ଚଳିତ ବର୍ଷ ଲୋକପ୍ରିୟ ଟି-୨୦ ମ୍ୟାଚ ଆଇପିଏଲର ୧୭ତମ ସଂସ୍କରଣ ଆୟୋଜିତ ହେବାକୁ ଯାଉଛି । ଏହି ସମ୍ପର୍କରେ ଇଟିଭି ଭାରତର ଇରଫାନଙ୍କ ସହିତ ଆଲୋଚନା କରିବା ସମୟରେ ସେ ହାର୍ଦ୍ଦିକଙ୍କୁ ନେଇ ଏପରି ମତ ରଖିଛନ୍ତି । ଏ ନେଇ ଇରଫାନ କହିଛନ୍ତି, "ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲର ଏକ ସଫଳତମ ଟିମ । ହେଲେ ଅଧିନାୟକ କଥା ଆସିଲେ ସ୍ଥିତି ଟିକେ ଭିନ୍ନ । ରୋହିତ ଶର୍ମାଙ୍କ ପରେ ଏବେ ହାର୍ଦ୍ଦିକ ଦଳକୁ ଅଧିନାୟକ ହୋଇ ଫେରିଛନ୍ତି । ତାଙ୍କୁ ଅଧିନାୟକ ଦାୟିତ୍ବ ମିଳିବା ପରେ ସୋସିଆଲ ମିଡିଆରେ ଅନେକ କଥା ଉଠିଥିଲା । ଏଣୁ ମୁଁ ଭାବୁଛି ହାର୍ଦ୍ଦିଙ୍କ ଲାଗି ଏହି ଦାୟିତ୍ବ ସମ୍ଭାଳିବା କଷ୍ଟସାଧ୍ୟ ହୋଇପାରେ ।" ଆଉ କେଉଁ କେଉଁ ପ୍ରସଙ୍ଗରେ ଇରଫାନ ଆଲୋଚନା କରିଛନ୍ତି ତାହା ଜାଣିବା ଲାଗି ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.