ଭଉଣୀ ଭିଡିଓ ରେକର୍ଡିଂ କରୁଥିଲା, ପ୍ରଖର ସୁଅରେ ଭାସିଗଲା ଭଉଣୀ - LIVES LOST IN MAKING REEL

By ETV Bharat Odisha Team

Published : Apr 29, 2024, 1:50 PM IST

thumbnail

Reels Mishap ଲକ୍ଷ୍ମୌ:  ରିଲ୍ସ ନିଶାରେ ଆଜିକାଲିର ଯୁବପିଢୀ ।  ସୋସିଆଲ ମିଡିଆରେ ଫେମସ ହେବା ପାଇଁ ବିଭିନ୍ନ ପ୍ରକାରର ରିଲ୍ସ ବନାଉଛନ୍ତି । ଏଭଳିକି ଅନେକ ସମୟରେ ବିପଦପୂର୍ଣ୍ଣ ସ୍ଥାନରେ ମଧ୍ୟ ରିଲ୍ସ ବନାଇବାକୁ ପଛାଉନାହାନ୍ତି । ଯେଉଁଥିପାଇଁ କେତେବେଳେ ବଡ ଅଘଟଣ ଘଟିଯାଉଛି ତ କେତେବେଳେ କାହାର ଜୀବନ ଚାଲିଯାଉଛି । ଏଭଳି ଏକ ଅଘଟଣ ଘଟିଛି ଉତ୍ତରପ୍ରଦେଶ ରାଜ୍ୟର ଲକ୍ଷ୍ମୌରେ । ରିଲ୍ସ ନିଶାରେ ଜଣେ ୧୮ ବର୍ଷୀୟା ଯୁବତୀ ନଦୀରେ ବୁଡି ଯାଇଛନ୍ତି  ।  

ଏହାମଧ୍ୟ ପଢନ୍ତୁ.. ରିଲ୍ସ ନିଶା ହେଲା କାଳ, ଭିଡ଼ିଓ କରୁ କରୁ ପାଣି ସୁଅରେ ଭାସିଗଲେ 2 ଯୁବତୀ
 

ଉତ୍ତରପ୍ରଦେଶର ଲକ୍ଷ୍ମୌ ଅନ୍ତର୍ଗତ ବିକାଶନଗର ଅଞ୍ଚଳର ୧୮ ବର୍ଷୀୟ ମନୀଷା ରବିବାର ଦିନ ନିଜ ସମ୍ପର୍କୀୟ ଭାଇ ଭଉଣୀ ଓ ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇଥିଲେ । ଏହି ସମୟରେ ଇନ୍ଦିରା କେନାଲ ନିକଟରେ ରିଲ୍ସ ବନାଉଥିବା ସମୟରେ ହଠାତ କେନାଲ ମଧ୍ୟକୁ ଖସି ପଡିଥିଲେ  ।କେନାଲରେ ପ୍ରଖର ସୁଅ ଥିବାରୁ ଭାସି ଯାଇଥିଲେ ମନୀଷା । ଏନେଇ ପୋଲିସ ଖବର ପାଇବା ପରେ ଘଟଣାସ୍ଥଲରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ଏବେସୁଦ୍ଧା ମନୀଷାଙ୍କୁ ଉଦ୍ଧାର କରାଯାଇପାରିନାହିଁ  ।  ୨ ଦିନ ହେଲା ଖୋଜାଖୋଜି ଜାରି ରଖିଛି ପୋଲିସ  । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.