କଳାହାଣ୍ଡିରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ, 'ବନ୍ଦେ ଉତ୍କଳ ଜନନୀ' ସଙ୍ଗୀତରେ ଗୁଞ୍ଜରିତ ପରିବେଶ

By ETV Bharat Odisha Team

Published : Feb 3, 2024, 3:54 PM IST

thumbnail

First World Odia Language Conference ଭବାନୀପାଟଣା : ଭୁବନେଶ୍ୱରରେ ଆରମ୍ଭ ହେଉଛି ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ । ତିନି ଦିନ ଧରି ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ହେବ ସମ୍ମିଳନୀ । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ରାଜ୍ୟର ସମସ୍ତ ସ୍କୁଲ, କଲେଜ, ସରକାରୀ, ବେସରକାରୀ ଅନୁଷ୍ଠାନଗୁଡ଼ିକରେ ଆଜି ଦିନ ୧୧ଟା ସମୟରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଛି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୌର ପରିଷଦ କାର୍ଯ୍ୟଳୟରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପୌର ପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସତସମ୍ପୂର୍ଣା ରାଉତ, ପୌର ଅଧ୍ୟକ୍ଷା ସଂଯୁକ୍ତା ବେହେରାଙ୍କ ସମେତ ସମସ୍ତ କାଉନସିଲର, ସମସ୍ତ କର୍ମଚାରୀ ଉପସ୍ଥିତ ରହି ପ୍ରଥମେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିବା ସହ ଓଡ଼ିଶା ଅସ୍ମିତାକୁ ନେଇ ଆଲୋଚନା କରିଥିଲେ । ଏହାପରେ ଅସ୍ମିତା ରଥର ଶୁଭାରମ୍ଭ କରାଯାଇଥିବା ବେଳେ ଏହି ରଥ ସହରାଞ୍ଚଳରୁ ଆରମ୍ଭ କରି ସମସ୍ତ ଗାଁରେ ବୁଲି ଲୋକଙ୍କୁ ଓଡ଼ିଆ ଭାଷା ପ୍ରତି ସଚେତନା କରିବ । ରାଜ୍ୟର କଳା, ସଂସ୍କୃତି, ଐତିହ୍ୟ ଓ ଭାଷା ସମ୍ପର୍କିତ ବିଭିନ୍ନ କଳାକୃତି ଏଥିରେ ପ୍ରଦର୍ଶିତ ହେବ ।
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.