ETV Bharat / state

ଆଜିଠୁ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ, ଏକକାଳୀନ ବନ୍ଦେ ଉତ୍କଳ ଜନନୀ ଗାଇବେ ପ୍ରତିଟି ଓଡିଆ

author img

By ETV Bharat Odisha Team

Published : Feb 3, 2024, 7:11 AM IST

Updated : Feb 3, 2024, 7:17 AM IST

ଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ
First World Odia Language Conference

First World Odia Language Conference: ଓଡିଆ ଭାଷାକୁ ଅଧିକ ଉନ୍ନତ ଓ ଲୋକପ୍ରିୟ କରିବାକୁ ଆଜି (ଶନିବାର) ଠାରୁ ଭୁବନେଶ୍ବରରେ ଆରମ୍ଭ ହେବାକୁ ଯାଉଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ପୂର୍ବାହ୍ନ ୧୧ଟା ସମୟରେ ଏକକାଳୀନ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରିବେ ରାଜ୍ୟର ସମସ୍ତ ସ୍କୁଲ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ଭୁବନେଶ୍ବର: ଆଜି (ଶନିବାର)ଠାରୁ ଆରମ୍ଭ ହେବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ଭୁବନେଶ୍ବରର ଜନତା ମଇଦାନରେ ତିନି ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ପୂର୍ବାହ୍ନ ୧୧ଟା ସମୟରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦଘାଟନୀ ସମୟରେ ରାଜ୍ୟ ତଥା ଦେଶ ବିଦେଶରେ ରହୁଥିବା ଓଡ଼ିଆ ଭାଇଭଉଣୀମାନଙ୍କ ସହ ରାଜ୍ୟର ସମସ୍ତ ସ୍କୁଲ ଛାତ୍ରଛାତ୍ରୀ ମଧ୍ୟ ଏକକାଳୀନ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରିବେ । ଏନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ୪୦ ହଜାର ଛାତ୍ରଛାତ୍ରୀ ଏକାଠି ହୋଇ ରାଜ୍ୟ ସଙ୍ଗୀତ ଗାନ କରିବାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଓଡିଆ ଭାଷାକୁ ଅଧିକ ଉନ୍ନତ ଓ ଲୋକପ୍ରିୟ କରିବାକୁ ଭାଷା ସମ୍ମିଳନୀ ଆୟୋଜନ କରାଯାଇଛି । ଏଥିରେ ଓଡିଆ ଭାଷାକୁ ନେଇ ବିଚାରବିମର୍ଶ ହେବ ।

ଏହା ମଧ୍ୟ ପଢନ୍ତୁ-ଫେବୃଆରୀ ୩ରୁ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ; କାର୍ଯ୍ୟକ୍ରମ ସଫଳ କରିବାକୁ ସହଯୋଗ ଲୋଡିଲେ ସରକାର

ଅକ୍ଷର ଭୂମିର ଶୁଭାରମ୍ଭ: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପୂର୍ବରୁ ଗତକାଲି (ଶୁକ୍ରବାର) ଅକ୍ଷର ଭୂମିର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ସମ୍ମିଳନୀ ସ୍ମୃତିକୁ ଚିର ସ୍ମରଣୀୟ କରିବ ଅକ୍ଷର ଭୂମି । ଓଡ଼ିଆ ଭାଷା ସଂସ୍କୃତି ଓ କଳାର ଜୟ ଗାନ ମଧ୍ୟ କରିବ । ଖାଣ୍ଡେଲାଇଟ ପଥରରେ କଳିଙ୍ଗ ଶୈଳୀରେ ଓଡ଼ିଶାର କଳା ଓ ଭାସ୍କର୍ଯ୍ୟର ଅପୂର୍ବ ନିଦର୍ଶନ ସ୍ବରୂପ ନିର୍ମିତ ହୋଇଛି ଅକ୍ଷର ଭୂମି ।

ଏହା ମଧ୍ୟ ପଢନ୍ତୁ- ୱାର୍ଲଡ ରେକର୍ଡ କଲେ ଛାତ୍ରଛାତ୍ରୀ, ୧ ଘଣ୍ଟାରେ ସର୍ବାଧିକ ଓଡ଼ିଆ ହସ୍ତଲିଖନ ଅନଲାଇନରେ ଅପଲୋଡ

ବିଶ୍ୱ ରେକର୍ଡ଼ କଲେ ଛାତ୍ରଛାତ୍ରୀ: ରାଜ୍ୟର ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ସୃଷ୍ଟି କରିଛନ୍ତି ବିଶ୍ୱ ରେକର୍ଡ଼ । ପ୍ରଥମ ବିଶ୍ୱ ଓଡି଼ଆ ଭାଷା ସମ୍ମିଳନୀ ଉଦ୍ଦେଶ୍ୟରେ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀମାନେ ସାହିତ୍ୟ ସୃଜନୀ କ୍ଲବ ମାଧ୍ୟମରେ ‘ମୋ କଥା ମୋ କହାଣୀ’ ପୁସ୍ତକ ରଚନା କରିଥିଲେ । ପୁସ୍ତକର ତଥ୍ୟକୁ ସାମାଜିକ ଗଣମାଧ୍ୟମ ଫେସବୁକରେ ଏକ ଘଣ୍ଟା ମଧ୍ୟରେ ଅପଲୋଡ୍ କରାଯିବା ପରେ ଏହା ଗିନିଜ ବୁକ ଅଫ୍ ୱାର୍ଲ୍ଡ ରେକର୍ଡ଼ ସୃଷ୍ଟି କରିଥିଲା । ଗତକାଲି ଦିନ ୧୨ଟାରୁ ୧ଟା ମଧ୍ୟରେ ଏହି ପୁସ୍ତକର ତଥ୍ୟକୁ ଫେସବୁକରେ ଅପଲୋଡ କରାଯାଇଥିଲା । ମାତ୍ର ଏକ ଘଣ୍ଟା ମଧ୍ୟରେ ଓଡି଼ଶାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସର୍ବାଧିକ ପୁସ୍ତକର ତଥ୍ୟ ଅପଲୋଡ କରିଥିଲେ। ପୂର୍ବ ରେକର୍ଡ ଠାରୁ ୪ଗୁଣା ଅଧିକ ସଂଖ୍ୟାରେ ଏହି ରେକର୍ଡ଼ ଭଙ୍ଗିଥିଲେ ଛାତ୍ରଛାତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Feb 3, 2024, 7:17 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.