ଟ୍ରକ ଧକ୍କାରେ ମାଆ ମୃତ, ଗୁରୁତର ଅବସ୍ଥାରେ ବାପା-ଝିଅ ହସ୍ପିଟାଲରେ ଭର୍ତ୍ତି

By ETV Bharat Odisha Team

Published : Feb 18, 2024, 4:16 PM IST

thumbnail

Cuttack Road Accident: କଟକ: ଆଜି କଟକର ନୂଆବଜାର ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, କନ୍ଦରପୁର ଅଞ୍ଚଳର ଦିପକ ରାଉତ ତାଙ୍କ ପତ୍ନୀ ଓ ଝିଅଙ୍କ ସହିତ ସ୍କୁଟିରେ ଯାଉଥିବା ବେଳେ ଚାଉଳିଆଗଞ୍ଜ ଛକ ଆଡୁ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ପତ୍ନୀ ସାରଥୀ ରାଉତ ତଳେ ପଡିଯାଇଥିବା ବେଳେ ଟ୍ରକଟି ତାଙ୍କ ଉପରେ ଚଢିଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଏହା ମଧ୍ୟ ପଢ଼ନ୍ତୁ... ସ୍କୁଟିକୁ ମୁହାଁମୁହିଁ ଧକ୍କା ଦେଲା ବସ୍, 2 ମୃତ

ଅନ୍ୟପଟେ ବାପା ଏବଂ ଝିଅଙ୍କୁ ଗୁରୁତର ଅବସ୍ଥାରେ ଏସିସିବି ମେଡିକାଲରେ ଭର୍ତ୍ତି କରାଯାଇଛି ।  ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବା ସୂଚନା ମିଳିଛି । ଦୁର୍ଘଟଣା କାରଣରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହେଇଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଭିଡ଼କୁ ଆୟତ୍ତ କରିବା ସହିତ ଟ୍ରକକୁ ଜବତ କରିଛି ।    

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.