ଅସହ୍ୟ ଖରାରେ ବିଜୁଳି କାଟ ନେଇ TPCODL କାର୍ଯ୍ୟାଳୟ ଘେରିଲା କଂଗ୍ରେସ - Congress Protest Against TPCODL

By ETV Bharat Odisha Team

Published : Apr 6, 2024, 10:40 PM IST

thumbnail

CONGRESS PROTEST FOR REGULAR POWERCUT: କଟକ: ବାଦାମବାଡି TPCODL କାର୍ଯ୍ୟାଳୟ ଘେରିଲା କଂଗ୍ରେସ । ଟାଟା ପାୱାରର ମନମୁଖୀ କାର୍ଯ୍ୟ ଓ ଅଘୋଷିତ ପାୱାର କାଟ୍ କୁ ବିରୋଧ କରି ଆଜି କଟକ କଂଗ୍ରେସ ପକ୍ଷରୁ ବାଦମବାଡି ସ୍ଥିତ ଇଲେକ୍ଟ୍ରି ଅଫିସ ଘେରାଉ କରାଯାଇଛି । ସିଏମସି କର୍ପୋରେଟର ସନ୍ତୋଷ ଭୋଳଙ୍କ ନେତୃତ୍ବରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ତେବେ ଆଗାମୀ ଦିନରେ ଯଦି ଏ ଭଳି ଅଘୋଷିତ ବିଦ୍ୟୁତ କାଟ କରାଯାଏ ତେବେ ଟାଟା କମ୍ପାନୀକୁ କଟକ ସହର ଗଳି କନ୍ଦିରେ ଦଳ ତରଫରୁ ବିରୋଧ କରାଯିବ ବୋଲି କହିଛନ୍ତି ଆନ୍ଦୋଳନକାରୀ । 

ଏହା ମଧ୍ୟ ପଢନ୍ତୁ ... ଆକାଶରୁ ନିଆଁ ବର୍ଷା ! ଆଉ 24 ଘଣ୍ଟା କଲବଲ କରିବ ହିଟୱେଭ୍‌ - Heat Wave Alert

ଏହି 9 ଦଫା ଦାବି ମଧ୍ୟରେ ଅଘୋଷିତ ଭାବେ ବିଦ୍ୟୁତ କାଟ, ଜବରଦସ୍ତି ଲୋକଙ୍କ ଘରେ ପଶି ଚାଲାଣ କାଟ କରିବା, ସହରର ପ୍ରମୁଖ ସ୍ଥାନରେ ବିପଦସଂକୁଳ ଅବସ୍ଥାରେ ଟ୍ରାନ୍ସଫରମର ରହିଥିବାବେଳେ କୌଣସି ବ୍ୟାରିକେଡ କରାନଯିବା, ବିଦ୍ୟୁତ କାଟ ସମୟରେ ତୁରନ୍ତ ମରାମତି ନ କରାଯିବା, ବିଦ୍ୟୁତ ଦେୟ ବୃଦ୍ଧି ଭଳି ଅନ୍ୟାନ୍ୟ ଦାବି ଉପସ୍ଥାପନା କରାଯାଇଛି । ତେବେ କଟକରେ ବର୍ତ୍ତମାନ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଇବା ହେତୁ ଟାଟା ପାଓ୍ବାର ବିରୋଧରେ ବଢୁଛି ଅସନ୍ତୋଷ । ଅସହ୍ୟ ଖରା ଗରମ ପରେ ମଧ୍ୟ ବିଦ୍ୟୁତ୍ କାଟକୁ ନେଇ ଜାରି ରହିଛି ଅସନ୍ତୋଷ । ପ୍ରତିଦିନ କଟକ ସହରରେ ଅଘୋଷିତ ବିଦ୍ୟୁତ୍ କାଟ ଓ ବିଦ୍ୟୁତ୍ ଯୋଗାଣରେ ହେଉଥିବା ବିଭିନ୍ନ ସମସ୍ୟା ଜାରି ରହିଛି । ଅନ୍ୟପଟେ ଏହି ତମାମ ଅଭିଯୋଗ ଉପରେ ଦୃଷ୍ଟିଦେବା ସହ ଏହାର ଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି TPCODL କାର୍ଯ୍ୟାଳୟ ଅଧିକାରୀ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.