ସୀମାରାଣୀଙ୍କୁ ବିଜେପି ଟିକଟ; କହିଲେ ହିନ୍ଦୋଳବାସୀଙ୍କ ସ୍ବାଭିମାନର ଲଢେଇ ହେବ - Siamarani Nayak Reaction

By ETV Bharat Odisha Team

Published : Apr 27, 2024, 8:39 PM IST

thumbnail

Siamarani Nayak Reaction: ଢେଙ୍କାନାଳ: ଚଳିତ ୨୦୨୪ ସାଧାରଣ ନିର୍ବାଚନରେ ବିଭିନ୍ନ ଦଳୀୟ ପ୍ରାର୍ଥୀମାନେ ନିର୍ବାଚନ ମୈଦାନରେ ପ୍ରଚାର ଜୋରସୋରରେ ଚଳାଇଛନ୍ତି । ତେବେ ଚଳିତ ନିର୍ବାଚନରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଧାୟିକା ସୀମାରଣୀ ନାୟକଙ୍କ ଟିକଟ କାଟି ସାଂସଦ ମହେଶ ସାହୁଙ୍କୁ ଏଠାରୁ ପ୍ରାର୍ଥୀ କରିଛି ବିଜେଡି । ଯାହାକୁ ନେଇ ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । ଏପରିସ୍ଥଳେ ସୀମାରାଣୀ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେବା ଦିନରୁ ହିନ୍ଦୋଳ ରାଜନୀତି ବେଶ ସରଗରମ ହୋଇପଡିଛି । ଏହାରି ଭିତରେ ଆଜି ବିଜେପି ହିନ୍ଦୋଳ ବିଧାନସଭା ଆସନ ପାଇଁ ଚଳିତ ନିର୍ବାଚନରେ ସୀମାରାଣୀ ନାୟକଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି । ଏହି ଖବର ସୀମାରାଣୀଙ୍କ ସମର୍ଥକଙ୍କ ମହଲରେ ଖୁସିର ମାହୋଲ ସୃଷ୍ଟି କରିଛି ।

ସୀମାରଣୀଙ୍କ ବାସଭବନକୁ ସମର୍ଥକ ଓ ବିଜେପି କର୍ମୀମାନଙ୍କର ସୁଅ ଛୁଟିଛି । ସୀମାରାଣୀ କହିଛନ୍ତି, "ମୋତେ ଦଳ ପ୍ରାର୍ଥୀ ଭାବେ ଭରସା କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥା ବିଜେପି କର୍ମକର୍ତ୍ତାଙ୍କ ପାଖରେ କୃତଜ୍ଞ । ଦଳର ଭରସାକୁ ମୁଁ କାର୍ଯ୍ୟରେ କରି ଦେଖାଇବି । ଏହି ଲଢେଇ ହିନ୍ଦୋଳବାସୀଙ୍କ ସ୍ବାଭିମାନର ଲଢେଇ । ବିଗତ ୧୦ ବର୍ଷ ହେଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀବାସୀ ମୋତେ ଭଲପାଇ ଆସିଛନ୍ତି । ତାଙ୍କ ସୁଖଦୁଃଖରେ ମୁଁ ସାମିଲ ରହିଛି ଓ ରହିବି ମଧ୍ୟ ।" ହିନ୍ଦୋଳବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ମୁଁ ସର୍ବଦା ଚେଷ୍ଟା କରିବି ବୋଲି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ସୀମାରଣୀ ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.