ରାମନବମୀରେ ରଘୁନାଥଜୀଉଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବିଜେପି ପ୍ରାର୍ଥୀ - ram navami

By ETV Bharat Odisha Team

Published : Apr 18, 2024, 9:17 AM IST

thumbnail

Saroj Kumar Pradhan temple visit: ବୌଦ୍ଧ: ପବିତ୍ର ରାମ ନବମୀ ଅବସରରେ ପ୍ରଭୁ  ଶ୍ରୀରାମଲାଲାଙ୍କ ଦର୍ଶନ କରିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ସରୋଜ କୁମାର ପ୍ରଧାନ  । ଏହାସହ ମନ୍ଦିର ବାହାରେ ବସି ଭିକ୍ଷା ବୃତ୍ତି କରୁଥିବା ଗରିବ ଅସହାୟଙ୍କ ଆଶୀର୍ବାଦ ଗ୍ରହଣ କରିଛନ୍ତି ବିଜେପି ପ୍ରାର୍ଥୀ । ତେବେ ବୌଦ୍ଧ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଗତକାଲି (ବୁଧବାର) ଜିଲ୍ଲା ସଦର ମହକୁମାଠାରେ ଥିବା ରଘୁନାଥଜୀଉ ମନ୍ଦିର ଠାରେ ପହଞ୍ଚି ମର୍ଯ୍ୟାଦାପୁରୁଷୋତ୍ତମଙ୍କ ଦର୍ଶନ କରିବା ସହିତ ଆଶିଷ ଭିକ୍ଷା କରିଥିଲେ । ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଆଶିଷ ଭିକ୍ଷା ପରେ ସରୋଜ ମନ୍ଦିର ପରିସରରେ ବିଭିନ୍ନ ବର୍ଗର ନାଗରିକମାନଙ୍କ ସହଯୋଗ କାମନା କରିଥିଲେ ।

 ପରେ ସେ ମନ୍ଦିର ବାହାରେ ବସି ଭିକ୍ଷା ବୃତ୍ତି କରୁଥିବା ଗରିବ ଅସହାୟଙ୍କ ସହିତ ଆଲୋଚନା କରିବା ସହିତ ସେମାନଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ । ଏହାପରେ ପବିତ୍ର ରାମନବମୀ ଅବସରରେ ସଂଧ୍ୟାରେ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଜିଲ୍ଲା ବଜରଙ୍ଗଦଳ ପକ୍ଷରୁ ଆୟୋଜିତ ଏହି ବିଶାଳ ଶୋଭାଯାତ୍ରାରେ ବିଜେପି ବିଧାୟକ ପ୍ରାର୍ଥୀ ସରୋଜ କୁମାର ପ୍ରଧାନ ଯୋଗ ଦେଇ ନାଚଗୀତରେ ସାମିଲ ହୋଇଥିଲେ । ସେହିପରି ଜିଲ୍ଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ ପବିତ୍ର ରାମନବମୀ ଅବସରରେ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଚଳିତ ସାଧାରଣ ନିର୍ବାଚନ ପୂର୍ବରୁ କହ୍ନେଇ ଚରଣ ଡାଙ୍ଗଙ୍କ ଲୋକପ୍ରିୟତା ବୃଦ୍ଧି ପାଇବାକୁ ଲାଗିଥିବା ବେଳେ ଜନମତ ବିଜେପି ସପକ୍ଷରେ ରହିବେ ବୋଲି ଆଶା ପ୍ରକାଶ ପାଇଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.