ଲାଞ୍ଚ ନେଉଥିବା ବେଳେ ସହକାରୀ ଆରଆଇଙ୍କୁ ମାଡି ବସିଲା ଭିଜିଲାନ୍ସ, ପଟ୍ଟା ପାଇଁ ନେଉଥିଲେ ଟଙ୍କା - Belagaon ARI arrested

By ETV Bharat Odisha Team

Published : May 1, 2024, 7:33 AM IST

thumbnail

ARI RESHMA MAJHI ARRESTED : ବଲାଙ୍ଗୀର: ଦଶ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ସହକାରୀ ଆରଆଇ । ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ବେଲଗାଁର ଏଆରଆଇ ରେଶମା ମାଝୀ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି | ପଟ୍ଟା ପାଇଁ ଲାଞ୍ଚ ନେଉଥିବା  ବେଳେ ଧରାପଡିଛନ୍ତି  । ଶିଶକେଲା ଗାଁର ବାସୁଦେବ ନନ୍ଦ ନାମକ ଜଣେ ବ୍ୟକ୍ତି ନିଜ ଜମିର ପଟ୍ଟା ପାଇଁ ଏଆରଆଇଙ୍କ ନିକଟରେ ଦରଖାସ୍ତ କରିଥିଲେ | ସେହି ବାବଦକୁ ଏଆରଆଇ ରେଶମା ମାଝୀ ଦଶ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ  । 

ଏହାମଧ୍ୟ ପଢନ୍ତୁ.. ଶିକ୍ଷୟତ୍ରୀଙ୍କଠୁ ନେଉଥିଲେ ଲାଞ୍ଚ, ବିଇଓ ଅଫିସ କିରାଣୀଙ୍କୁ ଧରିଲା ଭିଜିଲାନ୍ସ - VIGILANCE RAID

ଏନେଇ ବାସୁଦେବ ନନ୍ଦବଲାଙ୍ଗୀର ଭିଜିଲାନ୍ସ ପାଖରେ ଅଭିଯୋଗ ଦାୟର କରିଥିଲେ  । ତେବେ ମଙ୍ଗଳବାର ଦିନ ଏଆରଆଇ ତାଙ୍କର ମଧ୍ୟସ୍ଥି ମଣ୍ଟୁ ନନ୍ଦ ଜରିଆରେ ଅଫିସ ଭିତରେ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଲାଞ୍ଚ ଟଙ୍କା ଜବତ କରିବା ସହିତ ଏଆରଆଇ ରେଶମା ମାଝୀ ଏବଂ ମଧ୍ୟସ୍ଥି ମଣ୍ଟୁ ନନ୍ଦଙ୍କୁ ଗିରଫ କରାଯାଇଛି । 

ଏଥିରେ ଭିଜିଲାନ୍ସ ବିଭାଗ ସମ୍ବଲପୁର ଭିଜିଲାନ୍ସ କେସ ନମ୍ବର 10 ରେ ମାମଲା ରୁଜୁ କରି ଦଫା 7/12ରେ ଉଭୟଙ୍କୁ କୋର୍ଟ ଚାଲାଣ କରିଛି । ସେହିପରି ଏହି ମାମଲାରେ ଏକକାଳୀନ ତିନୋଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ବିଭାଗ । ତେବେ ଏହି ଚଢ଼ାଉରେ ବଲାଙ୍ଗିର, ସୋନପୁର, ବରଗଡ଼ ଓ ସମ୍ବଲପୁର ଭିଜିଲାନ୍ସ ଟିମ ସାମିଲ ଅଛନ୍ତି ।  ତଦନ୍ତ ପରେ ଅଧିକ ତଥ୍ୟ ବିଭାଗ ଜଣାଇବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି  । 

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.