ବିଜେପିକୁ ଡେଇଁଲେ ବିଜେଡି କର୍ମୀ, ଋଣ ଦେବା ନାଁରେ ବିଜେଡି କରୁଥିଲା ସାମିଲ - BJD Workers Joined BJP

By ETV Bharat Odisha Team

Published : Apr 11, 2024, 10:14 PM IST

thumbnail

BJD WORKERS JOINED BJP: ନବରଙ୍ଗପୁର: ରାଜନୀତିରେ ନେତା ମାନଙ୍କ ଦଳ ଡିଆଁ ସାଧାରଣ କଥା ହୋଇଥିବା ନବରଙ୍ଗପୁରରେ ଘଟିଛି ଏକ ଅଜବ ଘଟଣା । ଯାହାକୁ ନେଇ ଏବେ ନବରଙ୍ଗପୁର ରାଜନୀତିରେ ବେଶ ଚର୍ଚ୍ଚା ହେଉଛି ।  ନବରଙ୍ଗପୁର ଲୋନ କରେଇ ଦେବା ବାହାନା ରେ ଦଳରେ ସାମିଲ୍ କରିବା ଅଭିଯୋଗ ନେଇ ଜିଲ୍ଲା ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥଲା । ଜିଲ୍ଲା ବିଜେପି ଅଭିଯୋଗ କରିଛି ଯେ ଗତ ଦୁଇଦିନ ପୂର୍ବେ ନବରଙ୍ଗପୁର ବିଧାୟକଙ୍କ ଉପସ୍ଥିତିରେ ଜିଲ୍ଲା ବିଜେଡ଼ି ପକ୍ଷରୁ ଦଳୀୟ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା  । ଏହି ମିଶ୍ରଣ ପର୍ବରେ ନବରଙ୍ଗପୁର ଜିଲ୍ଲା ବିଜେପି ସଭାପତି ଜଗଦୀଶ ଚନ୍ଦ୍ର ବିଷୋୟୀ ଓ ନବରଙ୍ଗପୁର ବିଜେପି ବିଧାୟକ ପ୍ରାର୍ଥୀ ଗୌରି ମାଝୀଙ୍କ ଗ୍ରାମ ମେଣ୍ଟ୍ରି ପଞ୍ଚାୟତର ନାଏବ ସରପଞ୍ଚ ରଶ୍ମିତା ସାହୁ ଙ୍କ ସହ କିଛି ମହିଳା ଏହି ମିଶ୍ରଣ ପର୍ବରେ ଯୋଗଦାନ କରିଥିଲେ । 

ଏହା ମଧ୍ୟ ପଢନ୍ତୁ ...କଂଗ୍ରେସକୁ ଭରସା ସାଉଥ ଫର୍ମୁଲା, LED ଭ୍ୟାନ ସହ ମେଗା ରୋଡ ସୋ ଉପରେ ଫୋକସ୍ - CONGRESS STRATEGY FOR ELECTION  

କିନ୍ତୁ ଆଜି ବିଜେପିର ଦଳୀୟ କାର୍ଯ୍ୟାଳୟରେ ଜିଲ୍ଲା ବିଜେପି ସଭାପତି ଜଗଦୀଶ ବିଷୋୟୀ ଓ ନବରଙ୍ଗପୁର ବିଜେପି ବିଧାୟକ ପ୍ରାର୍ଥୀ ଗୌରି ମାଝୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିବା ବିଜେପି ମିଶ୍ରଣ ପର୍ବରେ ସେମାନେ ବିଜେଡି ଛାଡି ବିଜେପିରେ ଯୋଗଦାନ କରିଛନ୍ତି । ତେବେ ନବରଙ୍ଗପୁର ବିଧାୟକ ଓ କର୍ମୀମାନେ ସେମାନଙ୍କୁ SHG ଗ୍ରୁପ ରେ ଋଣ କରେଇବା ପାଇଁ କହି ସେମାନଙ୍କ ଅଜାଣତରେ ବିଜେଡି ଦଳୀୟ କାର୍ଯ୍ୟାଳୟକୁ ନେଇ ସେମାନଙ୍କୁ ବିଜେଡିରେ ସାମିଲ କରିଥିବା ଅଭିଯୋଗ କରିଛନ୍ତି । ତେଣୁ ସେମାନେ ବିଜେଡି ଦଳ ତ୍ୟାଗ କରି ବିଜେପିରେ ସାମିଲ ହୋଇଥିବା କହିଛନ୍ତି । ଯାହା ବର୍ତ୍ତମାନ ନବରଙ୍ଗପୁର ରାଜନୀତି ରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।  

ଇଟିଭି ଭାରତ, ନବରଙ୍ଗପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.