ରଘୁନାଥପାଲ୍ଲୀରେ ଶକ୍ତି ପ୍ରଦର୍ଶନ କଲେ ଅର୍ଚ୍ଚନା - Raghunathpali Assembly

By ETV Bharat Odisha Team

Published : Apr 26, 2024, 11:00 PM IST

thumbnail
()

Raghunathpali Assembly Constituency BJD Power Show ରାଉରକେଲା/ରଘୁନାଥପାଲ୍ଲୀ: ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀ ବିଜେଡି ବିଧାୟିକା ପ୍ରାର୍ଥୀ ଅର୍ଚ୍ଚନା ବେହେରାଙ୍କ ଶକ୍ତି ପ୍ରଦର୍ଶନ । ରଘୁନାଥପାଲ୍ଲୀ ଆସନରୁ ଟିକେଟ ପାଇବା ପରେ ଆଜି ରାଉରକେଲା ଏବଂ ରଘୁନାଥପାଲ୍ଲୀ ଆସି ପ୍ରଚାର କରି ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ଅର୍ଚ୍ଚନା । ଅର୍ଚ୍ଚନା ବେହେରା ହେଉଛନ୍ତି ପୂର୍ବତନ ବିଧାୟକ ସୁବ୍ରତ ତରାଇଙ୍କ ପତ୍ନୀ । 

ତେବେ ରଘୁନାଥପାଲ୍ଲୀ ବିଧାନସଭା ଆସନରୁ ଅର୍ଚ୍ଚନା ବେହେରାଙ୍କୁ ପ୍ରାର୍ଥୀ କରିଛି ବିଜେଡି । ପ୍ରଥମ ଥର ପାଇଁ ଏହି ଆସନରୁ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଛି ଦଳ । ଆଉ ପ୍ରାର୍ଥୀ ଭାବରେ ତାଙ୍କ ନାଁ ଘୋଷଣା ହେବା ପରେ ଆଜି ରଘୁନାଥପାଲ୍ଲୀ ଫାର୍ଟିଲାଇଜରରେ ଥିବା ମନ୍ଦିର ଯାଇ ଦର୍ଶନ କରିବା ସହ ଲୋକଙ୍କ ସହ ସାକ୍ଷାତ ପରେ ଏକ ବିଶାଳ ରାଲିରେ ପ୍ରଚାର ଆରମ୍ଭ କରିଛନ୍ତି । ବିଜେଡି ପକ୍ଷରୁ ଆୟୋଜନ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସେପଟେ ବିଜେଡି ଦଳର ଏକ ବୈଠକ ସହ ସମ୍ବର୍ଦ୍ଧନାର ଆୟୋଜନ କରାଯାଇଥିଲା । ଏହି ବୈଠକରେ ଏଥର ରଘୁନାଥପାଲ୍ଲୀ ବିଧାୟକ ପଦ ସହ ଜିଲ୍ଲାରେ ବିଜେଡିର କାର୍ଯ୍ୟକ୍ରମ ଏବଂ ନିର୍ବାଚନ ରଣନୀତି ନେଇ ଆଲୋଚନା ହୋଇଛି । 

ଏହା ମଧ୍ୟ ପଢ଼ନ୍ତୁ...ରଘୁନାଥପାଲ୍ଲୀରେ ଛିଡୁନି ବିଜେଡି ଅଙ୍କ, ଆଶା ଆଶଙ୍କାରେ ନେତା ଓ କର୍ମୀ - Raghunathpali Assembly Constituency

ଏହା ଅବସରରେ ଅର୍ଚ୍ଚନା କହିଛନ୍ତି, "ଏତେ ଜନ ସମର୍ଥନ ଦେଖି ମୁଁ ବହୁତ ଉତ୍ସାହିତ ଅଛି । ଜନତା ଆଶୀର୍ବାଦ ତାଙ୍କୁ ଆଗାମୀ ନିର୍ବାଚନରେ ବିଜୟ ଆଡ଼କୁ ଆଗେଇ ନେବ । ବିଜୟୀ ହେଲେ ମହିଳା ସଶକ୍ତିକରଣ ପାଇଁ କାମ କରିବି । ଲୋକଙ୍କ ବହୁତ ସମର୍ଥନ ଅଛି । ଆମେ ବିପୁଳ ପରିମାଣରେ ଭୋଟ ପାଇ ବିଜୟୀ ହେବୁ ।" 

ଇଟିଭି ଭାରତ, ସୁନ୍ଦରଗଡ଼

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.