ଗଣତନ୍ତ୍ର ମହାପର୍ବର ଅପୂର୍ବ ଦୃଶ୍ୟ; ହାତରେ ନୁହେଁ ପାଦ ଆଙ୍ଗୁଠିରେ ଭୋଟିଂ - Voter casts vote through feet

By ETV Bharat Odisha Team

Published : May 7, 2024, 2:31 PM IST

thumbnail
Voter casts vote through feet (ANI)

Voter casts vote through feet: ଗାନ୍ଧୀନଗର: ହାତରେ ନୁହଁ ବରଂ ପାଦ ଆଙ୍ଗୁଠିରେ ଭୋଟିଂ । ମତଦାନ କଲେ ଦିବ୍ୟାଙ୍ଗ ଭୋଟର ଅଙ୍କିତ ସୋନି । ହାତରେ ନୁହଁ ବରଂ ପାଦ ଆଙ୍ଗୁଠିରେ ସେ ମତଦାନ କରିଛନ୍ତି । ଗୁଜୁରାଟର ନଡିଆଡର ଏକ ପୋଲିଂ ବୁଥରେ ସେ ମତଦାନ କରିଛନ୍ତି । 20 ବର୍ଷ ତଳେ ବିଦ୍ୟୁତ ସଂସ୍ପର୍ଶରେ ଆସିବାରୁ ସେ ତାଙ୍କ 2ଟି ହାତ ହରାଇଥିଲେ । କିନ୍ତୁ ଏହା ପରେ ବି ସେ  ଭାଙ୍ଗିପଡି ନଥିଲେ । 

ଏହାମଧ୍ୟ ପଢନ୍ତୁ.. ତୃତୀୟ ପର୍ଯ୍ୟାୟ ମତଦାନ: ଦିନ 1ଟା ସୁଦ୍ଧା ଦେଖନ୍ତୁ କେଉଁଠି କେତେ ପ୍ରତିଶତ ହୋଇଛି ମତଦାନ ? - LOK SABHA ELECTION 2024
 

ତାଙ୍କ ଶିକ୍ଷକଙ୍କ ସହଯୋଗ ଯୋଗୁଁ ସେ  ସ୍ନାତକ ପାଢିଛନ୍ତି । ନିଜେ ଭୋଟ ଦେବା ସମସ୍ତଙ୍କୁ ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେବାକୁ ସେ ଅପିଲ କରିଛନ୍ତି । ଅନ୍ୟପଟେ ଗୁଜରାଟରେ ଆଜି ୨୫ଟି ଆସନରେ ମତଦାନ ହୋଇଛି   ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଆଜି ମତ ସାବ୍ୟସ୍ତ କରିଛନ୍ତି  । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.