ଭଗବତୀଙ୍କ ଆଶୀର୍ବାଦ ନେଇ ଚିଲିକାରେ ପ୍ରଚାର ଆରମ୍ଭ କଲା ବିଜେଡି - BJD Election Campaign

By ETV Bharat Odisha Team

Published : Apr 24, 2024, 11:58 AM IST

thumbnail
()

BJD Election Campaign ଖୋର୍ଦ୍ଧା : ଚିଲିକା ଆସନ ପାଇଁ ବିଜୁ ଜନତା ଦଳରୁ ଟିକେଟ ପାଇବା ପରେ ମଇଦାନକୁ ଓହ୍ଲାଇଛନ୍ତି ପ୍ରାର୍ଥୀ । ପ୍ରଥମେ ମା' ଭଗବତୀଙ୍କ ଠାରୁ ଆଶୀର୍ବାଦ ନେଇ ପ୍ରଚାର ଆରମ୍ଭ କରିଛନ୍ତି ରଘୁନାଥ ସାହୁ । ରଘୁନାଥଙ୍କ ସହ ବିଜେଡି ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟନାୟକ, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସୁଭାଶିଷ ଖୁଣ୍ଟିଆଙ୍କ ସହ ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ମାନସିଂ ପ୍ରମୁଖ ଉପସ୍ଥିତ ରହି ପ୍ରଚାର ବିଜୁ ଜନତା ଦଳର ପାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ।

ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା ଭଗବତୀ ମନ୍ଦିର ଦର୍ଶନ କରିଛନ୍ତି ପୁରୀ ଲୋକସଭା ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ ଏବଂ ଚିଲିକା ବିଜେଡି ବିଧାୟକ ପ୍ରାର୍ଥୀ ରଘୁନାଥ ସାହୁ । ରଘୁନାଥ ସାହୁ ଏବଂ ଅନ୍ୟ ନେତା ମାନେ ଏକ ବିରାଟ ଶୋଭାଯାତ୍ରାରେ ବାଣପୁର ବିଷରପାଟଣା ଛକରୁ ବାହାରି ଚାଲିଚାଲି ମା ଭଗବତୀ ମନ୍ଦିର ପହଞ୍ଚିଥିଲେ ଏବଂ ମା'ଙ୍କ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ଚିଲିକା ବିଜେଡିର ସମସ୍ତ ଆଗଧାଡିର ନେତାମାନେ ଉକ୍ତ ଶୋଭାଯାତ୍ରାରେ ଉପସ୍ଥିତ ଥାଇ ଦଳ ପାଇଁ ଭୋଟ ଭିକ୍ଷା କରିଥିବା ଦେଖିବାକୁ ମିଳିଛି । ସୂଚନାଥାଉକି, ବହୁ କସରତ ପରେ ଶେଷରେ ଚିଲିକା ବିଜେଡି ବିଧାୟକ ଟିକେଟ ହାତେଇବାକୁ ସକ୍ଷମ ହୋଇଛନ୍ତି ରଘୁନାଥ ସାହୁ । 

ଏହି ଅବସରରେ ରଘୁନାଥଙ୍କ ଶହ ଶହ ସମର୍ଥକ ମାନେ ଉକ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ତେବେ ଗତକାଲି ପିପିଲିରେ ପ୍ରଚାର ସମୟରେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ ବିଜେଡି ପୁରୀ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ । ତେବେ ଆଜି ମାଙ୍କ ଦର୍ଶନ କରିବା ପରେ ସେ ଶୀଘ୍ର ଆରୋଗ୍ୟ କେବଳ ମା ଭଗବତୀଙ୍କ ଆଶୀର୍ବାଦରୁ ହୋଇଥିବାର ଗଣମାଧ୍ୟମକୁ କହିଥିବା ବେଳେ ଚିଲିକାରେ ବିଜୁ ଜନତା ଦଳ ବିପୁଳ ଭୋଟ ପାଇବ ବୋଲି ଦୃଢୋକ୍ତି ପ୍ରକାଶ କରଛନ୍ତି । ସେହିପରି ରଘୁନାଥ ସାହୁ କହିଛନ୍ତି ଚିଲିକା ନିର୍ବାଚନ ମଣ୍ଡଳୀରେ ନବୀନ ବାବୁଙ୍କ ଦ୍ୱାରା ଅନେକ ବିକାଶ ହୋଇଛି ଏବଂ ଏହାକୁ ଆଧାର କରି ଚିଲିକା ନିର୍ବାଚନ ମଣ୍ଡଳୀ ବାସୀ ବିଜେଡିକୁ ବହୁମତ ଦେବ ।



ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.