ଚୈତ୍ରମାସ ଶେଷ ମଙ୍ଗଳବାର, ଭଦ୍ରକରେ ଧୁମଧାମରେ ପାଳନ ହେଲା ବାସନ୍ତୀ ଦୂର୍ଗା ପୂଜା - Basanti Durga Puja In Bhadrak

By ETV Bharat Odisha Team

Published : Apr 24, 2024, 1:11 PM IST

thumbnail
()

ଭଦ୍ରକ: ଚୈତ୍ର ପୂର୍ଣ୍ଣିମା ସହ ମାସର ଶେଷ ମଙ୍ଗଳବାର । ବାସନ୍ତୀ ଦୂର୍ଗା ପୂଜା ନେଇ ଚଳଚଞ୍ଚଳ ହୋଇଉଠିଥିଲା ଭଦ୍ରକ ଜିଲ୍ଲା । ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପାଳିତ ହୋଇଛି ଏହି ବାସନ୍ତୀ ଦୁର୍ଗା ପୂଜା । ଯାହାକୁ ଦର୍ଶନ କରିବା ଲାଗି ଗ୍ରାମବାସୀ ସମେତ ଆଖପାଖ ଅଞ୍ଚଳର ବହୁ ଭକ୍ତଙ୍କ ସୁଅ ଛୁଟିଥିଲା । ତ୍ରେତୟା ଯୁଗରୁ ଏହି ପୂଜା ପରମ୍ପରା ଆରମ୍ଭ ହୋଇଥିଲା । କୁହାଯାଏ, ପାରିବାରିକ କାରଣରୁ ସମାଧି ବୈଶ୍ୟ ଏବଂ ସୁରଥ ରାଜା ଘର ଛାଡି ପଳେଇ ଯାଇଥିଲେ । ମାର୍କଣ୍ଡ ଋଷୀଙ୍କ ପରାମର୍ଶ କ୍ରମେ ଲଗାତର ୩ ବର୍ଷ ଧରି ଏହି ପୂଜା କରିବା ପରେ ପରିବାର ଲୋକ ତାଙ୍କୁ ଫେରି ପାଇଥିଲେ । ଯାହାର ସୁଫଳ ସ୍ୱରୁପ ଆଜି ପର୍ଯ୍ୟନ୍ତ ଏହି ପୂଜା ପାଳନ କରାଯାଉଛି । 

ତିହିଡି ବ୍ଲକ ପୀରହାଟ ବଜାରରେ ପାରମ୍ପରିକ ବାସନ୍ତୀ ଦୂର୍ଗା ପୂଜା ମହାସମାରୋହରେ ପାଳିତ ହୋଇଥିଲା । ଯିଏ ଯାହା ମାନସିକ କରିଥାନ୍ତି ମାଆ ତାଙ୍କୁ ପ୍ରଦାନ କରିଥାନ୍ତି ଏବଂ ମା’ଙ୍କୁ ଦର୍ଶନ କଲେ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ୱାସ ରହିଛି । ସେହିପରି ତିହିଡି ସଦର ବଜାରରେ ମଧ୍ଯ ମା ବାସନ୍ତୀ ଦୁର୍ଗା ପୂଜା ପାରମ୍ପରିକ ରୀତିନୀତି ଅନୁଯାୟୀ ପାଳିତ ହୋଇଯାଇଛି । 1960 ମସିହା ଠାରୁ ଏଠାରେ ମା ବାସନ୍ତୀଙ୍କ ପୂଜାର୍ଚ୍ଚନା ହୋଇଆସୁଅଛି । ଏଥିସହ ମଙ୍ଗରାଜପୁର ଠାରେ ଏହି ପୂଜା ପରମ୍ପରା ପ୍ରାୟ 320 ବର୍ଷ ଧରି ଚାଲୁଅଛି । ନିଆରା ପରମ୍ପରା ଭାବେ ଅଷ୍ଟମୀ ଦିନତମାମ ନିରୋଳା ଉପବାସ ବ୍ରତ ରଖିଥାନ୍ତି ଗ୍ରାମବାସୀ ଏବଂ ସଂଧ୍ୟା ଆଳତୀ ସରିବା ପରେ ପ୍ରସାଦ ସେବନ କରିଥାନ୍ତି । ସେପଟେ ଦୋଳ ସାହି ସ୍ଥିତ ରାଢଙ୍ଗରେ 1959 ମସିହାରୁ ବାସନ୍ତୀ ପୂଜା ପାଳିତ ହେଉଅଛି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.