ଜୁନ 1ରେ ଜଗତସିଂହପୁର ନିର୍ବାଚନ; ଭୋଟ ଦେବାକୁ ଭିଡିଓ ବାର୍ତ୍ତା ମାଧ୍ୟମରେ ସଚେତନତା - Election 2024

By ETV Bharat Odisha Team

Published : Apr 28, 2024, 9:10 AM IST

thumbnail

VOTER AWARENESS: ଜଗତସିଂହପୁର: ଜୁନ 1ରେ ଜଗତସିଂହପୁର ଜିଲ୍ଲାରେ ହେବ ମତଦାନ । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଅନୁପମ ସାହା ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଭୋଟରମାନଙ୍କୁ ସଚେତନ କରିବା ନିମନ୍ତେ SVEEP (ସ୍ୱିପ) ଅନ୍ତର୍ଗତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ଶନିବାର ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ସ୍ଵତନ୍ତ୍ର ଭିଡିଓ ବାର୍ତ୍ତା ମାଧ୍ୟମରେ ଭୋଟରଙ୍କୁ ଭୋଟ ଦେବାକୁ ସଚେତନ କରାଯାଇଛି । ଭିଡିଓରେ ଆମର ଆହ୍ବାନ ଜୁନ 1ରେ ମତଦାନ ବୋଲି ସ୍ଲୋଗାନ ଦିଆଯାଉଛି । ଭିଡିଓରେ ଚା' ଖଟିରେ ଗ୍ରାହକମାନଙ୍କୁ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବାକୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି । ଜିଲ୍ଲା ପ୍ରଶାସନର ଏହି ଅଭିନବ ଶୈଳୀ ନିଶ୍ଚିତ ଭାବେ ଜିଲ୍ଲାବାସୀଙ୍କୁ ଜୁନ 1ରେ ମତଦାନ ନିମନ୍ତେ ଉତ୍ସାହିତ କରିବ ।  ବିଭିନ୍ନ ବ୍ଲକ୍ ତଥା ଶିକ୍ଷାନୁଷ୍ଠାନମାନଙ୍କରେ SVEEP ମାଧ୍ୟମରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.