ପାଲଲହଡାରେ ବିଜେଡିର କର୍ମୀ ସମାବଶ, ଦଳ ପାଇଁ ଭୋଟ ମାଗିଲେ ବିଧାୟକ ଓ ସାଂସଦ ପ୍ରାର୍ଥୀ - BJD Workers Meeting

By ETV Bharat Odisha Team

Published : Mar 31, 2024, 9:15 PM IST

thumbnail

Palalahada Assembly Constituency ଅନୁଗୋଳ: ପ୍ରାର୍ଥୀ ଘୋଷଣା ପରେ ପାଲଲହଡାରେ ବିଜେଡିର ପ୍ରଥମ କର୍ମୀ ସମାବଶ । ଦଳ ପାଇଁ ଭୋଟ ମାଗିଲେ ବିଧାୟକ ଓ ସାଂସଦ ପ୍ରାର୍ଥୀ  । ଅନୁଗୋଳ ଜିଲ୍ଲା ପାଲଲହଡାରେ କର୍ମୀଙ୍କୁ ଏକାଠି କରି ଗୁରୁମନ୍ତ୍ର ଦେଲେ ଢେଙ୍କାନାଳ ସାଂସଦ ପ୍ରାର୍ଥୀଙ୍କ ସହ ବିଧାୟକ ମୁକେଶ ପାଲ । 

ଏହା ମଧ୍ୟ ପଢ଼ନ୍ତୁ....ବଳ ଗୋଟାଉଛି ବିଜେଡି: ଶଙ୍ଖ ଫୁଙ୍କିବେ 3000ରୁ ଊର୍ଦ୍ଧ୍ବ କଂଗ୍ରେସ ଓ ବିଜେପି କର୍ମୀ - Dhenkanal Constituency

ଆଜି (ରବିବାର) ଅନୁଗୋଳ ଜିଲ୍ଲାର ପାଲଲହଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିର ବିରାଟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ୪୬ଟି ପଞ୍ଚାୟତର ଦଳୀୟ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲାପରିଷଦ ସଦସ୍ୟ, ଗାଁ ମୁଖିଆ ଏବଂ ବଛା ବଛା କର୍ମୀ ଓ ନେତା ଯୋଗ ଦେଇଥିଲେ । ପ୍ରାୟ ୩ ହଜାରରୁ ଅଧିକ ଦଳୀୟ ନେତା ଓ କର୍ମୀ ଯୋଗ ଦେଇଥିଲେ । ପାଲଲହାଡ଼ା ବିଧାୟକ ପ୍ରାର୍ଥୀ ମୁକେଶ ପାଲ ଏବଂ ଢେଙ୍କାନାଳ ସାଂସଦ ପ୍ରାର୍ଥୀ ଅବିନାଶ ସାମଲ ଦଳୀୟ କର୍ମୀମାନଙ୍କୁ ଆଗାମୀ ନିର୍ବାଚନରେ କିଭଳି ସଂଗଠିତ ହୋଇ କାମ କରିବେ ଏବଂ ଭୋଟରମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର କାର୍ଯ୍ୟ ସମ୍ପର୍କରେ ଉଦବୋଧନ ଦେଇଛନ୍ତି  । ତେବେ ବିଜେଡିର ଏହି କର୍ମୀ ସମ୍ମିଳନୀରେ ପର୍ଯ୍ୟବେକ୍ଷକ କୁନ ବିହାରୀ ଦାସ ଯୋଗ ଦେଇ ପ୍ରାର୍ଥୀ, କର୍ମୀ ଓ ଦଳୀୟ ନେତାଙ୍କୁ ଆଗକୁ ବଢ଼ିବା ପାଇଁ ଉତ୍ସାହିତ କରିଛନ୍ତି । ଦଳୀୟ ଟିକେଟ ପାଇବା ପରେ ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ଏହା ପ୍ରଥମ କର୍ମୀ ସମ୍ମିଳନୀ ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.