ETV Bharat / state

ଅବହେଳା ଘେରରେ ମାଛକୁଣ୍ଡ, ବିକାଶ ନହେଲେ ଭୋଟ ବର୍ଜନ ନିଷ୍ପତ୍ତି - Villagers Threat Boycott Election

author img

By ETV Bharat Odisha Team

Published : Apr 22, 2024, 8:05 PM IST

ଅବହେଳା ଘେରରେ ମାଛକୁଣ୍ଡ, ବିକାଶ ନହେଲେ ଅଞ୍ଚଳବାସୀଙ୍କ ଭୋଟ ବର୍ଜନ
ଅବହେଳା ଘେରରେ ମାଛକୁଣ୍ଡ, ବିକାଶ ନହେଲେ ଅଞ୍ଚଳବାସୀଙ୍କ ଭୋଟ ବର୍ଜନ

Villagers Threat To Boycott Election: କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଅଞ୍ଚଳରେ ୪ ଦଫା ଦାବି ନେଇ ଭୋଟ ବର୍ଜନର ନିଷ୍ପତ୍ତି ନେଇଛନ୍ତି ଅଞ୍ଚଳବାସୀ । ୪ଜି ମୋବାଇଲ ସେବା, ଡାକ୍ତରଖାନା ନିର୍ମାଣ, ତହସିଲ ଅଫିସକୁ ପୁଣି ଚାଲୁ କରିବା ଭଳି ବିଭିନ୍ନ ଦାବି ରହିଛି । ଅଧିକ ପଢନ୍ତୁ

ଅବହେଳା ଘେରରେ ମାଛକୁଣ୍ଡ, ବିକାଶ ନହେଲେ ଅଞ୍ଚଳବାସୀଙ୍କ ଭୋଟ ବର୍ଜନ

କୋରାପୁଟ: ନିର୍ବାଚନ ସମୟ ଆସିଲେ ନେତାମାନେ ସାଧାରଣ ଜନତାଙ୍କୁ ଦେଇଥାନ୍ତି ପୁଳା ପୁଳା ପ୍ରତିଶୃତି । ହେଲେ ଦୀର୍ଘ ବର୍ଷ ଧରି କେବଳ ଭୋଟ ପାଇଁ ଆସୁଥିବା ନେତାମାନେ ଲୋକଙ୍କୁ ଠକି ଚାଲିଛନ୍ତି । ଫଳରେ ଅତିଷ୍ଠ ଜନତା ଏଥର ଭୋଟ ବର୍ଜନ କରିବାକୁ ନେଇଛନ୍ତି ନିଷ୍ପତ୍ତି । ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଅଞ୍ଚଳରେ । ଆଜି ଠାରୁ ୩ ଦିନ ଯାଏଁ ଅଞ୍ଚଳବାସୀ ନିଜର ୪ ଦଫା ଦାବି ନେଇ ଶାନ୍ତିପୂର୍ଣ୍ଣ ଧର୍ମଘଟ ଓ ଆଲୋଚନା ସଭା ଆୟୋଜନ କରିଛନ୍ତି । ଡୁଡୁମା ମାନବିକ ଅଧିକାର ସୁରକ୍ଷା ବାହିନୀ ଏହି ଆନ୍ଦୋଳନର ନେତୃତ୍ବ ନେଉଥିବା ବେଳେ ଏଥିରେ ମାଛକୁଣ୍ଡ ଓ ଚିକେନପୁଟ ପଞ୍ଚାୟତବାସୀ ସାମିଲ ହୋଇଛନ୍ତି ।

ଲମତାପୁଟ ବ୍ଲକର ମାଛକୁଣ୍ଡ ଅଞ୍ଚଳରେ 4G ମୋବାଇଲ ସେବା ପ୍ରଦାନ କରିବା, ମାଛକୁଣ୍ଡ ଅଞ୍ଚଳରେ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ କରି ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା, ମାଛକୁଣ୍ଡ ସ୍ଥିତ 5t ବିଦ୍ୟାଳୟରେ ଯୁକ୍ତ ଦୁଇ ପାଠ୍ୟକ୍ରମ ଖୋଲିବା ଏବଂ ବର୍ଷ ବର୍ଷ ଧରି ମାଛକୁଣ୍ଡରେ କାର୍ଯ୍ୟକ୍ଷମ ହେଉଥିବା ତହସିଲ ଓ ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟକୁ ପୁନଃ ମାଛକୁଣ୍ଡରେ କାର୍ଯ୍ୟକ୍ଷମ କରିବା ନେଇ ସେମାନେ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ... ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ, ଭୋଟ ବର୍ଜନର ଚେତାବନୀ ଦେଲେ ଲୋକେ - Villagers Threat Election Boycott

ସେଠାକାର ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ଯେ, ଆନ୍ଧ୍ର ପ୍ରଦେଶ ଓ ଓଡିଶା ମଧ୍ୟବର୍ତ୍ତୀ ହୋଇଥିବାରୁ ମାଛକୁଣ୍ଡ ଅଞ୍ଚଳ ସର୍ବଦା ଅବହେଳିତ ହୋଇ ଆସିଛି । ସରକାର ଓ ପ୍ରଶାସନ ଉନ୍ନତି ପ୍ରତି ନଜର ଦେଉନାହାନ୍ତି । ଦୀର୍ଘ ୧୫ ବର୍ଷ ଧରି ମିଛ ପ୍ରତିଶୃତି ଦେଇଚାଲିଛନ୍ତି ରାଜନେତା । ଏହା ଉପାନ୍ତ ଓ ମାଓ ପ୍ରବଣ ହୋଇଥିବା ବେଳେ ଏଠାରେ ଡୁଡୁମା ଭଳି ଦର୍ଶନୀୟ ସ୍ଥାନ ରହିଛି । ମାଛକୁଣ୍ଡରେ ବିଏସଏଫ କ୍ୟାମ୍ପ, ଏସବିଆଇ ବ୍ରାଞ୍ଚ, ମଡେଲ ପୋଲିସ ଷ୍ଟେସନ ଥାଇ ମଧ୍ୟ ଅନୁନ୍ନତ ରହିଯାଇଛି । ସମସ୍ତ ମହଲରେ ଦାବି ଜଣାଇବା ସତ୍ତ୍ବେ କୌଣସି ଲାଭ ମିଳି ପାରିନାହିଁ । ମାଛକୁଣ୍ଡ ଅଞ୍ଚଳବାସୀ ମିଳିତ ଭାବେ ନିଷ୍ପତ୍ତି ନେଇଛନ୍ତି ଯେ ଏଥର ନିର୍ବାଚନରେ ଭୋଟ ବର୍ଜନ କରାଯିବ । ତେଣୁ ଏଥର ଦାବି ଗୁଡିକ ପୂରଣ ନ ହେଲା ଯାଏ ଆନ୍ଦୋଳନ କରାଯିବ ଏବଂ କୌଣସି ଠୋସ ପ୍ରତିଶ୍ରୁତି ନ ମିଳିଲା ଯାଏଁ ଚଳିତ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.