ETV Bharat / state

ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ, ଭୋଟ ବର୍ଜନର ଚେତାବନୀ ଦେଲେ ଲୋକେ - villagers threat election boycott

author img

By ETV Bharat Odisha Team

Published : Apr 10, 2024, 10:22 PM IST

ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ, ଭୋଟ ବର୍ଜନର ଚେତାବନୀ ଦେଲେ ଲୋକେ
ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ, ଭୋଟ ବର୍ଜନର ଚେତାବନୀ ଦେଲେ ଲୋକେ

VILLAGERS THREAT ELECTION BOYCOTT: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ବାଦିଗଡ ପଞ୍ଚାୟତର ତିନି ଖଣ୍ଡ ଗାଁର ଲୋକ ଦେଲେ ଭୋଟ ବର୍ଜନର ଚେତାବନୀ । ରାସ୍ତା ଘାଟ, ପାନୀୟ ଜଳ ସମସ୍ୟାକୁ ନେଇ ରାସ୍ତାକୁ ଓହ୍ଲାଇଲେ ଲୋକେ । ଅଧିକ ପଢନ୍ତୁ

ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ, ଭୋଟ ବର୍ଜନର ଚେତାବନୀ ଦେଲେ ଲୋକେ

କୋରାପୁଟ: ମୌଳିକ ସୁବିଧାରୁ ବଞ୍ଚିତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଭୋଟ ବର୍ଜନ ପାଇଁ ଚେତାବନୀ ଦେଲେ ଲୋକେ । ଦେଶ ସ୍ବାଧୀନ ହେବାର ୭୭ ବର୍ଷ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସାଧାରଣ ଲୋକ ନିଜ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରି ଚଳିତ ନିର୍ବାଚନରେ ଭୋଟ ବର୍ଜନ ପାଇଁ ନିଷ୍ପତି ନେଇଛନ୍ତି ଗ୍ରାମବାସୀ ।ଏଭଳି କିଛି ଦୃଶ୍ୟ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ବାଦିଗଡ ପଞ୍ଚାୟତର ତିନି ଖଣ୍ଡ ଗାଁରେ ଦେଖିବାକୁ ମିଳିଛି ।

ଗାଁକୁ ରାସ୍ତାଟିଏ ପାଇଁ ନେତା ,ମନ୍ତ୍ରୀ ତଥା ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହିତ ସମସ୍ତଙ୍କୁ ଗୁହାରି କରି କରି ଗ୍ରାମବାସୀ ନିରାଶ ହୋଇଥିଲେ ମଧ୍ୟ କେହି ଗୁହାରୀ ଶୁଣି ନଥିବା ଅଭିଯୋଗ କରିଛନ୍ତି ।ସେହିପରି ନେତା ମନ୍ତ୍ରୀ ଆସି ନଡିଆ ଭାଙ୍ଗି ଯାଉଛନ୍ତି ଓ ଖୁବ୍ ଶୀଘ୍ର କାମ ଆରମ୍ଭ ହୋଇ ଯିବ ବୋଲି ପ୍ରତିଶ୍ରୁତି ଦେଉଛନ୍ତି । କିନ୍ତୁ କାର୍ଯ୍ୟ ହେଉ ନଥିବା ବେଳେ ପୁଣି ଥରେ ନିର୍ବାଚନ ଆସିଲେ ନେତା ମନ୍ତ୍ରୀଙ୍କ ଭିଡ଼ ଜମୁଛି । ଗାଁଗୁଡ଼ିକରେ ପୁଣି ଥରେ ପ୍ରତିଶ୍ରୁତି ଦେଇ ଚାଲି ଯାଉଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସମସ୍ୟାର ସମାଧାନ ହୋଇ ନଥିବା ଲୋକେ କହିଛନ୍ତି ।

ଗାଁରେ ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସିନପାରି ତିନି କିଲୋମିଟ ଦୂର ଅନାକାଡେଲିରେ ରହୁଛି । ତେଣୁ ବାଧ୍ୟ ହୋଇ ରୋଗୀକୁ ଖଟ କିମ୍ବା କାନ୍ଧରେ ଗ୍ରାମବାସୀ ବୋହିକି ଆଣୁଛନ୍ତି । ବର୍ଷା ଦିନ ଚାଲି କି ଯାଇ ହେଉନି । ରାସ୍ତା ସମସ୍ୟା ଭଳି ଗାଁରେ ଜଳ ସଙ୍କଟ ମଧ୍ୟ ଲୋକଙ୍କୁ ଅସୁବିଧାରେ ପକାଇଛି । ନଳକୂପ ସୋଲାର ବୋର୍ ୱେଲ ଅଛି । କିନ୍ତୁ ବର୍ଷ ବର୍ଷ ଧରି ଖରାପ ହୋଇ ପଡ଼ି ରହିଛି । ତେଣୁ ଲୋକେ ବାଧ୍ୟ ହୋଇ ଚୁଆ ପାଣି ପିଇ ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ.....ରାସ୍ତା ନାହିଁ ତ ଭୋଟ ନାହିଁ, ଜିଲ୍ଲାପାଳଙ୍କୁ ଫେରାଦ ଦେଲେ ଗ୍ରାମବାସୀ - Villagers Threat Election Boycott

ଏଭଳି ବିଭିନ୍ନ ସମସ୍ୟାରେ କଷ୍ଟ ଭୋଗୁଛନ୍ତି ତିନି ଖଣ୍ଡ ଗାଁର ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ପରିବାର । ତେଣୁ ବାଧ୍ୟ ହୋଇ ଆଜି ସେମାନେ ରାଜ ରାସ୍ତାକୁ ଓହ୍ଲାଇଥିବା ଜଣାଇଛନ୍ତି । ଯଦି ଏହାର ସମାଧାନ ନହୁଏ କିମ୍ବା କୌଣସି ଉଚ୍ଚ ପଦାଧିକାରୀ ଆସି ଲିଖିତ ପ୍ରତିଶ୍ରୁତି ନ ଦିଅନ୍ତି । ତେବେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ରାସ୍ତାରେ ବସିବା ସହ ଚଳିତ ନିର୍ବାଚନରେ ଭୋଟ ବର୍ଜନ କରିବେ ଏବଂ ଯିଏ ଯେତେ ଯାହା ପ୍ରଲୋଭନ ଦେଖାଇଲେ ମଧ୍ୟ ଧାରଣାରୁ ଓହରିବେ ନାହିଁ ବୋଲି ଗ୍ରାମବାସୀ ଚେତାବନୀ ଶୁଣାଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.