ETV Bharat / state

ପିଲାଙ୍କ ପାଠପଢାରେ ଅବହେଳା, ବିଦ୍ୟାଳୟ ସମୟରେ ନିଆଯାଉଛି ରାଜନୈତିକ ରାଲିରେ !

author img

By ETV Bharat Odisha Team

Published : Feb 29, 2024, 3:34 PM IST

villagers protest
villagers protest

School Students going in Political Rally: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଭାଟପଡା ପଞ୍ଚାୟତରେ ବିଦ୍ୟାଳୟ ସମୟରେ ଛାତ୍ରଛାତ୍ରୀଙ୍କୁ ପାଠ ନ ପଢାଇ ରାଜନୈତିକ କାର୍ଯ୍ୟକ୍ରମରେ ନିଆଯାଇଥିବା ଅଭିଯୋଗ । ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ

villagers protest

ଭଦ୍ରକ: ବିଦ୍ୟାଳୟ ସମୟରେ ଛାତ୍ରଛାତ୍ରୀଙ୍କୁ ପାଠ ନ ପଢାଇ ରାଜନୈତିକ କାର୍ଯ୍ୟକ୍ରମରେ ନିଆଯାଇଥିବା ଅଭିଯୋଗ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଭାଟପଡା ପଞ୍ଚାୟତରେ ଏଭଳି ଘଟଣା ସାମ୍ନାକୁ ଆସିଛି । ବିଜେଡି ପକ୍ଷରୁ ଏକ ରାଜନୈତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଡିଜେ ବଜାଇ ଛାତ୍ରଛାତ୍ରୀଙ୍କୁ ରାଲିରେ ନିଆଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ସୂଚନା ଅନୁଯାୟୀ, ଜିଲ୍ଲାର ତିହିଡି ବ୍ଲକ ଭାଟପଡା ପଞ୍ଚାୟତ ଉମାମଣି ପ୍ରାଥମିକ ବିଦ୍ୟାଳୟର ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଥିଲା । ଏହି କାର୍ଯ୍ୟକ୍ରମ ପରେ ସେଠାରୁ ପ୍ରାୟ 2 କିଲୋ ମିଟର ଦୂରବାରିଣୀ ପୋଖରୀ ନିକଟରେ ସାଧାରଣ ସଭା ହୋଇଥିଲା । ତେଣୁ ଏହି ଅବସରରେ ଏକ ଗାଡିରେ ବିଧାୟକ ଯାଉଥିବା ବେଳେ ଡିଜେ ବାଜାର ତାଳେ ତାଳେ ବିଜେଡିର ଦଳୀୟ ସଙ୍ଗୀତରେ କର୍ମୀ ମାନେ ବେଶ ମତୁଆଲା ସାଜିଥିଲେ । ଏହା ମଧ୍ୟରେ ଏକ ବିବାଦୀୟ ଘଟଣା ପଦାକୁ ଆସିଛି । ତେବେ ଦଳୀୟ ରାଲିରେ ଲୋକ ନଥିବାରୁ ଉମାମଣି ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପରିସରରୁ ବାହାରକୁ ଅଣାଯାଇ ପରେ ଡିଜେ ବଜାଇ ରାଲିରେ ନିଆଯାଇଥିଲା । ଡିଜେ ବାଜା ସହିତ ଦଳୀୟ ଗୀତରେ ବିଚ୍ ରାସ୍ତାରେ ନଚେଇ ନଚେଇ ସେମାନଙ୍କୁ ନିଆଯାଇଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ- ଜନତା ନୁହେଁ, ରାଜନୈତିକ କାର୍ଯ୍ୟକ୍ରମ କରୁଥିବା ବ୍ୟକ୍ତି ଅସୁଖୀ ହେବା: ବିଜେଡି

ଏହା ମଧ୍ୟ ପଢନ୍ତୁ- ୨୪ ନିର୍ବାଚନ ପାଇଁ ଆଗୁଆ ପ୍ରସ୍ତୁତି, ଡ୍ରୋନ ଜଗିବ ରାଜନୈତିକ କାର୍ଯ୍ୟକ୍ରମ

ତେଣୁ ବିଦ୍ୟାଳୟ ଚାଲୁଥିବା ବେଳେ ପିଲାମାନଙ୍କୁ ପାଠ ନ ପଢାଇ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଉପସ୍ଥିତିରେ କେମିତି ସେମାନେ ନୃତ୍ୟରେ ମସଗୁଲ ହୋଇଥିଲେ ବୋଲି ପ୍ରଶ୍ନ କରିଛି ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା । ଅନ୍ୟପକ୍ଷରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଚାଲୁଥିବାରୁ ଡିଜେ ବଜାଇବାକୁ ନିୟମ ନ ଥିବା ବେଳେ କାହା ଅନୁମତିରେ ଡିଜେ ବାଜିଥିଲା ଏବଂ ଛାତ୍ରଛାତ୍ରୀମାନଙ୍କୁ କିପରି ସାମିଲ କରାଗଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏହି ଘଟଣାକୁ ନେଇ ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ଉପ ସଭାପତି କାହ୍ନୁ ଚରଣ ଶତପଥି ଭଦ୍ରକ ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ କରିବା ସହିତ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.