ETV Bharat / state

୨୪ ନିର୍ବାଚନ ପାଇଁ ଆଗୁଆ ପ୍ରସ୍ତୁତି, ଡ୍ରୋନ ଜଗିବ ରାଜନୈତିକ କାର୍ଯ୍ୟକ୍ରମ

author img

By

Published : May 20, 2023, 10:32 PM IST

ନଜର ରଖିବ ଡ୍ରୋନ । ହାଇଡେଫିନେସନ ଡ୍ରୋନ କ୍ୟାମେରା ଜରିଆରେ ପାଟ୍ରୋଲିଂ କରିବ ପୋଲିସ । 500ମିଟର ଉଚ୍ଚତାକୁ ଯାଇ 5କିମି ପରିଧି ମଧ୍ୟରେ ସହରର ପ୍ରତିଟି ଗତିବିଧିକୁ ଅତି ସ୍ପଷ୍ଟ ଚିତ୍ର ଏହି ଡ୍ରୋନ ଜରିଆରେ ଦେଖିବ କିମିଶନରେଟ ପୋଲିସ । ଅଧିକ ପଢ଼ନ୍ତୁ

ନଜର ରଖିବ ଡ୍ରୋନ
ନଜର ରଖିବ ଡ୍ରୋନ

ହାଇଡେଫିନେସନ ଡ୍ରୋନ କ୍ୟାମେରା ଜରିଆରେ ପାଟ୍ରୋଲିଂ କରିବ ପୋଲିସ

ଭୁବନେଶ୍ବର: ଆଗକୁ ଆସୁଛି ୨୦୨୪ ସାଧାରଣ ନିର୍ବାଚନ । ଓଡ଼ିଶାରେ ଜୋରଦାର ହେବ ରାଜନୈତିକ ଲଢେଇ । କେନ୍ଦ୍ରୀୟ ନେତା ଓ ଅଭିନେତାଙ୍କ ହେବ ଅଗମନ । ‌ଏୟାରପୋର୍ଟରୁ ରାଜନୈତିକ କାର୍ଯକ୍ରମ ସ୍ଥଳି ପର୍ଯ୍ୟନ୍ତ ଲାଗିବ ଭିଡ । ଭିଭିଆଇପିଙ୍କ ଗସ୍ତ ସମୟରେ ଅସମ୍ଭାଳ ହେବ ଆଇନଶୃଙ୍ଖଳା ପରିସ୍ଥିତି । ଏହି ସବୁ ଭିଡ଼ ଓ ଭିଭିଆଇପି ଗତିବିଧି ପରିଚାଳନା ପାଇଁ କମିଶନରେଟ ପୋଲିସ ଆରମ୍ଭ କରିବ ଡ୍ରୋନ ପାଟ୍ରୋଲିଂ । ନିର୍ବାଚନ ପ୍ରଚାର, ବଡ଼ବଡ଼ କାର୍ଯକ୍ରମ ଓ ରାଲି ଆଦି ଅସମ୍ଭାଳ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଡ୍ରୋନର ସାହାର୍ଯ୍ୟ ନେବ ପୋଲିସ ।

ସମସ୍ତ କାର୍ଯ୍ୟକ୍ରମକୁ ଆକାଶମାର୍ଗରୁ ନଜର ରଖିବାକୁ କମିଶନରୋଟ ପୋଲିସ ଆରମ୍ଭ କରିଛି ପ୍ରସ୍ତୁତି । ଏନେଇ ଏସଓଜି ପକ୍ଷରୁ ମଗାଯାଇଥିବା ହାଇଡେଫିନେସନ ଡ୍ରୋନ କ୍ୟାମେରା ଜରିଆରେ ପାଟ୍ରୋଲିଂ ହେବ ସହଜ । ଯାହାକୁ ସମରଅଭ୍ୟାସ ଆରମ୍ଭ କରିଛନ୍ତି କମିଶନରେଟ୍ ପୋଲିସ ଅଧିକାରୀ । ଏହାକୁ ପରିଚାଳନା କରିବା ପାଇଁ ସ୍ବତନ୍ତ୍ର ବୈଷୟିକ ଟିମ୍ କାର୍ଯ୍ୟ କରିବ । କିପରି ଏହାକୁ ମନିଟର କରାଯିବ, କେଉଁ କେଉଁ ସ୍ଥାନରୁ ରହି ଏହା ଉପରେ ପୋଲିସ ନିଜର ରଖିବ, ସେନେଇ ପ୍ରକ୍ରିୟା ଆରମ୍ଭ କରିଛି ପୋଲିସ । ଖୁବଶିଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ।

ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି, ‘‘ବ୍ୟୟ ବହୁଳ ଏହି ନାଇଟଭିଜନ ହାଇଡେଫିନେସନ କ୍ୟାମେରା ସହରରେ ହେଉଥିବା ରାଜନୈତିକ କାର୍ଯକ୍ରମ, ରାଲି ଧାରଣା ଆଦି ଉପରେ ନଜର ରଖିପାରିବ । କାରଣ 5ଶହ ମିଟର ଉଚ୍ଚତାକୁ ଯାଇ ଉଡୁଥିବା ସ୍ଥାନରୁ 5କିମି ପରିଧି ମଧ୍ୟରେ ସହରର ପ୍ରତିଟି ଗତିବିଧିକୁ ଅତି ସ୍ପଷ୍ଟ ଚିତ୍ର ଏହି ଡ୍ରୋନ ଜରିଆରେ ଦେଖିହେବ । ଫଳରେ କୌଣସି ସନ୍ଦେହଜନକ କାର୍ଯ୍ୟକଳାପକୁ ତୁରନ୍ତ ସ୍ପଷ୍ଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସହରରେ ସିସିଟିଭି ସର୍ଭିଲାନସ ରହିଛି ତଥାପି ଯଦି ଭିଭିଆଇପି ଭିଜିଟ ସମୟରେ ଆବଶ୍ୟକ ପଡିବ ଯେଉଁଠି ବି ଆମେ ଏରିୟଲ ଭ୍ୟୁ ଉପରେ ନଜର ରଖି ସୁରକ୍ଷାକୁ ଅଧିକ କ୍ରିୟାଶୀଳ କରି ପିରିବୁ ।’’

ତେବେ ପୁର୍ବରୁ ଅନେକଥର ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ୟୁପି ମୁଖ୍ୟମନ୍ତ୍ରୀ ଓ ରାହୁଲ ଗାନ୍ଧୀ ମଧ୍ୟ ଓଡିଶା ଏ ଗସ୍ତ କରିଛନ୍ତି । ସେହି ସମୟରେ କର୍ମୀଙ୍କ ଭିଡ଼ ଅସମ୍ଭାଳ ଟ୍ରାଫିକ ପରିସ୍ଥିତି ଉପୁଜିଥାଏ । ମୁଖ୍ୟମନ୍ତ୍ରୀଙ୍କ କାର୍ଯକ୍ରମ ସମୟରେ ମଧ୍ୟ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥାଏ । କିଛି ଦିନ ପୂର୍ବେ ରାଜ୍ୟର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ରାଜନୈତିକ କାର୍ଯକ୍ରମ ବେଳେ ହତ୍ୟା କରାଗଲା । ଏସବୁ ଦୃଷ୍ଟିରେ‌ ରଖି ସୁରକ୍ଷା ଦିଗ ପ୍ରତି ପୋଲିସ ଅଧିକ ଯତ୍ନବାନ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.