ETV Bharat / state

ଜନତା ନୁହେଁ, ରାଜନୈତିକ କାର୍ଯ୍ୟକ୍ରମ କରୁଥିବା ବ୍ୟକ୍ତି ଅସୁଖୀ ହେବା: ବିଜେଡି

author img

By ETV Bharat Odisha Team

Published : Nov 14, 2023, 10:54 PM IST

ବିଜେପିର ବ୍ଲକ ଘେରାଉ ନେଇ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି ଯେ, କହିବା ପାଇଁ ବିରୋଧୀ ଅନେକ କଥା କହୁଛନ୍ତି । ମହିଳାଙ୍କ ସୁରକ୍ଷା ଓ ସଶକ୍ତିକରଣ ଦିଗରେ ଓଡିଶା ଆଗରେ ରହିଛି । ଯଦି ନିର୍ଦିଷ୍ଟ ଭାବେ କୌଣସି ଅଭିଯୋଗ ଆସିବ, ତାହାର ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅଧିକ ପଢ଼ନ୍ତୁ

ଜନତା ନୁହେଁ, ରାଜନୈତିକ କାର୍ଯ୍ୟକ୍ରମ କରୁଥିବା ବ୍ୟକ୍ତି ଅସୁଖୀ ହେବା : ବିଜେଡି
ଜନତା ନୁହେଁ, ରାଜନୈତିକ କାର୍ଯ୍ୟକ୍ରମ କରୁଥିବା ବ୍ୟକ୍ତି ଅସୁଖୀ ହେବା : ବିଜେଡି

ଜନତା ନୁହେଁ, ରାଜନୈତିକ କାର୍ଯ୍ୟକ୍ରମ କରୁଥିବା ବ୍ୟକ୍ତି ଅସୁଖୀ ହେବା : ବିଜେଡି

ଭୁବନେଶ୍ବର: ଓଡ଼ିଶାରେ ଚାଲିଛି ଦୁର୍ନୀତି, ବ୍ୟଭିଚାର ଓ ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା । ଅଭିଯୋଗ କରି ଏହା ବିରୋଧରେ ରାଜ୍ୟର ସମସ୍ତ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛି ଭାରତୀୟ ଜନତା ପାର୍ଟି । ବ୍ଲକ୍‌ ଘେରାଉ କାର୍ଯ୍ୟକ୍ରମ କେବଳ ଏକ ଆନ୍ଦୋଳନ ନୁହେଁ, ଏହା ହେଉଛି ଲୋକଙ୍କ ଅସନ୍ତୋଷର ପ୍ରତିଫଳନ ବୋଲି ବିଜେପି କହିଛି । ସେପଟେ ଅଭିଯୋଗର ଜବାବ ରଖିଛନ୍ତି ଶାସକ ଦଳର ବିଧାୟକ ।

ବିଜେପିର ବ୍ଲକ ଘେରାଉ ନେଇ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି ଯେ, କହିବା ପାଇଁ ବିରୋଧୀ ଅନେକ କଥା କହୁଛନ୍ତି । ମହିଳାଙ୍କ ସୁରକ୍ଷା ଓ ସଶକ୍ତିକରଣ ଦିଗରେ ଓଡିଶା ଆଗରେ ରହିଛି । ଯଦି ନିର୍ଦ୍ଦିଷ୍ଟ ଭାବେ କୌଣସି ଅଭିଯୋଗ ଆସିବ, ତାହାର ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ନିଆଯିବ । ଦୁର୍ନୀତିକୁ ନେଇ ନିର୍ଦିଷ୍ଟ ଅଭିଯୋଗ ହେବା ଦରକାର । ଅଭିଯୋଗ ଜେନେରାଲାଇସ କଲେ କଥାର ଗୁରୁତ୍ୱ ରହୁନାହିଁ । ବିଭିନ୍ନ ଯୋଜନାକୁ ନେଇ ପଞ୍ଚାୟତ ଲୋକ ଉତ୍ସାହିତ ଅଛନ୍ତି । କାରଣ ଅଧିକ ଆର୍ଥିକ ସହାୟତା ମିଳିଛି । କେବଳ ସହାୟତା ନୁହେଁ, ଆର୍ଥିକ ସ୍ୱାଧୀନତା ମଧ୍ୟ ମିଳିଛି । ସେ ଦୃଷ୍ଟିରୁ ପଞ୍ଚାୟତ ଅଧିବାସୀ ଖୁସି ଅଛନ୍ତି । ଯେଉଁମାନେ ରାଜନୈତିକ କାର୍ଯ୍ୟକ୍ରମ କରୁଛନ୍ତି, ସେମାନେ ଅସୁଖୀ ହେବା ସ୍ବାଭାବିକ । କାରଣ ଲୋକେ ତାଙ୍କୁ ଗ୍ରହଣ କରିନାହାଁନ୍ତି।

ଅଧିକ ପଢନ୍ତୁ- ଆଗାମୀ 2024 ନିର୍ବାଚନରେ ହେବ ବିସ୍ପୋରଣ: ମନ ମୋହନ ସାମଲ

ସେହିପରି ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି ଯେ, ବିରୋଧୀ ତୁଳସୀ ଯାତ୍ରା କରନ୍ତୁ କି ବ୍ଲକ ପଞ୍ଚାୟତ ଘେରାଉ କରନ୍ତୁ । ତାହା ଲୋକଙ୍କ ମନକୁ ଛୁଇଁବା ଆବଶ୍ୟକ । ଲୋକଙ୍କ ମାନସିକ ପ୍ରଭାବିତ ହେବାର ଆବଶ୍ୟକତା ଅଛି । କିନ୍ତୁ ବିଜେଡି ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିକାଶକୁ ପ୍ରାଥମିକତା ଦେଇଛି । ବିକାଶ କାର୍ଯ୍ୟ ଆଗକୁ ବଢ଼ୁଥିବାରୁ ଲୋକ ବିକାଶରେ ପ୍ରଭାବିତ ହେଉଛନ୍ତି । ବିରୋଧୀଙ୍କ କୌଣସି କାମର ପ୍ରଭାବ ପଡ଼ିବ ନାହିଁ ।

ବିଜେପି ଅଭିଯୋଗ କରିଛି ଯେ, ଦୀର୍ଘ 23 ବର୍ଷ ଧରି ଓଡିଶାରେ ଚାଲିଥିବା ବିଜେଡି ସରକାରର ଲମ୍ବା ଦୁର୍ନୀତିର ତାଲିକା ରାଜ୍ୟବାସୀଙ୍କୁ ଅଜଣା ନାହିଁ । ବିଜେଡି ସରକାରରେ ଓଡ଼ିଆ ଲୋକମାନେ ଆଜି ନିର୍ଯାତିତ, ଯୁବକମାନେ ପ୍ରତାରିତ, ମହିଳାମାନେ ଅସୁରକ୍ଷିତ । ବର୍ଷକୁ 1 ଲକ୍ଷ କୋଟି ଟଙ୍କାର ଦୁର୍ନୀତିରେ ବୁଡ଼ି ରହିଥିବା ଏହି ସରକାର ଆଜି ଅଣଓଡ଼ିଆ ଅଫିସର, ଠିକାଦାର, ବ୍ୟବସାୟୀ ମଧୁଚନ୍ଦ୍ରିକାରେ ଲିପ୍ତ । ଲ’ଲେସନେସର ଶୀକାର ହୋଇ ଏବେ ଶାନ୍ତିପ୍ରିୟ ଓଡ଼ିଶା ଏବେ ଅଶାନ୍ତ । ଦୁର୍ନୀତି, ବ୍ୟଭିଚାର ଓ ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ସାଧାରଣ ଓଡିଆ ଲୋକମାନେ ଆଜି ଅଣନିଶ୍ବାସୀ । ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାରରେ ଲିପ୍ତ ବିଜେଡି ସରକାର ପ୍ରଭୁ ଜଗନ୍ନାଥଙ୍କୁ ମଧ୍ୟ ଛାଡ଼ି ନାହାଁନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.