ETV Bharat / state

ବାଙ୍ଗିରିପୋଷିରେ ଓଲଟିଲା ଯାତ୍ରାପାର୍ଟି ଟ୍ରକ: 6 ମୃତ, ମୁଖ୍ୟମନ୍ତ୍ରୀଙ୍କ ଶୋକ

author img

By ETV Bharat Odisha Team

Published : Jan 24, 2024, 12:39 PM IST

Updated : Jan 24, 2024, 3:57 PM IST

Mayurbhanj Accident: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦୁଆରଶୁଣି ଘାଟିରେ ଦୁର୍ଘଟଣା । ଘାଟି ତଳକୁ ଖସିଲା ଯାତ୍ରାପାର୍ଟି ଟ୍ରକ । 6 ମୃତ । ଅଧିକ ପଢନ୍ତୁ

ଦୁଆରଶୁଣି ଘାଟିରେ ଯାତ୍ରା ପାର୍ଟି ଟ୍ରକ ଦୁର୍ଘଟଣା,
ଦୁଆରଶୁଣି ଘାଟିରେ ଯାତ୍ରା ପାର୍ଟି ଟ୍ରକ ଦୁର୍ଘଟଣା,

ରାଇରଙ୍ଗପୁର: ଘାଟି ତଳକୁ ଖସିଲା ଯାତ୍ରାପାର୍ଟି ଟ୍ରକ । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଅନ୍ତର୍ଗତ ଦୁଆରଶୁଣି ଘାଟିରେ ପୁଣି ଟ୍ରକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ 6 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 11 ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ବାଙ୍ଗିରିପୋଷି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ଆହତମାନଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ଅନ୍ୟପଟେ ବାଙ୍ଗିରିପୋଷି ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଦୁର୍ଘଟଣାକୁ ନେଇ ଶୋକ ପ୍ରକଟ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଟ୍ବିଟ କରି କହିଛନ୍ତି ୟେ,"ମୟୂରଭଞ୍ଜ ବାଙ୍ଗିରିପୋଷି ନିକଟରେ ଘଟିଥିବା ମର୍ମନ୍ତୁତ ଦୁର୍ଘଟଣାରେ ଅନେକଙ୍କ ପ୍ରାଣହାନୀ ହୋଇଥିବା ବିଷୟରେ ଜାଣି ମୁଁ ଦୁଃଖିତ। ସଭିଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ମୋର ଗଭୀର ସମବେଦନା ଜଣାଉଛି। ଏଥିସହ ଆହତମାନଙ୍କ ଆଶୁଆରୋଗ୍ୟ କାମନା କରୁଛି।"

  • ମୟୂରଭଞ୍ଜ ବାଙ୍ଗିରିପୋଷି ନିକଟରେ ଘଟିଥିବା ମର୍ମନ୍ତୁତ ଦୁର୍ଘଟଣାରେ ଅନେକଙ୍କ ପ୍ରାଣହାନୀ ହୋଇଥିବା ବିଷୟରେ ଜାଣି ମୁଁ ଦୁଃଖିତ। ସଭିଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ମୋର ଗଭୀର ସମବେଦନା ଜଣାଉଛି। ଏଥିସହ ଆହତମାନଙ୍କ ଆଶୁଆରୋଗ୍ୟ କାମନା କରୁଛି।

    — Naveen Patnaik (@Naveen_Odisha) January 24, 2024 " class="align-text-top noRightClick twitterSection" data=" ">

ସୂଚନା ଅନୁଯାୟୀ, ଆଜି(ବୁଧବାର) ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥ ଯାଇଥିବା ଦୁଆରଶୁଣି ଘାଟିରେ ପୁଣି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ 6 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 11 ଜଣ ଗୁରୁତର ଆହତ ହୋଇଛନ୍ତି । ଘାଟିର ଗଡ଼ାଣିଆ ରାସ୍ତାରେ ଟ୍ରକ ଓହ୍ଲାଉଥିବା ସମୟରେ ଭାରସାମ୍ୟ ହରାଇ ଟ୍ରକଟି ଘାଟି ତଳକୁ ଖସିପଡିଥିବା ଜଣାପଡିଛି । ଦୁର୍ଘଟଣା ସମୟରେ ଏହି ଟ୍ରକରେ 15ରୁ ଅଧିକ ଜଣ ଲୋକେ ଯାଉଥିବା ନେଇ ସୂଚନା ରହିଛି । 11ଜଣ ଗୁରୁତରଙ୍କ ବାଙ୍ଗିରିପୋଷି ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ସମସ୍ତଙ୍କୁ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ଆହତମାନଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି ।

ଏହାମଧ୍ୟ ପଢନ୍ତୁ.. ମରଣଯନ୍ତା ପାଲଟିଛି କଟକ-ପାରାଦ୍ୱୀପ ରାସ୍ତା ! ଟ୍ରକ ଧକ୍କାରେ ଆଖି ବୁଜିଲେ ଦୁଇ ସାଙ୍ଗ

ଘଟଣାସ୍ଥଳରେ ବାଙ୍ଗିରିପୋଷି ଥାନା ପୋଲିସ ଓ ଅଗ୍ନିଶମ ବିଭାଗର ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ତେବେ ଟ୍ରକ ତଳେ କିଛି ଲୋକେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ଟ୍ରକଟି ଧଉଳି ଗଣନାଟ୍ୟର ଏକ ଲାଇଟ ଓ ସାଉଣ୍ଡ ବୋଝେଇ ଟ୍ରକ ହୋଇଥିବା ସୂଚନା ରହିଛି । ରାଇରଙ୍ଗପୁର ଉପଖଣ୍ଡ ବହଳଦା ବ୍ଲକ ବାସିଙ୍ଗି ଗ୍ରାମରେ ମକରସଂକ୍ରାନ୍ତି ଓ ଟୁସୁ ପର୍ବ ଉପଲକ୍ଷେ ୨୦ ରୁ ୨୩ ଜାନୁଆରୀ ପର୍ଯ୍ୟନ୍ତ ଧଉଳି ଗଣନାଟ୍ୟ ଯାତ୍ରା ଚାଲିଥିଲା । ତେବେ ଆଜି ଯାତ୍ରା ପାର୍ଟିର ସମସ୍ତ କର୍ମଚାରୀ ଗାଡ଼ି ଯୋଗେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଫେରୁଥିଲା ବେଳେ ଘାଟିରେ ଲାଇଟ୍ ଓ ସାଉଣ୍ଡ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ତେବେ ପୂର୍ବରୁ ମଧ୍ୟ ଏହି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟି ଧନ ଜୀବନ ହାନି ହେଉଥିବାର ଦେଖିବାକୁ ମିଳୁଛି । ଗତ କିଛି ମାସ ମଧ୍ୟରେ ଏଠାରେ ଦୁର୍ଘଟଣା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ତେବେ ଏହାପୂର୍ବରୁ ଜାନୁଆରୀ 4 ତାରିଖରେ ଏହି ସମାନ ସ୍ଥାନରେ ଟ୍ୟାଙ୍କର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଉଭୟ ଗାଡିରେ ନିଆଁ ଲାଗିଯାଇଥିଲା । ଦୁଇ ଗାଡିର ଡ୍ରାଇଭର ଜୀବନ୍ତ ଜଳିଯାଇ ଥିଲେ । ଘଟଣାସ୍ଥଳରେ 2 ଜଣଙ୍କ ମୃତ୍ୟୁ ହୋଇଥିଲା । ସେହିଭଳି 2023 ମସିହା ସେପ୍ଟେମ୍ବର 28 ତାରିଖରେ ମଧ୍ୟ ଆଉ ଏକ ଦୁର୍ଘଟଣା ହୋଇଥିଲା । ବାଇକ ସହ ଟ୍ରକ୍ ମୁହାମୁହିଁ ଧକ୍କା ଫଳରେ ବାଇକରେ ଯାଉଥିବା ଦମ୍ପତିଙ୍କର ମୃତ୍ୟୁ ହୋଇଥିଲା ।

ରାଇରଙ୍ଗପୁର, ଇଟିଭି ଭାରତ

Last Updated : Jan 24, 2024, 3:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.