ETV Bharat / state

ନବ ଦାସ ହତ୍ୟାକାଣ୍ଡ: ଆଉ ଦୁଇଜଣଙ୍କ ସାକ୍ଷ୍ୟ ଗ୍ରହଣ କଲେ କୋର୍ଟ

author img

By ETV Bharat Odisha Team

Published : Feb 23, 2024, 10:32 PM IST

ନବ ଦାସ ହତ୍ୟାକାଣ୍ଡ
ନବ ଦାସ ହତ୍ୟାକାଣ୍ଡ

Naba Das Murder Case: ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ଜଜ୍‌ଙ୍କ କୋର୍ଟରେ ସାକ୍ଷ୍ୟ ଗ୍ରହଣ କରାଯାଇଛି । ନବ ଦାସ ହାତ୍ୟାକାଣ୍ଡର ୧୪୫ରୁ ଊର୍ଦ୍ଧ୍ବ ସାକ୍ଷୀ ରହିଥିବାବେଳେ ଏହା ମଧ୍ୟରୁ ଆଜି ଅଷ୍ଟମ ଓ ନବମ ଦୁଇଟି ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ଅଧିକ ପଢ଼ନ୍ତୁ

ନବ ଦାସ ହତ୍ୟାକାଣ୍ଡ

ଝାରସୁଗୁଡ଼ା: ବହୁଚର୍ଚ୍ଚିତ ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ ତଥା ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡର ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ଜଜ୍‌ଙ୍କ କୋର୍ଟରେ ସାକ୍ଷ୍ୟ ଗ୍ରହଣ କରାଯାଇଛି । ନବ ଦାସ ହାତ୍ୟାକାଣ୍ଡର ୧୪୫ରୁ ଊର୍ଦ୍ଧ୍ବ ସାକ୍ଷୀ ରହିଥିବାବେଳେ ଏହା ମଧ୍ୟରୁ ଆଜି ଅଷ୍ଟମ ଓ ନବମ ଦୁଇଟି ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ଘଟଣାକୁ ବର୍ଷେ ପୂରିବା ପରେ ମଧ୍ୟ ଜେଲରେ ଥିବା ଅଭିଯୁକ୍ତ ଗୋପାଳ ଦାସ ବିରୋଧରେ ଚାଲିଛି ସାକ୍ଷ୍ୟ ଗ୍ରହଣ । କିପରି ଗୋପାଳ ଦାସ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିଲା, ସେନେଇ ଆଜି କୋର୍ଟରେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ ହୋଇଛି । ପୂର୍ବରୁ କ୍ରାଇମବ୍ରାଞ୍ଚ ଏହାର ଚାର୍ଜସିଟ୍ ଏବଂ ସମସ୍ତ ରିପୋର୍ଟ କୋର୍ଟରେ ଦାଖଲ କରିଥିଲା । ଗୋପାଳକୁ ରିମାଣ୍ଡରେ ନେଇଥିବା ସମସ୍ତ ଅଧିକାରୀମାନଙ୍କ ଷ୍ଟେଟମେଣ୍ଟ୍‌ ଅଦାଲତରେ ହସ୍ତାନ୍ତର କରାଯାଇଥିଲା ।

ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ତର ବହୁତ ଗୁଡିଏ ସାକ୍ଷୀ ରହିଛନ୍ତି । ତେବେ ଝାରସୁଗୁଡା ଜିଲ୍ଲା କୋର୍ଟରେ ଆଜି ନବ ଦାସ ହତ୍ୟା ମାମଲାର ଦୁଇଜଣ ପ୍ରତ୍ୟକ୍ଷଦର୍ଶୀଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସିଦ୍ଧାର୍ଥ ନାଥ ଶର୍ମା, ଯିଏ ନବ ଦାସଙ୍କ ପିଏ ଥିଲେ । ଅନ୍ୟଜଣେ ହେଉଛନ୍ତି ପୂର୍ବତନ ଝାରସୁଗୁଡ଼ା ବ୍ଲକ ଅଧ୍ୟକ୍ଷ ତଥା ବିଜେଡି ଟାଣୁଆ ନେତା ବିଶ୍ଵନାଥ ତ୍ରୀପାଠୀ । ଅଦାଲତ ସମ୍ମୁଖରେ ସିଦ୍ଧାର୍ଥ ନାଥ ଶର୍ମା ଏବଂ ବିଶ୍ବନାଥ ତ୍ରିପାଠୀ ନିଜ ବୟାନ ଉଲ୍ଲେଖ କରିଛନ୍ତି । ଗତବର୍ଷ ଜାନୁଆରୀ ୨୯ ତାରିଖରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ପୋଲିସ ASI ଗୋପାଳ ଦାସ ଗୁଳି କରି ହତ୍ୟା କରିବା ସମୟରେ ଏହି ଦୁଇଜଣ ମନ୍ତ୍ରୀଙ୍କ ସହିତ ଥିଲେ । ସେହିଦିନ ମନ୍ତ୍ରୀଙ୍କ ଇନୋଭା ଗାଡିର ମଝି ସିଟ୍‌ରେ ୩ ଜଣ ସରବାହାଲରୁ ବସି ବ୍ରଜରାଜନଗରସ୍ଥିତ ଗାନ୍ଧୀ ଛକକୁ ଯାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ନବ ଦାସ ହତ୍ୟାକାଣ୍ଡ ମାମଲା: ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ, ୮ରେ ପରବର୍ତ୍ତୀ ଶୁଣାଣି

ତେବେ ଘଟଣାର ଦୁଇ ସାକ୍ଷୀ ଆଜି କୋର୍ଟରେ ଘଟଣାକୁ ପୁଙ୍ଖାନୁପୁଙ୍ଖ ଭାବେ ବୟାନ କରିଥିଲେ । ଏନେଇ ଅଭିଯୁକ୍ତ ଗୋପାଳ ଦାସର ଡିଫେନ୍ସ ଓକିଲ ନରେଶ ନାଏକ ସୂଚନା ପ୍ରଦାନ କରିଛନ୍ତି । ତେବେ ଆସନ୍ତା ସମୟରେ ଗୋପାଳ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇ ଜେଲରୁ ମୁକୁଳିବେ ବୋଲି ତାଙ୍କ ପକ୍ଷ ଆଇନଜୀବୀ ଯୁକ୍ତି ବାଢ଼ିଛନ୍ତି । ଏହି ହତ୍ୟାକାଣ୍ଡ ଘଟଣାକୁ ପ୍ରାୟ ୧ ବର୍ଷରୁ ଊର୍ଦ୍ଧ୍ବ ସମୟ ବିତି ସାରିଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ହାଜତରେ ରହିଥିବା ବେଳେ ଅଦାଲତରେ ସାକ୍ଷ୍ୟ ଗ୍ରହଣ ପର୍ଯ୍ୟାୟ ଜାରି ରହିଛି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.