ETV Bharat / state

ନବୀନ ସରକାର ଏକ ଲିକ୍ ସରକାର: ଛାତ୍ର କଂଗ୍ରେସ

author img

By ETV Bharat Odisha Team

Published : Feb 26, 2024, 7:24 AM IST

Students Congress: ମାଟ୍ରିକ ପରୀକ୍ଷା ଇଂରାଜୀ ପ୍ରଶ୍ନପତ୍ର ଲିକ ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କ କୁଶ ପୁତଳିକା ଦାହ କଲା ଛାତ୍ର କଂଗ୍ରେସ । ଅଧିକ ପଢ଼ନ୍ତୁ

ଛାତ୍ର କଂଗ୍ରେସ
ଛାତ୍ର କଂଗ୍ରେସ

ଛାତ୍ର କଂଗ୍ରେସ ପ୍ରତିବାଦ

ଭୁବନେଶ୍ବର: ମାଟ୍ରିକ ପରୀକ୍ଷା ଇଂରାଜୀ ପ୍ରଶ୍ନପତ୍ର ଲିକ ପ୍ରସଙ୍ଗ । ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସଭାପତି ୟାସିର ନୱାଜଙ୍କ ନେତୃତ୍ବରେ ମାଟ୍ରିକ ପରୀକ୍ଷା ଇଂରାଜୀ ପ୍ରଶ୍ନପତ୍ର ଲିକ୍ ପ୍ରତିବାଦରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଇସ୍ତଫା ଦାବି କରି ଗତକାଲି (ରବିବାର) ଅପରାହ୍ନରେ ମନ୍ତ୍ରୀ ମାରାଣ୍ଡିଙ୍କ ସରକାରୀ ବାସଭବନକୁ ଘେରାଉ କରିଥିଲା ଛାତ୍ର କଂଗ୍ରେସ । ଏହାସହ ଛାତ୍ର କଂଗ୍ରେସ ପକ୍ଷରୁ ଗଣଶିକ୍ଷା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କର କୁଶପୁତଳିକା ଦାହ କରାଯାଇଥିଲା ।

ଏହି ପରିପ୍ରେକ୍ଷୀରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି, "ନବୀନ ସରକାରରେ ପରୀକ୍ଷା ପୂର୍ବରୁ ସବୁବେଳେ ପ୍ରଶ୍ନପତ୍ର ପ୍ରଘଟ ହୋଇଯାଉଛି । ଦଶମ ବୋର୍ଡ ପରୀକ୍ଷା ଛାତ୍ରଛାତ୍ରୀଙ୍କର କ୍ୟାରିୟର ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ପରୀକ୍ଷା । ଛାତ୍ରଛାତ୍ରୀମାନେ ବର୍ଷସାରା ପାଠପଢ଼ି ନିଜର କ୍ୟାରିୟର ଗଠନ ପାଇଁ ଯତ୍ନଶୀଳ ହେଉଥିବା ବେଳେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଘୁରି ବୁଲିବା ଦୁର୍ଭାଗ୍ୟଜନକ । କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଏଭଳି ପ୍ରଶ୍ନପତ୍ର ଲିକ ହୋଇଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରଶ୍ନ ପ୍ୟାକେଟ ଖୋଲାଯାଇଛି । ଭଦ୍ରକ ଜିଲ୍ଲାର ମଦନମୋହନ ଜୀୟୁ ନୋଡାଲ ହାଇସ୍କୁଲ, ଯାଜପୁର ଜିଲ୍ଲାର ପଲାଇ ହାଇସ୍କୁଲ, ଭଦ୍ରକ ଜିଲ୍ଲାର ବନ୍ଧଗାଁ ହାଇସ୍କୁଲ, ଗଜପତି ଜିଲ୍ଲାର ସରକାରୀ ହାଇସ୍କୁଲ, ଯାଜପୁର ଜିଲ୍ଲାର ଗୋବିଚନ୍ଦ୍ର ହାଇସ୍କୁଲ, ନବରଙ୍ଗପୁର ସରକାରୀ ହାଇସ୍କୁଲ ଯୁବଗଡ଼ା କେନ୍ଦ୍ରରେ ବ୍ୟାପକ କପି ହେବା ସହ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଖୋଲଯିବା ଦୁର୍ଭାଗ୍ୟର କଥା ।"

ଏହା ମଧ୍ୟ ପଢ଼ନ୍ତୁ...ଦାୟିତ୍ବ ନେଲେ ଲୋକନାଥ ମହାରଥୀ, ରାଜନଗର ବ୍ଲକ ଛାତ୍ର ଓ ଯୁବ କଂଗ୍ରେସ ସଭାପତିଙ୍କ ଇସ୍ତଫା

ୟାସିର ଏହା ମଧ୍ୟ କହିଛନ୍ତି , "ସକାଳ ୭.୩୦ ପୂର୍ବରୁ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଁଚିବ ଓ ସକାଳ ଘ. ୮.୪୫ ରେ ପର୍ଯ୍ୟବେକ୍ଷକ, ସୁପରିଟେଡେଣ୍ଟଓ ଶିକ୍ଷକଙ୍କ ଉପସ୍ଥିତିରେ ଖୋଲାଯିବ ବୋଲି ବୋର୍ଡ ନିର୍ଦ୍ଦେଶ ହୋଇଥିଲା । କିନ୍ତୁ ୮.୩୬ରେ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ବୁଲିଲା କିପରି ? ସେହିପରି ପୂର୍ବରୁ ଓଡ଼ିଶା ଷ୍ଟାଫ ସିଲେକସନ କମିଶନର ଅଧୀନସ୍ଥ ଜୁନିୟର ଇଂଜିନିୟର (ସିଭିଲ) ମୁଖ୍ୟ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିଲା । ଓସେପା ଯେଉଁ ଜୁନିୟର ଟିଚର ପରୀକ୍ଷା କରିଥିଲା ସେଥୁରେ ମଧ୍ୟ ଅନିୟମିତତା ହୋଇଥିଲା । ପରିଚୟ ପତ୍ରରେ ମାହାଲମାଣ୍ଡା ଓ ମାହାଲମାଣ୍ଡା ପ୍ରୋ ବାହାରିବା ଦୁର୍ଭାଗ୍ୟଜନକ । ନବୀନ ସରକାର ଏକ ଲିକ୍ ସରକାର । ଛାତ୍ରଛାତ୍ରୀଙ୍କ କ୍ୟାରିୟର ସହ ଏହି ସରକାର ଖେଳୁଛନ୍ତି । ଗଣଶିକ୍ଷା ମନ୍ତ୍ରୀ ଜଣେ ଅଯୋଗ୍ୟ ମନ୍ତ୍ରୀ । ସେ ତୁରନ୍ତ ଇସ୍ତଫା ଦିଅନ୍ତୁ । ମେଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ରେ ଯେଉଁମାନେ ସାମିଲ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ସରକାର ଏହି ଘଟଣାକୁ ଚପାଇ ଦିଅନ୍ତୁ ନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.