ETV Bharat / state

ବିଦ୍ୟାଳୟରେ ଅଘଟଣ, ପେଜ କୁଣ୍ଡରେ ପଡି ଛାତ୍ର ଗୁରୁତର - STUDENT FALLS IN HOT POT

author img

By ETV Bharat Odisha Team

Published : Apr 5, 2024, 7:48 AM IST

ପ୍ରାଥମିକ ବିଦ୍ୟାଳୟରେ ଅଘଟଣ, ପେଜ କୁଣ୍ଡରେ ପଡି ଛାତ୍ର ଗୁରୁତର
ପ୍ରାଥମିକ ବିଦ୍ୟାଳୟରେ ଅଘଟଣ, ପେଜ କୁଣ୍ଡରେ ପଡି ଛାତ୍ର ଗୁରୁତର

Student falls in hot rice gruel pot: ମାର୍ଶାଘାଇ ବାହାକଣ୍ଡିଆ ପଞ୍ଚାୟତ ଅନନ୍ତ ନାରାୟଣ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଘଟଣ । ମଧ୍ୟାହ୍ନ ଭୋଜନ ରୋଷେଇ ହେଉଥିବା ବେଳେ ଗରମ ପେଜ କୁଣ୍ଡରେ ଜଣେ ତୃତୀୟ ଶ୍ରେଣୀ ଛାତ୍ର ପଡି ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

ପ୍ରାଥମିକ ବିଦ୍ୟାଳୟରେ ଅଘଟଣ, ପେଜ କୁଣ୍ଡରେ ପଡି ଛାତ୍ର ଗୁରୁତର

କେନ୍ଦ୍ରାପଡ଼ା: ଶିକ୍ଷାନୁଷ୍ଠାନରେ ଚରମ ଅବହେଳା । ଅଳ୍ପକେ ଜୀବନ ବଞ୍ଚିଲା ସତ ହେଲେ ଏବେ ମଧ୍ୟ ନାବାଳିକା ଛାତ୍ର ଜଣଙ୍କ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ସ୍କୁଲରେ ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରୋଷେଇ ହେଉଥିବା ପେଜ କୁଣ୍ଡରେ ପଡି ତୃତୀୟ ଶ୍ରେଣୀ ଛାତ୍ର ଗୁରୁତର ହେବା ଘଟଣା ସାମ୍ନାକୁ ଆସିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକରେ । ତେବେ ଉକ୍ତ ଆହତ ଛାତ୍ରକୁ ଉଦ୍ଧାର କରି ଚିକିତ୍ସା ପାଇଁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ବେପରୁଆ ନୀତିକୁ ପଦାରେ ପକାଇଛି ।

ସୂଚନାନୁଯାୟୀ, ଗତକାଲି(ଗୁରୁବାର) ଦିନ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ବାହାକଣ୍ଡିଆ ପଞ୍ଚାୟତ ଅନନ୍ତ ନାରାୟଣ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରୋଷେଇ ହେଉଥିବା ବେଳେ ଗରମ ପେଜ କୁଣ୍ଡରେ ଜଣେ ତୃତୀୟ ଶ୍ରେଣୀ ଛାତ୍ର ପଡି ଯିବାରୁ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ଛାତ୍ର ଜଣଙ୍କୁ ଚିକିତ୍ସା ପାଇଁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟର ବର୍ଣ୍ଣ ଓ୍ବାର୍ଡରେ ଭର୍ତ୍ତି କରାଯାଇଛି । ଗୁରୁତର ଆହତ ଛାତ୍ରଙ୍କୁ ଭଲ କରିବା ପାଇଁ ପରିବାର ଲୋକେ ଦାବି କରିଛନ୍ତି । ଅପର ପକ୍ଷରେ ଶିକ୍ଷକ ଏବଂ ରୋଷେୟାଙ୍କ ଖାମ ଖିଆଲ ନୀତି ପାଇଁ ଏଭଳି ଅଘଟଣ ଘଟିଥିବା ଆହତ ଛାତ୍ରଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଆହତ ଛାତ୍ରଙ୍କ ପଛ ଭାଗ ସମ୍ପୂର୍ଣ୍ଣ ପୋଡି ଯାଇଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ....... ରାଜ୍ୟରେ ଅସହ୍ୟ ଗରମ ଗୁଳଗୁଳି, ଟାଣ ଖରାରେ ସ୍କୁଲରୁ ଫେରୁଛନ୍ତି ଛାତ୍ରଛାତ୍ରୀ - MORNING SCHOOL

ଏହା ମଧ୍ୟ ପଢନ୍ତୁ..... 25% ମାଗଣା ସିଟରେ ମିଳୁନି ଆଡ଼ମିସନ ! ବିଇଓ ଅଫିସ ଘେରିଲା ଅଭିଭାବକ ମହାସଂଘ - EWS Admissions In Private School


ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ କିପରି ଛାତ୍ର ଜଣକ ପେଜ କୁଣ୍ଡରେ ପଡ଼ିଲେ ତାହା ଜଣାପଡ଼ିନାହିଁ । ଏହି ଘଟଣାର ତଦନ୍ତ ସହ ସରକାରୀ ସହାୟତା ଦାବି କରିଛନ୍ତି ପରିବାର ଲୋକେ । ଆହତ ଛାତ୍ରଟି ଗରିବ ପରିବାରର ହୋଇଥିବାରୁ ତାହାର ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବା ପାଇଁ ଦାବି କରିଛନ୍ତି ପରିବାର । ତେବେ ଏନେଇ ଶିକ୍ଷା ବିଭାଗର କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ,କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.