ETV Bharat / state

ସଫେଇ କର୍ମଚାରୀଙ୍କ ବିଏମସି ଅଫିସ ଘେରାଉ, ଠିକା ଶ୍ରମିକ ପ୍ରଥା ଉଚ୍ଛେଦ ଦାବି

author img

By ETV Bharat Odisha Team

Published : Feb 26, 2024, 10:14 PM IST

ସଫେଇ କର୍ମଚାରୀଙ୍କ ବିଏମସି ଅଫିସ ଘେରାଉ, ଠିକା ଶ୍ରମିକ ପ୍ରଥା ଉଚ୍ଛେଦ ଦାବି
ସଫେଇ କର୍ମଚାରୀଙ୍କ ବିଏମସି ଅଫିସ ଘେରାଉ, ଠିକା ଶ୍ରମିକ ପ୍ରଥା ଉଚ୍ଛେଦ ଦାବି

Sanitation Workers Set BMC Office Gherao: ଭୁବନେଶ୍ବର ସହରକୁ ସଫାସୁତୁରା ରଖୁଥିବା ସଫେଇ କର୍ମଚାରୀ ମାନେ ଵିଏମସି ଅଫିସ ଘେରାଉ କରିଛନ୍ତି । ଆଜି ସେମାନଙ୍କ ସହ ସିଆଇଟିୟୁ ସଂଗଠନ ମିଳିତ ଭାବେ ଧାରଣା ଓ ଆନ୍ଦୋଳନ କରି ବିଏମସି ଅଫିସ ଘେରାଉ କରିଛନ୍ତି । ଅଧିକ ପଢନ୍ତୁ

ସଫେଇ କର୍ମଚାରୀଙ୍କ ବିଏମସି ଅଫିସ ଘେରାଉ, ଠିକା ଶ୍ରମିକ ପ୍ରଥା ଉଚ୍ଛେଦ ଦାବି

ଭୁବନେଶ୍ବର: ଠିକା ଶ୍ରମିକ ପ୍ରଥା ଉଛେଦ ଦାବିରେ ବିଏମସି ଅଫିସ ଘେରାଉ । ଭୁବନେଶ୍ବର ସହରକୁ ସଫାସୁତୁରା ରଖୁଥିବା ସଫେଇ କର୍ମଚାରୀ ମାନେ ଵିଏମସି ଅଫିସ ଘେରାଉ କରିଛନ୍ତି । ଆଜି ସେମାନଙ୍କ ସହ ସିଆଇଟିୟୁ ସଂଗଠନ ମିଳିତ ଭାବେ ଧାରଣା ଓ ଆନ୍ଦୋଳନ କରି ବିଏମସି ଅଫିସ ଘେରାଉ କରିଛନ୍ତି । ବିଏମସି ଅଧୀନରେ ଥିବା ୨୫୦୦ ଓ ଠିକାଦାରଙ୍କ ଜରିଆରେ ଥିବା ୪୦୦୦ ରୁ ଉର୍ଧ୍ଵ କର୍ମଚାରୀ ବିଏମସି ନିଯୁକ୍ତି ପାଇ କାମ କରିଛନ୍ତି । ୧୦ ରୁ ୧୫ ଵର୍ଷ ହେବ ଜଣେ ଜଣେ କର୍ମଚାରୀ ଚାକିରୀ କରିଥିଲେ ମଧ୍ୟ ଆଜିଯାଏ ସେମାନେ ଅନେକ ଅସୁବିଧାର ସହ କାର୍ଯ୍ୟ କରୁଛନ୍ତି । ବିଭିନ୍ନ ଦାବି ଯେପରିକି ସ୍ଥାୟୀ ନିଯୁକ୍ତି, ସର୍ବନିମ୍ନ ମଜୁରୀ ପ୍ରଦାନ, ମହିଳାମାନଙ୍କୁ ପ୍ରସୂତିକାଳୀନ ଛୁଟି, ସମାନ କାମ ପାଇଁ ସମାନ ମଜୁରୀ ଆଦି ଦାବି ନେଇ ଅନେକ ଦାବି ଜଣାଇଥିଲେ ମଧ୍ୟ ବାରମ୍ବାର ପ୍ରତିଶୃତି ଦେଇ ବିଏମସି ଏହି ସଫେଇ କର୍ମଚାରୀଙ୍କୁ ଠକୁଛି ।

  • " class="align-text-top noRightClick twitterSection" data="">

ଏହା ମଧ୍ୟ ପଢନ୍ତୁ ... ଏମାର ମଠ ଜାଗାରେ OBCCର ଖନନ, ବିଭିନ୍ନ ମହଲରେ ତୀବ୍ର ବିରୋଧ

ଦାବି ପୂରଣ ପାଇଁ ଅନେକ ଥର ଆନ୍ଦୋଳନ ଓ ବିକ୍ଷୋଭ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଏହାକୁ ନେଇ ବାରମ୍ବାର ପ୍ରତାରିତ ହୋଇ ସ୍ଥାୟୀ ନିଯୁକ୍ତି ଓ ଦରମା ବୃଦ୍ଧିକୁ ନେଇ ପୁଣି ଥରେ ବିଏମସି ଅଫିସ ଘେରାଉ କରିଛନ୍ତି । ମୁଖ୍ୟ ଗେଟରେ ତାଲା ପକାଇ ଆନ୍ଦୋଳନ କରିଥିବା ବେଳେ ଶହ ଶହ ସଫେଇ କର୍ମଚାରୀ ବିଏମସି ବିରୋଧୀ ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେପଟେ ୧୦ ଘଣ୍ଟା ସକାଳୁ ଉଠି ଖରା ବର୍ଷା ମହାମାରୀର ସ୍ଥିତିରେ ଓ ଉତ୍ସବ ଦିନରେ କର୍ମଚାରୀ ମାନେ କାମ କରି ସହରର ସ୍ବଚ୍ଛତା ରଖୁଥିବା ବେଳେ ବିଏମସି କମିଶନର ଓ ମେୟର ଏମାନଙ୍କ ଦାବିକୁ ଭୂକ୍ଷେପ ନ କରୁଥିବା ଅଭିଯୋଗ କରି ଉଦବେଗ ପ୍ରକାଶ କରିଛନ୍ତି ସଫେଇ କର୍ମଚାରୀ । ତେଣୁ ଯେ ପର୍ଯ୍ୟନ୍ତ ପ୍ରତିଶୃତି ଲିଖିତ ଭାବେ ଦେଇନାହାନ୍ତି ସେ ପର୍ଯ୍ୟନ୍ତ ଧାରଣାରେ ବସି ରହିବୁ ବୋଲି କହିଛନ୍ତି କର୍ମଚାରୀ ।

ଖାଲି ସେତିକି ନୁହେଁ ଏଥର ଯଦି ବିଏମସି ଆମ କଥା ନ ଶୁଣେ ତେବେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କର୍ମଚାରୀ ସଂଘ କରିବ ବୋଲି କହିଛି । ପ୍ରଥମେ ଠିକା ସଂସ୍ଥାକୁ ବିଏମସି ବିଦା କରୁ ବୋଲି କରିଛନ୍ତି । କାରଣ ଠିକା ସଂସ୍ଥାମାନେ ନା ଦରମା ଠିକ ଭାବେ ଦେଉଛନ୍ତି ନା ଠିକ ଶ୍ରମିକର ଆବଶ୍ୟକ ସୁବିଧା ସୁଯୋଗକୁ ଦୃଷ୍ଟି ଦେଉଛନ୍ତି । ଏହା ତାଙ୍କୁ କାର୍ଯ୍ୟ କରିବାର ସୄହାକୁ ମାରି ଦେଉଛି ଆଉ ଦରମା ନଥିବାରୁ ପରିବାର ଚଳାଇବା ମଧ୍ୟ କଷ୍ଟସାଧ୍ୟ ହୋଇପଡିଛି ବୋଲି କହିଛନ୍ତି । ଏତେ ଦୁଃଖରେ ରହି ଏମାନେ ସହରକୁ ସଫେଇ କରୁଥିବା ବେଳେ ସଫେଇ କର୍ମଚାରୀଙ୍କ ପ୍ରତି ବିଏମସି ଓ ସରକାରଙ୍କ ଏହି ବୈମାତୃକ ନୀତିକୁ ନିନ୍ଦା କରିଛି ସଂଘ । ଯଦି ଧାରଣା ବିକ୍ଷୋଭ ପରେ ବି ଯଦି କିଛି ସଫଳ ନ ମିଳେ ତେବେ ଆଗକୁ ଆନ୍ଦୋଳନ ଜୋରଦାର ହେବ ସହ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବ ବୋଲି ସଂଘ ଚେତାବନୀ ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.