ETV Bharat / state

ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବ; ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରସ୍ତୁତ ସମ୍ବଲପୁର

author img

By ETV Bharat Odisha Team

Published : Jan 24, 2024, 9:14 PM IST

ସମଲେଇ ପ୍ରକଳ୍ପ ହେବ ଲୋକାର୍ପଣ; ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରସ୍ତୁତ ସମ୍ବଲପୁର
ସମଲେଇ ପ୍ରକଳ୍ପ ହେବ ଲୋକାର୍ପଣ; ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରସ୍ତୁତ ସମ୍ବଲପୁର

Samalei Project inauguration: ଆସନ୍ତା 27 ତାରିଖରେ ସମଲେଇ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ମନ୍ଦିର ଟ୍ରଷ୍ଟ ବୋର୍ଡ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛି l ସମଲେଇ ଯୋଜନାର ଚାରି ଦ୍ବାରରେ 4 ଯଜ୍ଞ ସ୍ଥଳୀ ଓ ମୁଖ୍ୟ ଯଜ୍ଞ ସ୍ଥଳୀ ସମ୍ପୂର୍ଣ ହୋଇ ସାରିଛି l ଚତୁର୍ପାଶ୍ବରେ ଗ୍ରୀନ ବେଲ୍ଟ ସୃଷ୍ଟି କରାଯାଉଛି l ଅଧିକ ପଢନ୍ତୁ

ସମଲେଇ ପ୍ରକଳ୍ପ ହେବ ଲୋକାର୍ପଣ; ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରସ୍ତୁତ ସମ୍ବଲପୁର

ସମ୍ବଲପୁର: ଆସନ୍ତା 27 ତାରିଖରେ ଲୋକାର୍ପିତ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ସମଲେଇ ପ୍ରକଳ୍ପ l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିବେ l ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ହୋଇଛି l ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ଏନେଇ ସୂଚନା ଦେଇଛନ୍ତି l ଅନ୍ୟପଟେ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ତଥା ରେଢାଖୋଲ ବିଧାୟକ ଇଂ ରୋହିତ ପୂଜାରୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସମସ୍ତେ ଉତ୍ସାହିତ ଅଛନ୍ତି l ବିଜେଡି କର୍ମୀ ହୁଅନ୍ତୁ କି ସାଧରଣ ଲୋକ ସମସ୍ତେ ଆନନ୍ଦିତ ଅଛନ୍ତି l

ଅଧିକ ପଢନ୍ତୁ- ସମଲେଇ ପ୍ରକଳ୍ପ ଦେବ ନିମନ୍ତ୍ରଣ ଆରମ୍ଭ, ବାହାରିଲେ 5 ପ୍ରତିନିଧି ଦଳ

ଆସନ୍ତା 27 ତାରିଖରେ ସମଲେଇ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ମନ୍ଦିର ଟ୍ରଷ୍ଟ ବୋର୍ଡ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛି l ସମଲେଇ ଯୋଜନାର ଚାରି ଦ୍ବାରରେ 4 ଯଜ୍ଞ ସ୍ଥଳୀ ଓ ମୁଖ୍ୟ ଯଜ୍ଞ ସ୍ଥଳୀ ସମ୍ପୂର୍ଣ ହୋଇ ସାରିଛି l ଚତୁର୍ପାଶ୍ବରେ ଗ୍ରୀନ ବେଲ୍ଟ ସୃଷ୍ଟି କରାଯାଉଛି l ନିର୍ମାଣ କାର୍ଯ୍ୟ ପ୍ରାୟ ସରି ଗଲାଣି l ମହାନଦୀ ଆରତୀ ପ୍ରତ୍ୟେକ ଦିନ ହେଉଛି l ଏହା ସହ ମହାନଦୀ ରିଭର ଫ୍ରଣ୍ଟ ଭିୟୁ ସମ୍ପୂର୍ଣ୍ଣ ହେବା ଉପରେ ଅଛି l ଏହାକୁ 27 ତାରିଖରୁ ସାଧରଣ ଲୋକଙ୍କ ବ୍ୟବହାର ପାଇଁ ଛାଡି ଦିଆଯିବ ବୋଲି ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି l

ଅଧିକ ପଢନ୍ତୁ- ଉଦଘାଟିତ ହେବ ସମଲେଇ ପ୍ରକଳ୍ପ, କାର୍ଯ୍ୟ ସମ୍ପୂର୍ଣ୍ଣତାକୁ ନେଇ ଅନିଶ୍ଚିତତା

ଅନ୍ୟପଟେ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଇଂ ରୋହିତ ପୂଜାରୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ପାଇଁ ବିଜେଡି ତଥା ସାଧରଣ ଲୋକଙ୍କ ସବୁ ପ୍ରସ୍ତୁତି ଚୂଡାନ୍ତ ହୋଇସାରିଛି l ଆସନ୍ତା 27ରେ ହେଉଥିବା ସମଲେଇ ଯୋଜନାର ଲୋକାର୍ପଣ ଉତ୍ସବ କେବଳ ପଶ୍ଚିମ ଓଡିଶା କି ଓଡିଶା ପାଇଁ ଗୌରବ ର ବିଷୟ ନୁହେଁ, ଏହା ସାରା ଦେଶର ଶ୍ରଦ୍ଧାଳୁ ଙ୍କ ପାଇଁ ଗୌରବର ବିଷୟ । କାରଣ ଏଠାକୁ ସାରା ଦେଶର ଶ୍ରଦ୍ଧାଳୁ ଆସୁଛନ୍ତି l ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ 26 ତାରିଖରେ କଳସ ଯାତ୍ରା ଅନୁଷ୍ଠିତ ହେବ । 27 ତାରିଖର ଏହି ଭବ୍ୟ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗ ଦେବାକୁ ରୋହିତ ପୂଜାରୀ ଅପିଲ କରିଛନ୍ତି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.