ETV Bharat / state

ସମଲେଇ ପ୍ରକଳ୍ପ ଦେବ ନିମନ୍ତ୍ରଣ ଆରମ୍ଭ, ବାହାରିଲେ 5 ପ୍ରତିନିଧି ଦଳ

author img

By ETV Bharat Odisha Team

Published : Jan 16, 2024, 10:38 PM IST

Samaleswari project: ଜାନୁଆରୀ 27 ତାରିଖରେ ଏହି ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ପୂର୍ବରୁ ଶ୍ରୀମନ୍ଦିରକୁ ନିମନ୍ତ୍ରଣ ଦିଆଯାଇଥିବା ବେଳେ ଆଜିଠାରୁ ରାଜ୍ୟର 30 ଜିଲ୍ଲାର ବିଭିନ୍ନ ଦେବୀ ପୀଠ ଓ ଦେବାଳୟ ଗୁଡିକୁ ନିମନ୍ତ୍ରଣର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ

ସମଲେଇ ପ୍ରକଳ୍ପ
ସମଲେଇ ପ୍ରକଳ୍ପ

ସମଲେଇ ପ୍ରକଳ୍ପ

ସମ୍ବଲପୁର: ମା' ସମଲେଶ୍ୱରୀଙ୍କ "ସମଲେଇ ପ୍ରକଳ୍ପ" । ଜାନୁଆରୀ 27 ତାରିଖରେ ଏହି ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ପୂର୍ବରୁ ଶ୍ରୀମନ୍ଦିରକୁ ନିମନ୍ତ୍ରଣ ଦିଆଯାଇଥିବା ବେଳେ ଆଜିଠାରୁ ରାଜ୍ୟର 30 ଜିଲ୍ଲାର ବିଭିନ୍ନ ଦେବୀ ପୀଠ ଓ ଦେବାଳୟ ଗୁଡିକୁ ନିମନ୍ତ୍ରଣର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଥିପାଇଁ ଆଜି ସମଲେଶ୍ୱରୀ ମନ୍ଦିରର ପୂଜକ, ଟ୍ରଷ୍ଟ ବୋର୍ଡ ସଦସ୍ୟ ଓ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କୁ ନେଇ ୫ ଟି ପ୍ରତିନିଧି ଦଳ ପ୍ରସ୍ତୁତ କରାଯାଇଛି ।

ମା' ସମଲେଶ୍ୱରୀଙ୍କ "ସମଲେଇ ପ୍ରକଳ୍ପ" ପାଇଁ ଆରମ୍ଭ ହୋଇଛି ନିମନ୍ତ୍ରଣ ପ୍ରକ୍ରିୟା । ଏନେଇ ୫ ଟି ପ୍ରତିନିଧି ଦଳ ପ୍ରସ୍ତୁତ କରାଯାଇଛି । ଗୋଟିଏ ଦଳରେ ପୂଜକ, ଟ୍ରଷ୍ଟ ବୋର୍ଡ ସଦସ୍ୟ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ମିଶି 5 ଜଣ ଲେଖାଏଁ ରହିଛନ୍ତି । ଏହି ପ୍ରତିନିଧି ଦଳର ସଦସ୍ୟମାନେ ରାଜ୍ୟର ୩୦ଟି ଜିଲ୍ଲାକୁ ଯାଇ ଜିଲ୍ଲାର ପ୍ରମୁଖ ମନ୍ଦିରମାନଙ୍କୁ ଯାଇ ନିମନ୍ତ୍ରଣ କରିବେ । ଆସନ୍ତା 27 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମଲେଇ ଯୋଜନାର ଶୁଭାରମ୍ଭ କରାଯିବ । ଆଜି ସକାଳେ ମା'ଙ୍କ ନିକଟରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ଏହାପରେ ମା'ଙ୍କ ନିକଟରୁ ପ୍ରସାଦ ଓ ଚୁନୁରୀ ନେଇ ପ୍ରତିନିଧି ଦଳମାନେ ଆଜିଠାରୁ ଦେବ ନିମନ୍ତ୍ରଣରେ ବାହାରିଛନ୍ତି ।

ସେପଟେ ସମଲେଇ ଯୋଜନାର ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ମଧ୍ୟ ଜାରି ରହିଥିବା ବେଳେ ଗତ 13 ତାରିଖରେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ସମଲେଶ୍ୱରୀ ଯୋଜନାର ସାଇଟ ପରିଦର୍ଶନ କରିଥିଲେ । ଏହାସହ ଜିଲ୍ଲା ପ୍ରଶାସନ ଅଧିକାରୀ, ନିର୍ମାଣ କାରୀ ସଂସ୍ଥା ସହ ଏହାର ସ୍ଥିତି ଓ ଅଗ୍ରଗତି ନେଇ ସମୀକ୍ଷା କରିବା ସହ ତୁରନ୍ତ କାର୍ଯ୍ୟ ସମ୍ପନ୍ନ କରିବାକୁ ପରାମର୍ଶ ଦେଇଥିଲେ । ବର୍ତ୍ତମାନ ସମଲେଇ ଯୋଜନାର କନଷ୍ଟ୍ରକ୍ସନ ସାଇଟରେ ସେକେଣ୍ଡ ଲେୟାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରିଭର ଫ୍ରଣ୍ଟ ସାଇଟ ଅଞ୍ଚଳରେ 3ଟି ଜୋନ ଥିବା ବେଳେ ଆଗାମୀ କିଛି ଦିନ ଭିତରେ କାର୍ଯ୍ୟ ଶେଷ ହୋଇଯିବ । ଫୁଟଓଭର ବ୍ରିଜର ଫେବ୍ରିକେସନ ରେଡି ହୋଇ ସାରିଛି ବୋଲି ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ......ଉଦଘାଟିତ ହେବ ସମଲେଇ ପ୍ରକଳ୍ପ, କାର୍ଯ୍ୟ ସମ୍ପୂର୍ଣ୍ଣତାକୁ ନେଇ ଅନିଶ୍ଚିତତା

ସୂଚନା ଯୋଗ୍ୟ ଯେ, ସମଲେଇ ଯୋଜନାକୁ ରାଜ୍ୟ ସରକାର 21 ଫେବୃଆରୀ 2021ରେ ଘୋଷଣା କରିଥିଲେ । ଏଥିପାଇଁ ରାଜ୍ୟ ସରକାର 200 କୋଟି ଟଙ୍କାର ଅନୁଦାନ ପ୍ରଦାନ କରିଥିଲେ । ଏହି ଯୋଜନାରେ ମନ୍ଦିର ନିକଟ 108 ଏକର ପରିମିତ ଜମିର ବିକାଶ କାର୍ଯ୍ୟ କରାଯାଉଛି । ଯୋଜନା ମୁତାବକ ମନ୍ଦିର ଚତୁପାର୍ଶ୍ଵରେ ସୁଉଚ୍ଚ ତୋରଣ, ଐତିହାସିକ କରିଡର, ଶୌଚାଳୟ, ଭକ୍ତଙ୍କ ପାଇଁ ରହିବା ବ୍ୟବସ୍ଥା, ସୂଚନା କେନ୍ଦ୍ର, ପାର୍କିଂ ବ୍ୟବସ୍ଥା, ଭେଣ୍ଡିଙ୍ଗ ଜୋନ, ମହାନଦୀ ଘାଟର ଉନ୍ନତିକରଣ ଓ ମହାନଦୀ ଆଳତୀ ବ୍ୟବସ୍ଥା, 22 ଏକର ଆଦ୍ରଭୂମି, ରିଙ୍ଗ ରୋଡ଼ ସୌନ୍ଦର୍ଯ୍ୟକରଣ, ସମ୍ବଲପୁର ରେଳ ଷ୍ଟେସନରୁ ମନ୍ଦିର ପର୍ଯ୍ୟନ୍ତ ପ୍ରଶସ୍ତ ରାସ୍ତା ଆଦିର ବିକାଶ କାର୍ଯ୍ୟ ହେଉଛି । ଏଭଳି ସ୍ଥଳରେ ନିକଟରେ ଥିବା ଘୁନଘୁଟିପଡାକୁ ଉଚ୍ଛେଦ କରାଯାଇଥିବା ବେଳେ 220 ପରିବାରଙ୍କୁ ବିସ୍ଥାପିତ କରାଯାଇ ଥଇଥାନ କରାଯାଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.