ETV Bharat / state

ଏପ୍ରିଲ ୧୬ରେ ଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା, ପ୍ରସ୍ତୁତି ନେଇ ପ୍ରଥମ ପର୍ଯ୍ୟାୟ ବୈଠକ ଶେଷ - Lingaraj Rukuna Ratha Yatra 2024

author img

By ETV Bharat Odisha Team

Published : Mar 23, 2024, 7:53 AM IST

Lingaraj Rukuna Ratha Yatra 2024
Lingaraj Rukuna Ratha Yatra 2024

Lingaraj Rukuna Ratha Yatra 2024: ଆସନ୍ତା ଏପ୍ରିଲ ୧୬ ତାରିଖରେ ଅନୁଷ୍ଠିତ ହେବ ମହାପ୍ରଭୁ ଲିଙ୍ଗରାଜଙ୍କର ଅଶୋକାଷ୍ଟମୀ ବା ରୁକୁଣା ରଥ ଯାତ୍ରା । ସୁପରିଚାଳନା ନେଇ ସେବାୟତମାନଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ । ଅଧିକ ପଢନ୍ତୁ

Lingaraj Rukuna Ratha Yatra 2024

ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୧୬ ତାରିଖରେ ଅନୁଷ୍ଠିତ ହେବ ମହାପ୍ରଭୁ ଲିଙ୍ଗରାଜଙ୍କର ଅଶୋକାଷ୍ଟମୀ ବା ରୁକୁଣା ରଥଯାତ୍ରା । ଶୃଙ୍ଖଳିତ ରଥଯାତ୍ରାର ପ୍ରସ୍ତୁତି ନେଇ ପ୍ରଥମ ବୈଠକ ଶେଷ ହୋଇଛି । ଏହି ବୈଠକରେ ଲିଙ୍ଗରାଜଙ୍କ ସମସ୍ତ ନିଯୋଗର ସମ୍ପାଦକ ସେବାୟତ ଯୋଗ ଦେଇ ରଥଯାତ୍ରାର ଶୃଙ୍ଖଳିତ ପରିଚାଳନା ଓ ରୁକୁଣା ରଥଯାତ୍ରାର ନୀତିକାନ୍ତି ସମ୍ବନ୍ଧରେ ଆଲୋଚନା କରିଥିଲେ । ଆଲୋଚନା ପରେ ୩ ଟା ୩୦ରେ ଲିଙ୍ଗରାଜଙ୍କ ରୁକୁଣା ରଥ ଟଣା ଆରମ୍ଭ ହେବ ବୋଲି ପ୍ରତିକ୍ରିୟା ରଖିଛନ୍ତି ସେବାୟତ ।

ଲିଙ୍ଗରାଜଙ୍କର ଅଶୋକାଷ୍ଟମୀ ବା ରୁକୁଣା ରଥଯାତ୍ରା ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆସନ୍ତା ଏପ୍ରିଲ ମାସ 16 ତାରିଖରେ ଅନୁଷ୍ଠିତ ହେବାକୁ ଲିଙ୍ଗରାଜଙ୍କର ଅଶୋକାଷ୍ଟମୀ ବା ରୁକୁଣା ରଥଯାତ୍ରା । ତେବେ ଶୃଙ୍ଖଳିତ ଭାବେ ରଥଯାତ୍ରା ପାଳନ ତଥା ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ନୀତିକାନ୍ତି ସାରିବା ନେଇ ସେବାୟତଙ୍କ ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରଥଯାତ୍ରା ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ..ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଉପରାଷ୍ଟ୍ରପତି ଜଗଦିପ ଧନଖରଙ୍କ ପତ୍ନୀ - Sudesh Dhankhar Visited To Puri

ତେବେ ଅଶୋକାଷ୍ଟମୀ ଯାତ୍ରା ବା ରୁକୁଣା ରଥଯାତ୍ରାର ନୀତି ଅନୁସାରେ ଭୋର 5ଟାରୁ ମଙ୍ଗଳ ଆଳତୀ ଓ ଅବକାଶ ନୀତିରୁ ହିଁ ରୁକୁଣାରଥ ଯାତ୍ରାର ନୀତିକାନ୍ତି ଆରମ୍ଭ ହେବ । ପରେ ସାହାଣମେଲା ଦର୍ଶନ, ଛାମୁ ପରିଷ୍କାର, ମହାସ୍ନାନ, ବେଶ ସୂର୍ଯ୍ୟପୂଜା ସକାଳଧୂପ ସହ ୧୨ଟା ୩୦ରେ ପହଣ୍ଡି, ରଥାରୁଢ଼ ରଥ ପୂଜା ପରେ ଶେଷରେ ୩ ଟା ୩୦ରେ ରୁକୁଣା ରଥ ଟଣା କାର୍ଯ୍ୟ ଆରମ୍ଭ ହେବ । ଏହି ବୈଠକରେ ରଥ କାଠ ଓ ରଥ ପ୍ରସ୍ତୁତି କରିବା ଦିଗରେ ମଧ୍ୟ ବିଶେଷ ଭାବେ ଆଲୋଚନା ହୋଇଥିଲା । ଚଳିତଥର ସବୁ ସେବାୟତ ସମନ୍ୱୟ ରକ୍ଷାକରି ସୁରୁଖୁରୁରେ ନୀତି ନିର୍ଘଣ୍ଟ ଅନୁସାରେ ରୁକୁଣା ରଥ ଯାତ୍ରା ସମାପନ କରିବେ ବୋଲି ନିଷ୍ପତ୍ତି ନେଇଥିବା କହିଛନ୍ତି । ତେଣୁ ଠିକ ସମୟରେ ଲିଙ୍ଗରାଜଙ୍କ ସବୁ କାର୍ଯ୍ୟ ହେବ ବୋଲି ସେବାୟତମାନେ କହିଛନ୍ତି ।

ସେପଟେ ରୁକୁଣାରଥ ଯାତ୍ରାକୁ ନେଇ ୫ ଦିନ ଲିଙ୍ଗରାଜ ମାଉସୀ ଘରେ ରହି ସେଠାରେ ଲୀଳା ଖେଳ କରିଥାନ୍ତି । ପୁଣି 5 ଦିନ ପରେ ବାହୁଡା ଯାତ୍ରାରେ ପୁଣି ବାହୁଡ଼ି ଯାନ୍ତି ନିଜ ସ୍ଥାନକୁ । ତେବେ ଏପ୍ରିଲ 20 ତାରିଖରେ ଅନୁଷ୍ଠିତ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ ବାହୁଡା ଯାତ୍ରା ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.