ETV Bharat / state

ଗଡିଲା ରୁକୁଣା ରଥ, ଲକ୍ଷାଧିକ ଭକ୍ତଙ୍କ ମେଳିରେ ପ୍ରଭୁ ଲିଙ୍ଗରାଜ - RUKUNA RATHA YATRA 2024

author img

By ETV Bharat Odisha Team

Published : Apr 16, 2024, 5:21 PM IST

Updated : Apr 16, 2024, 8:23 PM IST

Rukuna Rath Yatra
Rukuna Rath Yatra

Rukuna Rath Yatra 2024: ଗଡିଲା ରୁକୁଣା ରଥ । ଚଳଚଞ୍ଚଳ ଏକାମ୍ର କ୍ଷେତ୍ର । ଲକ୍ଷାଧିକ ଭକ୍ତଙ୍କ ଗହଣରେ ମାଉସୀମା ଘରକୁ ଯାଉଛନ୍ତି ପ୍ରଭୁ ଲିଙ୍ଗରାଜ । ତେବେ ନିତୀ ନିର୍ଘଣ୍ଟ ଅନୁଯାୟୀ ବିଳମ୍ବରେ ଆରମ୍ଭ ହେଲା ରଥଟଣା । ଅଧିକ ପଢନ୍ତୁ

ଲକ୍ଷାଧିକ ଭକ୍ତଙ୍କ ମେଳିରେ ପ୍ରଭୁ ଲିଙ୍ଗରାଜ
Rukuna Rath Yatra 2024

ଭୁବନେଶ୍ୱର: ପାପନାଶିନୀ ଛକରେ ଅଟକିଲା ରୁକୁଣା ରଥ । ୫ ଟାରେ ରଥ ଟଣା ଆରମ୍ଭ ହୋଇଥିବା ବେଳେ ସୂର୍ଯ୍ୟାସ୍ତ ପରେ ଆଜି(ମଙ୍ଗଳବାର) ପାଇଁ ରଥ ଟଣା ଶେଷ ହୋଇଛି । ରଥ ରହିବା ପରେ ଭକ୍ତମାନ ରଥରେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରୁଛନ୍ତି । ରଥର ସ୍ପର୍ଶ ଓ ତିନି ବିଗ୍ରହଙ୍କ ଦର୍ଶନ ସହ ପରମାନନ୍ଦ ଲାଭ କରିଛନ୍ତି । ପୁଣି ଆସନ୍ତାକାଲି ରଥାରୁଢ଼ ତ୍ରିମୁର୍ତ୍ତିଙ୍କର ନୀତିକାନ୍ତି ଶେଷ ହେବା ପରେ ଦିନ ୨ଟା ପରେ ରଥ ଗଡିବ । ଆଉ ରାମେଶ୍ୱର ମନ୍ଦିରରରେ ପହଞ୍ଚି ୫ ଦିନର ଲୀଳା ଖେଳା ପରେ ଶନିବାର ଅର୍ଥାତ ୨୦ ତାରିଖରେ ଲୀଳାକ୍ଷେତ୍ରକୁ ବାହୁଡ଼ିବେ ଲିଙ୍ଗରାଜ ।

ଅଶୋକାଷ୍ଟମୀ ଅବସରରେ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଯେଉଁଥିପାଇଁ ଚଳଚଞ୍ଚଳ ହୋଇଉଠିଛି ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଏକାମ୍ର କ୍ଷେତ୍ର । ରଥଯାତ୍ରା ପାଇଁ ସୋମବାର ରାତିରେ ରଥ ପ୍ରତିଷ୍ଠା କରାଯାଇଥିଲା । ସକାଳ 5ଟାରୁ ଲିଙ୍ଗରାଜଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଓ ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଥିଲା । ଭୋର 5ଟାରୁ ମଙ୍ଗଳ ଆଳତୀ ଓ ଅବକାଶ ନୀତିରୁ ରୁକୁଣାରଥ ଯାତ୍ରାର ନୀତିକାନ୍ତି ଆରମ୍ଭ ହୋଇଥିଲା । ପରେ ସାହାଣମେଲା ଦର୍ଶନ, ଛାମୁ ପରିଷ୍କାର, ମହାସ୍ନାନ, ବେଶ ସୂର୍ଯ୍ୟପୂଜା ସକାଳଧୂପ ନୀତିାକାନ୍ତି କରାଯାଇଥିଲା । ଏହାପରେ ୧୨ ଟା ୪୦ ରେ ପହଣ୍ଡି ହୋଇଥିବା ବେଳେ ଲିଙ୍ଗରାଜ, ଦୋଳଗୋବିନ୍ଦ ଓ ରୁକ୍ମୁଣୀ ତିନି ଠାକୁରଙ୍କ ରଥାରୁଢ଼ ପୂଜାର୍ଚ୍ଚନା କରିବା ପରେ ରଥ ଗଡ଼ିଥିଲା ।

ସୁରକ୍ଷା ବ୍ୟବସ୍ଥା: ରଥଯାତ୍ରାକୁ ସୁରୁଖୁରୁରେ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ ଜରିଆରେ ସିନିୟର୍ ଅଫିସରମାନେ ମନିଟରିଂ କରୁଛନ୍ତି । ରଥଟଣା ସମୟରେ ରଥ ରୋଡରେ ଗାଡି ଚଳାଚଳ ଉପରେ ରୋକ ଲାଗିଛି । ରଥଟଣା ବେଳେ ରଥ ରୋଡ଼ରେ କୌଣସି ଗାଡି ଯାଇପାରିବନି । ମାଉସୀମା ଛକରୁ ସମସ୍ତ ଗାଡି ଚଲାଚଳକୁ ଡାଇଭର୍ଟ କରାଯାଇଛି । ଜାଗର ସମୟରେ ହୋଇଥିବା ପାର୍କିଂରେ ଗାଡି ପାର୍କିଂବ୍ୟବସ୍ଥା କରାଯାଇଛି । ରଥଯାତ୍ରାକୁ ଶୃଙ୍ଖଳିତ ପାଇଁ 12 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି ।

ଏହାମଧ୍ୟ ପଢନ୍ତୁ..ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା, ସାଢେ 3ଟାରେ ରଥଟଣା - Rukuna Rath Yatra 2024

ସେହିପରି ଦୁଇ ଜଣ ଅତିରିକ୍ତ ଡିସିପି ସହ 6 ଜଣ ଜୋନାଲ ଏସିପି, 15 ଜଣ ଇନ୍ସପେକ୍ଟର ସହ 50ରୁ ଊର୍ଦ୍ଧ୍ବ ସବ ଇନ୍ସପେକ୍ଟର ଓ ଏଏସଆଇ ନିୟୋଜିତ ହୋଇଛନ୍ତି । ଏଥିସହ ଟ୍ରାଫିକ ଅଧିକାରୀଙ୍କ ସହ 100ରୁ ଊର୍ଦ୍ଧ୍ବ କନେଷ୍ଟବଳ, ହାବିଲଦାର ଓ ହୋମଗାର୍ଡ ସୁରକ୍ଷା ଜଙ୍କସନ ଓ ଛକ ବା ଗଳି ପାଖରେ ରହିଛନ୍ତି । ରଥଯାତ୍ରା ସମୟରେ ଖରା ଓ ହିଟ ୱେଭକୁ ଆଖି ଆଗରେ ରଖି ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିଏମସି ପକ୍ଷରୁ ସ୍ଥାନେ ସ୍ଥାନେ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି । ମନ୍ଦିରକୁ ଆଲୋକମାଳା ଓ ଫୁଲ ରେ ସଜାଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

Last Updated :Apr 16, 2024, 8:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.