ETV Bharat / state

ରାଉରକେଲା ଯୁବକଙ୍କ ଗିନିଜ ୱାର୍ଲ୍ଡ ରେକର୍ଡ; ୧୨ ଘଣ୍ଟାରେ ଟ୍ରେଡମିଲରେ ଦୌଡ଼ିଲେ ୬୮ କିମି - Guinness Book Records

author img

By ETV Bharat Odisha Team

Published : Apr 13, 2024, 12:31 PM IST

Etv Bharat
Etv Bharat

Rourkela man sets Guinness Book Records: ଟ୍ରେଡମିଲରେ ଦୌଡି ଗିନିଜ୍ ବୁକ ଅଫ ୱାର୍ଲ୍ଡ ରେକର୍ଡ କଲେ ରାଉରକେଲା ଯୁବକ । ୧୨ ଘଣ୍ଟାରେ ଟ୍ରେଡମିଲ ଉପରେ ଦୌଡ଼ିଲେ ୬୮ କିଲୋମିଟର । ଅଧିକ ପଢନ୍ତୁ

ରାଉରକେଲା ଯୁବକଙ୍କ ଗିନିଜ ୱାର୍ଲ୍ଡ ରେକର୍ଡ; ୧୨ ଘଣ୍ଟାରେ ଟ୍ରେଡମିଲରେ ଦୌଡ଼ିଲେ ୬୮ କିମି

ରାଉରକେଲା: ଗିନିଜ ବୁକ୍ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲେ ରାଉରକେଲା ପୁଅ । ଟ୍ରେଡମିଲରେ ଦୌଡିରେ ୬୮.୪ କିଲୋମିଟର, ତା' ପୁଣି ୧୨ ଘଣ୍ଟାରେ । ଆଉ ଏହି ଦୁଃସାହାସିକ କାର୍ଯ୍ୟ ତାଙ୍କୁ ଏବେ ୱାର୍ଲ୍ଡ ରେକର୍ଡର ଅଧିକାରୀ କରିଛି । ଏହି ରେକର୍ଡ କରିଥିବା ଯୁବକ ହେଉଛନ୍ତି ରାଉରକେଲା ସହରର ୩୪ ବର୍ଷୀୟ ସୁମିତ ସିଂ । ତେବେ ପୂର୍ବରୁ ମଧ୍ୟ ସେ ମାରାଥନରେ ଅନେକ ବିରଳ ରେକର୍ଡ ନିଜ ନାଁରେ କରିସାରିଛନ୍ତି । ଏବେ ସୁମିତ୍ ଗିନିଜ ୱାର୍ଲ୍ଡ ରେକର୍ଡର ଅଧିକାରୀ ହୋଇ ରାଉରକେଲା ପାଇଁ ଗୌରବ ଆଣିଛନ୍ତି ।

ରାଉରକେଲା ଯୁବକଙ୍କ ଗିନିଜ ୱାର୍ଲ୍ଡ ରେକର୍ଡ; ୧୨ ଘଣ୍ଟାରେ ଟ୍ରେଡମିଲରେ ଦୌଡ଼ିଲେ ୬୮ କିମି
ରାଉରକେଲା ଯୁବକଙ୍କ ଗିନିଜ ୱାର୍ଲ୍ଡ ରେକର୍ଡ; ୧୨ ଘଣ୍ଟାରେ ଟ୍ରେଡମିଲରେ ଦୌଡ଼ିଲେ ୬୮ କିମି

ସୂଚନା ମୁତାବକ, ରାଉରକେଲାର ବାସନ୍ତୀ କଲୋନୀରେ ସୁମିତ ସିଂଙ୍କ ଘର । ପ୍ରାୟ ମାସକ ତଳେ ସେ ଗିନିଜ ବୁକ ଅଫ ରେକର୍ଡ କରିବାକୁ ପ୍ରଚେଷ୍ଟା ଆରମ୍ଭ କରିଥିଲେ । ମାର୍ଚ୍ଚ ୧୨ ତାରିଖ ଦିନ ସୁମିତ ବାସନ୍ତୀ ପାଠଗାର ଠାରେ ସକାଳ ୮ଟାରୁ ରାତି ୮ଟା ଯାଏଁ ୧୨ ଘଣ୍ଟା ପର୍ଯ୍ୟନ୍ତ ଲଗାତାର ମାନୁଆଲ ଟ୍ରେଡମିଲରେ ଦୌଡିଥିଲେ । ସେ ଏହି ୧୨ ଘଣ୍ଟାର ସମ୍ପୂର୍ଣ୍ଣ ଭିଡିଓକୁ କ୍ୟାମେରାରେ ରେକର୍ଡ କରି ଗିନିଜ ୱାର୍ଲ୍ଡ ରେକର୍ଡ ୱେବସାଇଟରେ ଅପଲୋଡ କରିଥିଲେ । ବର୍ତ୍ତମାନ ତାଙ୍କୁ ଗିନିଜ ବୁକ ଅଫ ରେକର୍ଡ ପକ୍ଷରୁ ସାର୍ଟିଫିକେଟ ପ୍ରଦାନ କରାଯାଇଛି ଏବଂ ତାଙ୍କ ନାମରେ ବିଶ୍ୱର ବିରଳ ରେକର୍ଡ ହୋଇଛି । ତାଙ୍କର ରେକର୍ଡ ହେଉଛି "Distance Run On a Manual treadmill in 12 hours'' । ଏହାକୁ ନେଇ ତାଙ୍କର ପରିବାର ସହ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

ଏହା ମଧ୍ୟ ପଢନ୍ତୁ: Watch: ପେନସିଲ ମୁନରେ କ୍ଷୁଦ୍ରତମ ଅଶୋକସ୍ତମ୍ଭ କରି ବିଶ୍ବନାଥଙ୍କ ବିଶ୍ୱ ରେକର୍ଡ

ପୂର୍ବରୁ ସୁମିତ ମାରାଥନରେ ଇଣ୍ଟରନ୍ୟାସନାଲ ବୁକ ଅଫ ରେକର୍ଡ ଏବଂ ଲିମକା ବୁକ ଅଫ ରେକର୍ଡ ସହ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ହାସଲ କରିଥିଲେ । ତେବେ ତାଙ୍କର କହିବା ଅନୁସାରେ, କେବଳ ନିଜ ନାଁରେ ଏହି ରେକର୍ଡ କରିବା ପାଇଁ ସେ ଦୌଡ଼ି ନାହାନ୍ତି ବରଂ ସବୁ ଲୋକଙ୍କୁ ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ନେଇ ସଚେତନ କରିବା ଏବଂ ଫିଟ୍ ରହିବାକୁ ଉତ୍ସାହିତ କରିବା ତାଙ୍କର ଉଦ୍ଦେଶ୍ୟ ।

ଏହା ମଧ୍ୟ ପଢନ୍ତୁ: ଲମ୍ବା ଚୁଟି ରଖି ଗିନିଜ୍‌ ବୁକ୍‌ ରେକର୍ଡ, ପୂରଣ ହେଲା ସ୍ମିତା ଶ୍ରୀବାସ୍ତବଙ୍କ ସ୍ୱପ୍ନ


ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.